-+91-9937148622 |
prerana_bgr@rediffmail.com |
Thursday 16th July 2026 |
R.N.I. Regd No. ODIODI/2010/46693
Breaking News
30-Jul-2021
ଭୁବନେଶ୍ବର (ପ୍ରେରଣା ଖବର) : ୨୦୨୦-୨୧ ଇ ମେଧାବୃତ୍ତି, ବ୍ୟାସ କବି ଫକୀରମୋହନ ଭାଷାବୃତ୍ତି ଓ ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନାରେ ଅନଲାଇନ ଆବେଦନର ସଂଖ୍ୟା କମ। ଯାହାକୁ ନେଇ ବିଭିନ୍ନ କଲେଜ ଅଧ୍ୟକ୍ଷ ଓ ବିଶ୍ୱବିଦ୍ୟାଳୟ ଅନୁସଚିବଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛି ଉଚ୍ଚ ଶିକ୍ଷା ବିଭାଗ। ଅଗଷ୍ଟ ୩୧ ଆବେଦନର ଶେଷ ତାରିଖ। ଯାହା ଆଉ ବୃଦ୍ଧି ହେବ ନାହିଁ। ସବୁ ଦସ୍ତାବିଜ ଅନଲାଇନରେ ଅପଲୋଡ ଅଛି। ଏହା ସତ୍ତ୍ୱେ ଛାତ୍ର ଛାତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ଆସି ଦସ୍ତାବିଜ ଦାଖଲ କରିବାକୁ କୁହାଯିବାକୁ ନାପସନ୍ଦ କରିଛି ବିଭାଗ। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରି ବ୍ୟକ୍ତିଗତ ହାଜରକୁ ବନ୍ଦ କରିବାକୁ ସବୁ କଲେଜ ଓ ବିଶ୍ୱବିଦ୍ୟାଳୟକୁ ଚିଠି ଲେଖିଛନ୍ତି ଉଚ୍ଚ ଶିକ୍ଷା ବିଭାଗର ଯୁଗ୍ମ ସଚିବ