-+91-9937148622 |
prerana_bgr@rediffmail.com |
Wednesday 26th August 2026 |
R.N.I. Regd No. ODIODI/2010/46693
Breaking News
02-Jul-2021
ବଲାଙ୍ଗିର,(ପ୍ରେରଣା ଖବର) ଆଜି ସ୍ଥାନୀୟ ସିଭିଲକୋର୍ଟ ପରିସରରେ ବଲାଙ୍ଗିର ସିଭିଲକୋର୍ଟର ବରିଷ୍ଠ କିରାଣି ବିକାଶ ଷଡଙ୍ଗିଙ୍କ ଚାକିରି ରୁ ଅବସର ଗ୍ରହଣ କରୁଥିବା ପରିପ୍ରେକ୍ଷିରେ ଏକ ସମ୍ବର୍ଦ୍ଧନା ସଭା ବଲାଙ୍ଗିର ଜିଲ୍ଲା ବିଚାର ବିଭାଗିୟ କର୍ମଚାରୀ ସଂଘର ସଭାପତି ପ୍ରକାଶ କୁମାର ନେପାକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥି ବଲାଙ୍ଗିର ଜିଲ୍ଲା ଦୌରା ଜଜ୍ ଲୋକନାଥ ମହାପାତ୍ର ଉପସ୍ଥିତ କରି ବିଦାୟି କର୍ମଚାରି ଶ୍ରୀ ଷଡଙ୍ଗିଙ୍କୁ ଉପଢୈାକନ ଉପହାର ତଥା ପୁଷ୍ପଗୁଚ୍ଛ ଦେ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଶ୍ରୀ ଷଡଙ୍ଗିଙ୍କ ଉଦ୍ଦେଶ୍ୟରେ ଏକ ମାନପତ୍ର ମଧ୍ୟ ପ୍ରଦାନ କରିଥିଲେ । ଉକ୍ତ କର୍ମଚାରି ଶୃଙ୍ଖଳିତ ହୋଇ ନିଜର କର୍ତ୍ତବ୍ୟ ନିଷ୍ଠାର ସହ ପାଳନ କରିବା ପାଇଁ ଉଦ୍ବୋଧନ ଦେଇଥିଲେ । ଉକ୍ତ ସମ୍ବର୍ଦ୍ଧନା ସଭାରେ ସମସ୍ତ ବରିଷ୍ଠ ତଥା କନିଷ୍ଠ ବିଚାର ବିଭାଗିୟ ଅଧିକାରି ତଥା ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । କର୍ମଚାରୀ ସଂଘ ତରଫରୁ ଜିଲ୍ଲା କୋର୍ଟ ସିରସ୍ତଦାର ଦେବୀ ପ୍ରସାଦ କ୍ଷେତି, ବରିଷ୍ଠ କର୍ମଚାରୀ ସୁଧିର ରଂଜନ ହୋତା ପୁଷ୍ପ ଗୁଚ୍ଛ ଦେଇ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଏଡହକ ଏଡି.ଜେ ବିରଞ୍ôଚ ନାରାୟଣ ମିଶ୍ର ଏବଂ ସିଭିଲ ଜଜ ସିନିୟର ଡିଭିଜନ ଜଜ୍ ଜ୍ୟେତି ରଂଜନ ଦାଶଙ୍କୁ ସ୍ୱାଗତ ଜଣାଇଥିଲୋ ବରିଷ୍ଠ କର୍ମଚାରୀ ଜ୍ୟୋତି ବେଜ, ସଭାପତି ଶ୍ରୀ ନେପାକ ପ୍ରମୁଖ ସଭାରେ ଉଦ୍ବୋଧନ ଦେଇଥିଲେ ।