-+91-9937148622 |
prerana_bgr@rediffmail.com |
Wednesday 26th August 2026 |
R.N.I. Regd No. ODIODI/2010/46693
Breaking News
02-Jul-2021
ବଲାଙ୍ଗିର, (ପ୍ରେରଣା ଖବର) : ଅବସରପ୍ରାପ୍ତ ଶିକ୍ଷକ କପିଳ ପତିଙ୍କ ଅନୁବାଦ ପୁସ୍ତକ “କଥାମୃତ ଲହରୀ” ଓ “ମଜାକିଆ ଗପ” କୋଭିଡ କଟକଣା ପାଳନ ପୂର୍ବକ ଉନ୍ମୋଚିତ ହୋଇଯାଇଛି । ପୂଜ୍ୟପୂଜା ସେବା ସଂଗଠନର ସହଯୋଗରେ ଡାକ୍ତର ଅଶୋକ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ରାଜେନ୍ଦ୍ର ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ସତ୍ୟବନ୍ତ ବେଦବାକ, ମୁଖ୍ୟବକ୍ତା ଭାବରେ ଯୁବ ସମ୍ବାଦିକ ଓ କବି ସନ୍ଦୀପ କୁଅଁର ଯୋଗଦେଇ ଥିଲେ । ପୁସ୍ତକ ଦୁଇଟିକୁ ସମୀକ୍ଷା କରିଥିଲେ ରତ୍ନମୟ ତ୍ରିପାଠୀ ଓ କସ୍ତୁରୀ ରଥ । ଉନ୍ମୋଚିତ ପୁସ୍ତକ ଦୁଇଟି ସାମ୍ପ୍ରତିକ ସମାଜର ଯୁବପିଢିଙ୍କ ପାଇଁ ବହୁତ ଉପାଦେୟ ଏବଂ ବୟସ୍କମାନେ ଏହାକୁ ପଢି ପିଲାମାନଙ୍କୁ ବୁଝାଇବା ଦ୍ୱାରା ତାଙ୍କର ବୋଧଶକ୍ତି ର ବିକାଶ ହୋଇପାରିବ ବୋଲି ଉପସ୍ଥିତ ଅତିଥି ଓ ସମୀକ୍ଷକମାନେ ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ସଦାନନ୍ଦ ସାହୁଙ୍କ ସରସ୍ୱତୀ ବନ୍ଦନା ପରେ ପୂଜ୍ୟପୂଜା ସେବା ଅନୁଷ୍ଠାନର ସମ୍ପାଦକ ମଦନ ମୋହନ ରଥ ଅତିଥିମାଙ୍କୁ ମଞ୍ଚକୁ ଆହ୍ୱାନ ରାଣୀ ମିଶ୍ର ।
କରିଥିଲେ । ସଭାକୁ ସୁଚାରୁ ରୁପେ ସମ୍ପାଦନରେ ସହଯୋଗ କରିଥିଲେ ରୁଚି, ରୋଶନ ଓ ପ୍ରଶାନ୍ତ ପତି । ଏହି ସଭାରେ ଶୁଭେନ୍ଦ୍ର ନେପାକ, ଧର୍ମବ୍ରତ ରଥ, ରଘୁନାଥ ମିଶ୍ର, ବଳିଷ୍ଠ ପ୍ରଧାନ, ଆନନ୍ଦ ଚନ୍ଦ୍ର ସାହୁ, ଜ୍ୟୋତି ରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଶିକ୍ଷୟତ୍ରୀ ଜ୍ୟୋତି ରାଣୀ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l