-+91-9937148622 |
prerana_bgr@rediffmail.com |
Wednesday 26th August 2026 |
R.N.I. Regd No. ODIODI/2010/46693
Breaking News
01-Jul-2021
କଳାହାଣ୍ଡି(ତ୍ରିନାଥ ବେଶ୍ରା ସହ ସଞ୍ଜୀବ ଦାସ)
ପଶ୍ଚିମ ଓଡିଶାର ସୁନାମ ଧନ୍ୟ ରାମାୟଣ,ଭାଗବତ ପାରାୟଣ ଗାୟକ ତଥା ବ୍ୟାସ ସମ୍ରାଟ ଅଜିତ କୁମାର ଦାଶ ।ଘର, କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଗଡା ।ଆଜି ତାଙ୍କର ଦ୍ୱିତୀୟ ବିବାହ ବାର୍ଷିକୀ।ସାଧାରଣତଃ ଲୋକେ ବିବାହ ବାର୍ଷିକୀ ମାନଙ୍କରେ ନିଜ ସହଧର୍ମିଣୀଙ୍କ ସହ ପାର୍କ ଯିବା , ହୋଟେଲ ରେ ରହିବା , ବିଳାସପୂର୍ଣ ଜୀବନ ବିତେଇବାରେ ସମ୍ପୂର୍ଣ ଦିନଟିକୁ ଉପଭୋଗ କରନ୍ତି ।କିନ୍ତୁ ଏସବୁ କୁ ବାଦ୍ ଦେବାପରେ ଏକ ନୂତନ ତଥା ଶାନ୍ତିପୂର୍ଣ୍ଣ ଜୀବନ ଶୈଳୀ ର ପରିଚୟ ଦେଇଛନ୍ତି ପଣ୍ଡିତ ଅଜିତ କୁମାର ଦାଶ । ଆଜି ତାଙ୍କର ଦ୍ୱିତୀୟ ବିବାହ ବାର୍ଷିକୀରେ ତାଙ୍କ ସହଧର୍ମିଣୀଙ୍କ ସହ ମ. ରାମପୁର ସ୍ଥିତ ରାମକୃଷ୍ଣ ଆଶ୍ରମର ବୃଦ୍ଧାଶ୍ରମ ଯାଇ ସେଠାରେଥିବା ବୟସ୍କ ମାନଙ୍କୁ ଭାଗବତଗାନ ପୂର୍ବକ ବସ୍ତ୍ରଦାନ କରିଥିଲେ । ବ୍ୟାସ ସମ୍ରାଟଙ୍କ ଏଭଳି ମହାନତା ପାଇଁ ଆଶ୍ରମ ପରିସରରେ ଖୁସିର ଲହରୀ ଖେଳିଯାଇଛି।