-+91-9937148622 |
prerana_bgr@rediffmail.com |
Wednesday 26th August 2026 |
R.N.I. Regd No. ODIODI/2010/46693
Breaking News
01-Jul-2021
: ଧର୍ମଗଡ(ଜ୍ୟୋତିରଞ୍ଜନ ବେମାଲ)ପର୍ଲା ଓ ଆମ୍ବଗୁଡା ମଧ୍ୟରେ ଥିବା ମୁଡ୍ରାନଦୀ ବ୍ରିଜ ତଳୁ ଏକ ଶିଶୁର ମୃତଦେହ ଉଦ୍ଧାର ହୋଇଛି। କେହି ଅମାନବୀୟ, ହୃଦୟ ହୀନ ବ୍ୟକ୍ତି ଏହି କଅଁଳ ଶିଶୁଟିକୁ ଫିଙ୍ଗି ଦେଇଥିବାର ଦେଖିବାକୁ ମିଳିଛି। କୌଣସି ସୂତ୍ରରୁ ଖବର ପାଇ ଧର୍ମଗଡ ଥାନା ଅଧିକାରୀ ଅଶୋକ କୁମାର ମହାପାତ୍ର, ଟୁନା ସେଠି, ତହସିଲଦାର ହରେକୃଷ୍ଣ ବରିହା ଓ ସାଇଣ୍ଟିଫିକସ ଟିମ ଘଟଣା ସ୍ଥଳରେ ପହଞ୍ଚି ମୃତ କଅଁଳ ଶିଶୁଟିକୁ ଉଦ୍ଧାର କରି ଘଟଣାର ସତ୍ୟା ସତ୍ୟ ଜାଣିବା ପାଇଁ ତଦନ୍ତ ପ୍ରକ୍ରିୟା ଜାରି ରଖିଛନ୍ତି। ତେବେ ଏଭଳି କାର୍ଯ୍ୟ କରୁଥିବା ଅପରାଧୀଙ୍କୁ କଠୋରରୁ କଠୋରତମ ଦଣ୍ଡ ଦେବାକୁ ସାଧାରଣରେ ଦାବି ହେଉଛି।