-+91-9937148622 |
prerana_bgr@rediffmail.com |
Wednesday 26th August 2026 |
R.N.I. Regd No. ODIODI/2010/46693
Breaking News
01-Jul-2021
ସୋନପୁର(ମନୋରଞ୍ଜନ ତ୍ରିପାଠୀ) : ଆଜି ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ, (ଭା.ପ୍ର.ସେ) ସୁବର୍ଣ୍ଣପୁର ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦାନ ପରେ ପରେ ଜିଲ୍ଲାପାଳ ଶ୍ରୀମତୀ ନରୱଣେ ଆଇ ଟି ଆଇ ପରିସର ସ୍ଥିତ ଜିଲ୍ଲା କୋଭିଡ ଚିକିତ୍ସାଳୟକୁ ଅଚାନକ ପରିଦର୍ଶନ କରି କୋଭିଡ ଚିକିତ୍ସାରେ ଥିବା ସମସ୍ତ ଡାକ୍ତର, କର୍ମଚାରୀ, ଓ ସି. ଡ଼ି. ଏମ. ଓ ଙ୍କ ସହ ଚିକିତ୍ସା ଉପରେ ବିସ୍ତାର ଭାବେ ଆଲୋଚନା କରି ସାନିଟାଇଜେସନ ର ସୁ ବ୍ୟବସ୍ଥା ପାଇଁ ଅଗ୍ନିଶମ ବାହିନୀଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ l ପରେ ପରେ ମାତୃଶିଶୁ ଚିକିତ୍ସାଳୟ, ମହାନଦୀ ନେତ୍ର ଚିକିତ୍ସାଳୟ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତ କରି ଜିଲ୍ଲାର ସ୍ୱାସ୍ଥ୍ୟ ଭିତ୍ତିଭୂମିର ଅନୁଧ୍ୟାନ କରିଥିଲେ l ଗସ୍ତ ସମୟରେ ଏହି ସବୁ ଠାରେ ଥିବା ବିଭିନ୍ନ ସମସ୍ୟାର ସୁଧାର ଆଣିବା ପାଇଁ ପ୍ରଥମେ ଆଜି ଶ୍ରୀମତୀ ନରୱଣେ ପ୍ରୟାସ ଆରମ୍ଭ କରି ସ୍ୱାସ୍ଥ୍ୟ ବିଭାଗକୁ ତତ୍ପର କରାଇବା ସହ ଚେତେଇ ଦେଇଥିଲେ l ଏହି ଗସ୍ତ ସମୟରେ ଜିଲ୍ଳା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ l ଆସନ୍ତl କାଲି ଶୁକ୍ରବାର ଦିନ ବନ ବିଭାଗ ଦ୍ୱାରା ଝିଙ୍କି ଗାଁ ଠାରେ ଆୟୋଜିତ ବନ ମହୋତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ପରେ ଶ୍ରୀମତୀ ନରୱଣେ ସାଗର ପାଲି ହ୍ୟାଣ୍ଡଲୂମ ସେକ୍ଟର, ସୁବର୍ଣ୍ଣପୁର ପଟାଭାଡି ନିକଟସ୍ଥ ନୂତନ ଇ ଭି ଏମ ଗୋଡାଓନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି l ଆଜି ନୂତନ ଜ଼ିଲ୍ଲାପାଳଙ୍କ ବିଭିନ୍ନ ଅଂଚଳକୁ ଅଚାନକ ପରିଦର୍ଶନ ପରେ ଜ଼ିଲ୍ଲାର ସମସ୍ତ ବିଭlଗ ସମେତ ଜ଼ିଲ୍ଲାପାଳ ମୁଖ୍ୟ କାର୍ଯ୍ୟାଳୟ ମଧ୍ୟ ଖୁବ ଚଳଚଞ୍ଚଳ ଜଣା ପଡୁଥିଲା l ଆଜି
ଜିଲ୍ଲପାଳଙ୍କ ଯୋଗଦାନ ପରେ ସୁବର୍ଣ୍ଣପୁର ଆରକ୍ଷୀ ଅଧୀକ୍ଷକ ସୀତାରାମ ସତପଥୀ, ଅତିରିକ୍ତ ଜିଲ୍ଲପାଳ ସୂର୍ଯ୍ୟ ନାରାୟଣ ଦାଶ, ଉପଜିଲ୍ଲାପାଳ ସୋନପୁର ନିହାର ରଞ୍ଜନ କଁହର, ଜିଲ୍ଲା ସ୍ତରୀୟ ବରିଷ୍ଠ ଅଧିକାରୀ ବୃନ୍ଦ, ଜିଲ୍ଲପାଳଙ୍କ କାର୍ଯ୍ୟାଳୟର ବିଭିନ୍ନ ବିଭାଗୀୟ ଅଧିକାରୀ, କର୍ମଚାରୀ, ବିଭିନ୍ନ ସାମାଜିକ ସଂଗଠନ, ସହରର ବୁଦ୍ଧିଜୀବୀ, ସାମ୍ବାଦିକଗଣ ନୂତନ ଜିଲ୍ଲାପାଳ ଶ୍ରୀମତୀ ନରୱଣେଙ୍କୁ ସୌଜନ୍ୟମୂଳକ ସାକ୍ଷାତ ଓ ଉତ୍ସାହିତ କରିବା ସହ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଅଭିନନ୍ଦନ ଜଣାଇଛନ୍ତି l