-+91-9937148622 |
prerana_bgr@rediffmail.com |
Wednesday 26th August 2026 |
R.N.I. Regd No. ODIODI/2010/46693
Breaking News
01-Jul-2021
ସୋନପୁର-(ମନୋରଞ୍ଜନ ତ୍ରିପାଠୀ) : ଗତ କାଲି ସୁବର୍ଣ୍ଣପୁର ଜ଼ିଲ୍ଲାର ସର୍ବ ପୁରାତନ ସୋନପୁର କଲେଜର ମୁଖ୍ୟ କିରାଣୀ ଶ୍ରୀ ସନ୍ତୋଷ କୁମାର ସାହୁ ସ-ସମ୍ମାନର ସହ ଅବସର ଗ୍ରହଣ କରିଛନ୍ତି l ଶ୍ରୀ ସାହୁ ୧୫-୦୬-୮୫ ମସିହା ରେ ଏଇ କଲେଜ ରେ କାର୍ଯ୍ୟ ରେ ଯୋଗ ଦେଇଥିବା ବେଳେ ସେ ଖୁବ ସକ୍ରିୟ, ସଚୋଟ, ନିଷ୍ଠା, ଆଜ୍ଞାଧୀନ ଓ ସମୟlନୁବର୍ତ୍ତିତା ଓ ଶୃଙ୍ଖଳିତ ଭାବେ ଦୀର୍ଘ ୩୬ ବର୍ଷ ସୁଚାରୁ ରୂପେ କାର୍ଯ୍ୟ କରି ଛାତ୍ର ଛାତ୍ରୀ, ଅଭିଭାବକ, ଅଧ୍ୟାପକ, କର୍ମଚାରୀଙ୍କ ଖୁବ ପ୍ରିୟ ଭାଜନ ହୋଇ ପାରିଛନ୍ତି l ଶ୍ରୀ ସାହୁଙ୍କ ଅଭିଜ୍ଞତା ଓ କାର୍ଯ୍ୟ ଦକ୍ଷତା ଯୋଗୁଁ ତାଙ୍କୁ ଜ଼ିଲ୍ଲାର ବିଭିନ୍ନ କଲେଜ କର୍ମଚାରୀ ଅନେକ ପରାମର୍ଶ ଲୋଡୁ ଥିଲେ l ଯାହାକି ସେ ଖୁବ ଖୁସି ଓ ଉଦାରତା ର ସହ ସହଯୋଗ କରି ସେ ସବୁ ସମସ୍ୟାର ସମାଧାନ କରୁଥିଲେ l କଲେଜ ପକ୍ଷରୁ ଦିଆଯାଇ ଥିବା ଗତ କାଲି ର ବିଦାୟ ସମ୍ବର୍ଦ୍ଧନା ସଭାରେ ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ଅଧ୍ୟକ୍ଷ ରାଜୀବ ଲୋଚନ ଆଚାର୍ଯ୍ୟ ଶ୍ରୀ ସନ୍ତୋଷ ସାହୁଙ୍କୁ ଫୁଲ ତୋଡ଼ା, ଉତ୍ତରିୟ, ଓ ଏକ ସ୍ମ୍ରତି ଫଳକ ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ l