-+91-9937148622 |

prerana_bgr@rediffmail.com |

  Wednesday 26th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଖ୍ୟାତନାମା ମୂତ୍ରରୋଗ ବିଶେଷଜ୍ଞ ଡା. ଦତ୍ତ୍ୱେଶ୍ୱର ହୋତା ଙ୍କ ଚିକିତ୍ସା କେନ୍ଦ୍ର........ସିଭିଲ ସୋସାଇଟି ଦ୍ୱାରା ସ୍ୱାଗତ   (25-Aug-2026)       ||      ନୂତନ କ୍ୟାଡରରେ ବଲାଙ୍ଗିରର ପ୍ରଥମ ଏଲ-ୱାନ ପଦୋନ୍ନତି କୁ ସ୍ୱାଗତ କଲା ବହୁମୁଖୀ ମହିଳା ସ୍ୱାସ୍ଥ୍ୟ କର୍ମୀ ସଂଘ    (25-Aug-2026)       ||      *ସୋନପୁର ଠାରେ ଜିଲ୍ଲା ସ୍ତରୀୟ ବ୍ୟାଙ୍କ ପରାମର୍ଶ ଦାତା ସମିତି ବୈଠକ*-   (25-Aug-2026)       ||      ସିଦ୍ଧାର୍ଥ କଲେଜ ପରିସରରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର   (25-Aug-2026)       ||      ପଣ୍ଡାମୁଣ୍ଡା ଗାଁ ରେ ନକଲି ସାର ବେପାରୀ ଙ୍କ ପ୍ରାଦୁର୍ଭାବ♦️ ବ୍ଲକ କୃଷି ଅଧିକାରୀ ନିଦାବିଷ୍ଣୁ    (25-Aug-2026)       ||      ବରପାଲି ଫାର୍ମାସ୍ୟୁଟିକାଲ କଲେଜରେ ଗୁରୁ ଭଗବାନ ସାହୁ ଜ୍ଞାନ ସାଗର ଉଦଘାଟିତ   (25-Aug-2026)       ||      ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନା ଓ ମୂଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଚାଉଳ ବଣ୍ଟନ ପ୍ରକ୍ରିୟା ଅନିଅମିତତା   (25-Aug-2026)       ||      ଲୁହୂରାମୁଣ୍ଡା ରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   (24-Aug-2026)       ||      ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (24-Aug-2026)       ||      ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଚିନ୍ଦାଗୁଡ଼ା ଗ୍ରାମ ଠାରେ ଦାଦନ ଶ୍ରମିକ ମୁକ୍ତ ସଚେତନ ଶିବିର ଆୟୋଜିତ,   (24-Aug-2026)       ||      ଆକାଶ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଆନ୍ଥେ (ANTHE) ୨୦୨୬ ର ଭବ୍ୟ ଉନ୍ମୋଚନ   (24-Aug-2026)       ||      ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍ ର ମ୍ୟୁନିସପାଲିଟି ଜୋନ୍ - ରାମଧୂନ କ୍ଳବ୍ ଫାଇନାଲ କୁ ପ୍ରବେଶ   (24-Aug-2026)       ||      ରାଜ୍ୟ ସ୍ତରିୟ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ପାଇଁ ଚିତ୍ରାଙ୍କନ ଓ ସଙ୍ଗୀତ ପ୍ରତିଯୋଗିତା   (24-Aug-2026)       ||      *ଶ୍ରାବଣ ଶେଷ ସୋମବାର ଅବସରରେ କେଲିଆ ଶୈବପୀଠ ରେ ବଲବୋମ ଭକ୍ତ ଙ୍କ ଭିଡ଼*   (24-Aug-2026)       ||      ସିଦ୍ଧାର୍ଥ ଡିଗ୍ରୀ କଲେଜରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ ଉଦଯାପିତ   (24-Aug-2026)       ||      ବଲାଙ୍ଗିର ସ୍ୱାଭିମାନ ମଂଚ ଗଠନ♦️ ନରସିଂହଙ୍କୁ ଭେଟି ବିଭିନ୍ନ ସମସ୍ୟା ଉପରେ କଲେ ଆଲୋଚନା♦️ ତୃଣମୁଳ ସ୍ତରର ସମସ୍ୟା ଲୋକଲୋଚନକୁ ଅଣାଯିବ   (24-Aug-2026)       ||      ଅଧ୍ୟକ୍ଷାଙ୍କୁ ମିଳିଲା ନିମନ୍ତ୍ରଣ,ବଲାଙ୍ଗୀର ପୌର ପରିଷଦକୁ ୧ କୋଟି ଟଙ୍କା ପୁରସ୍କାର   (24-Aug-2026)       ||      ତୁରେକେଲା ପଞ୍ଚାୟତ ସମିତି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି   (24-Aug-2026)       ||      ବିଭାଗ ଓ ସଂଭାଗ ଜ୍ଞାନ ବିଜ୍ଞାନ ମେଳାରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁର ର ଅପୂର୍ବ ସଫଳତା   (24-Aug-2026)       ||      ଶିଶୁ-ବନ୍ଧୁ ପରିବେଶ ସୃଷ୍ଟି ନେଇ ଅଭିଭାବକ ଓ ଏସଏଚଜି ମହିଳାଙ୍କୁ ତାଲିମ   (24-Aug-2026)       ||     

HOME   ଜିଲ୍ଲା

୧୨୦୦ ବୋତଲ ନିଶା କଫସିରଫ ସହ ଦୁଇ ଅଭିଯୁକ୍ତ ଗିରଫ, ଦୁଇ ଫେରାର,ଗାଡି ଜବତ

01-Jul-2021



ବେଲପଡ଼ା (ପ୍ରେରଣା ଖବର ବ୍ୟୁରୋ) : ବଲାଙ୍ଗୀର ଜିଲ୍ଲାର ବେଲପଡା ଥାନା ଅନ୍ତର୍ଗତ କପାଣି ଗାଁ ନିକଟରେ ଏକ ଚାରିଚକିଆ ଗାଡି ରୁ ୧୨୦୦ ବୋତଲ ନିଶାକଫସିରଫ ଜବତ କରାଯିବା ସହ ଦୁଇ ଜଣ ଙ୍କୁ ଗିରଫ କରାଯିବା ସୂଚନା ମିଳିଛି । ସୂଚନା ଅନୁଯାୟୀ,ଯୋଜନା ବଦ୍ଧ ଭାବେ ଚାଲଣ ହେଉଥିବା ବେଳେ ଏକଚାରି ଚକିଆ ଟିଭିୟୁ ମିନର୍ଭା ଗାଡିନଂ ଓଡି୦୩ଆର୫୩୨୫କୁ ପୋଲିସ ଅଟକ ରଖିଛି ।  ପୋଲିସ ସୂଚନା ପାଇ  ଉକ୍ତ ଗାଡିରୁ ୧୨୦୦ ବୋତଲ ନିସକଫ ସିରଫ ଜବତ କରିବା ସହ ଗାଡି ଡ୍ରାଇଭର କାର୍ତ୍ତିକ ହଂସ ଏବଂ ଗାଡି ମାଲିକ ଅର୍ଜୁନ ବେହେରାକୁ ଗିରଫ କରି ବେଲପଡା ଥାନାରେ ଅଟକ ରଖାଯାଇଛି । ଏହା ସହ ଏଥିରେ ସଂପୃକ୍ତ ଦୁଇ ଜଣ ଫେରାର ଥିବା ପୁଲିସ ସୂତ୍ରରୁ ଜଣାପଡିଛି ।

ପ୍ରାପ୍ତ ସୂଚନା ଅନୁଯାୟୀ ପାଟଣାଗଡ-ବେଲପଡା ରାଜ୍ୟ ରାଜପଥ ରାସ୍ତାରେ ବେଲପଡା ଆଡକୁ ଆସୁଥିବା ଏହି ଚାରିଚକିଆ ଗାଡିରେ ନିଶାକଫସିରଫ ଚୋରା ଚାରଣ ହେଉଥିବା ପାଟଣାଗଡ ପୋଲିସ ଖବର ପାଇ ଉକ୍ତ ଗାଡି କୁ ଫଲୋ କରିଥିଲା । ପୋଲିସ ପଛରେ ଆସୁଥିବା  ଜାଣିବା ପରେ ଉକ୍ତ ଗାଡି କୁ ସାଲେପାଲି ରାସ୍ତାରେ ଛାଡି ବାହାରୁ ବନ୍ଦ କରି ଫେରାର ଉଦ୍ୟମ କରିଥିଲେ,ହେଲେ  ପୁଣି ରାଜ୍ୟ ରାଜପଥରେ ଉକ୍ତ ଗାଡି ନେଇ ଅଭିଯୁକ୍ତ ପୁନଃ ଫେରାର ଉଦ୍ୟମ କରିଥିଲେ । ପୋଲିସ ପଛେ ପଛେ ପିଛା କରୁଥିବା ବେଳେ ରାସ୍ତାରେ ଏକ ଗାଇଗୋଠ ଯୋଗୁଁ ପୁଲିସ ପଛରେ ରହିଯାଇଥିଲା । ଏହାପରେ ଉକ୍ତ ଗାଡି କପାଣି ବିଶ୍ୱକର୍ମା ମନ୍ଦିର ନିକଟ ରେ ପୁନଃ ଉକ୍ତ ଗାଡି ଡ୍ରାଇଭର ଓ ମାଲିକ ମିଶି  ତାଲା ବାହାରୁ ବନ୍ଦ କରି  ଗାଡି ଛାଡି ଫେରାର ଉଦ୍ୟମ କରିଥିଲେ ।ହେଲେ ପୋଲିସ ଉକ୍ତ ଦୁଇ  ଅଭିଯୁକ୍ତ ଙ୍କୁ ଗିରଫ କରି ପୋଲିସ ଗାଡି ନିକଟରେ ପହଁଚି ଗାଡିକୁ ଜବତ କରିବା ସହ ତଦନ୍ତ ପରେ ସେଥିରୁ ୧୨୦୦ ବୋତଲ ନିଶା କଫସିରଫ ଜବତ କରି ଥିବା ବେଳେ ଆଉ ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାଯାଇଛି । ଏହି ବେଆଇନ କଫସିରଫ କେଉଁ ଜାଗାରୁ ଆସୁଥିଲା ଓ କାହା ପାଖକୁ ଚାଲାଣ କରାଯାଉଥିଲା ସେ ନେଇ ଅଧିକ ତଦନ୍ତ ଚାଲିଥିବା ପୋଲିସ ସୂଚନା ଦେଇଛି । ବଲାଙ୍ଗୀର ଜିଲ୍ଲାରେ ଏହି କଫସିରଫ କାରବାର ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବା ବେଳେ ଅଭିଯୁକ୍ତ ଗିରଫ ହୋଇ ଜେଲ ଯାଇ ଜାମିନ ରେ ମୁକୁଳି ପୁନଃ ଏହି କାରବାର ଆରମ୍ଭ କରିଦେଉଥିବା ଦେଖିବାକୁ ମିଳିଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଖ୍ୟାତନାମା ମୂତ୍ରରୋଗ ବିଶେଷଜ୍ଞ ଡା. ଦତ୍ତ୍ୱେଶ୍ୱର ହୋତା ଙ୍କ ଚିକିତ୍ସା କେନ୍ଦ୍ର........ସିଭିଲ ସୋସାଇଟି ଦ୍ୱାରା ସ୍ୱାଗତ   25-Aug-2026
  ଜିଲ୍ଲା  
ନୂତନ କ୍ୟାଡରରେ ବଲାଙ୍ଗିରର ପ୍ରଥମ ଏଲ-ୱାନ ପଦୋନ୍ନତି କୁ ସ୍ୱାଗତ କଲା ବହୁମୁଖୀ ମହିଳା ସ୍ୱାସ୍ଥ୍ୟ କର୍ମୀ ସଂଘ   25-Aug-2026
  ଜିଲ୍ଲା  
*ସୋନପୁର ଠାରେ ଜିଲ୍ଲା ସ୍ତରୀୟ ବ୍ୟାଙ୍କ ପରାମର୍ଶ ଦାତା ସମିତି ବୈଠକ*-   25-Aug-2026
  ଜିଲ୍ଲା  
ସିଦ୍ଧାର୍ଥ କଲେଜ ପରିସରରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର   25-Aug-2026
  ଜିଲ୍ଲା  
ପଣ୍ଡାମୁଣ୍ଡା ଗାଁ ରେ ନକଲି ସାର ବେପାରୀ ଙ୍କ ପ୍ରାଦୁର୍ଭାବ♦️ ବ୍ଲକ କୃଷି ଅଧିକାରୀ ନିଦାବିଷ୍ଣୁ   25-Aug-2026
  ଜିଲ୍ଲା  
ବରପାଲି ଫାର୍ମାସ୍ୟୁଟିକାଲ କଲେଜରେ ଗୁରୁ ଭଗବାନ ସାହୁ ଜ୍ଞାନ ସାଗର ଉଦଘାଟିତ   25-Aug-2026
ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନା ଓ ମୂଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଚାଉଳ ବଣ୍ଟନ ପ୍ରକ୍ରିୟା ଅନିଅମିତତା   25-Aug-2026
  ଜିଲ୍ଲା  
ଲୁହୂରାମୁଣ୍ଡା ରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   24-Aug-2026
  ଜିଲ୍ଲା  
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   24-Aug-2026
  ଜିଲ୍ଲା  
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଚିନ୍ଦାଗୁଡ଼ା ଗ୍ରାମ ଠାରେ ଦାଦନ ଶ୍ରମିକ ମୁକ୍ତ ସଚେତନ ଶିବିର ଆୟୋଜିତ,   24-Aug-2026
  ରାଜ୍ୟ  
ଆକାଶ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଆନ୍ଥେ (ANTHE) ୨୦୨୬ ର ଭବ୍ୟ ଉନ୍ମୋଚନ   24-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍ ର ମ୍ୟୁନିସପାଲିଟି ଜୋନ୍ - ରାମଧୂନ କ୍ଳବ୍ ଫାଇନାଲ କୁ ପ୍ରବେଶ   24-Aug-2026

You Might Also Like