-+91-9937148622 |

prerana_bgr@rediffmail.com |

  Wednesday 26th August 2026 |

| | | |

R.N.I. Regd No. ODIODI/2010/46693

Breaking News

ମାଁ ଦ୍ୱାରସେହ୍ନୀ ମନ୍ଦିର ଚୋରୀ କୁ ନେଇ ଅସନ୍ତୋଷର ତିବ୍ର ରୂପ , ଆଦିବାସୀ କଲ୍ୟାଣ ସଂଘ ଡାକରାରେ ବିଭିନ୍ନ ସଂଗଠନ ତରଫରୁ ସିନ୍ଧେକେଲା ଥାନା ଘେରାଉ।    (26-Aug-2026)       ||      ଶ୍ରାବଣର ଶେଷ ସୋମବାରରେ ରାଣୀପୁର ଝରିଆଲ ଲୋକାରଣ୍ୟ ,୧୨ ଘଣ୍ଟା ପରେ ଧାଡ଼ି ଦର୍ଶନ ସରିଲା।   (26-Aug-2026)       ||      ଖ୍ୟାତନାମା ମୂତ୍ରରୋଗ ବିଶେଷଜ୍ଞ ଡା. ଦତ୍ତ୍ୱେଶ୍ୱର ହୋତା ଙ୍କ ଚିକିତ୍ସା କେନ୍ଦ୍ର........ସିଭିଲ ସୋସାଇଟି ଦ୍ୱାରା ସ୍ୱାଗତ   (25-Aug-2026)       ||      ନୂତନ କ୍ୟାଡରରେ ବଲାଙ୍ଗିରର ପ୍ରଥମ ଏଲ-ୱାନ ପଦୋନ୍ନତି କୁ ସ୍ୱାଗତ କଲା ବହୁମୁଖୀ ମହିଳା ସ୍ୱାସ୍ଥ୍ୟ କର୍ମୀ ସଂଘ    (25-Aug-2026)       ||      *ସୋନପୁର ଠାରେ ଜିଲ୍ଲା ସ୍ତରୀୟ ବ୍ୟାଙ୍କ ପରାମର୍ଶ ଦାତା ସମିତି ବୈଠକ*-   (25-Aug-2026)       ||      ସିଦ୍ଧାର୍ଥ କଲେଜ ପରିସରରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର   (25-Aug-2026)       ||      ପଣ୍ଡାମୁଣ୍ଡା ଗାଁ ରେ ନକଲି ସାର ବେପାରୀ ଙ୍କ ପ୍ରାଦୁର୍ଭାବ♦️ ବ୍ଲକ କୃଷି ଅଧିକାରୀ ନିଦାବିଷ୍ଣୁ    (25-Aug-2026)       ||      ବରପାଲି ଫାର୍ମାସ୍ୟୁଟିକାଲ କଲେଜରେ ଗୁରୁ ଭଗବାନ ସାହୁ ଜ୍ଞାନ ସାଗର ଉଦଘାଟିତ   (25-Aug-2026)       ||      ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନା ଓ ମୂଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଚାଉଳ ବଣ୍ଟନ ପ୍ରକ୍ରିୟା ଅନିଅମିତତା   (25-Aug-2026)       ||      ଲୁହୂରାମୁଣ୍ଡା ରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   (24-Aug-2026)       ||      ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (24-Aug-2026)       ||      ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଚିନ୍ଦାଗୁଡ଼ା ଗ୍ରାମ ଠାରେ ଦାଦନ ଶ୍ରମିକ ମୁକ୍ତ ସଚେତନ ଶିବିର ଆୟୋଜିତ,   (24-Aug-2026)       ||      ଆକାଶ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଆନ୍ଥେ (ANTHE) ୨୦୨୬ ର ଭବ୍ୟ ଉନ୍ମୋଚନ   (24-Aug-2026)       ||      ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍ ର ମ୍ୟୁନିସପାଲିଟି ଜୋନ୍ - ରାମଧୂନ କ୍ଳବ୍ ଫାଇନାଲ କୁ ପ୍ରବେଶ   (24-Aug-2026)       ||      ରାଜ୍ୟ ସ୍ତରିୟ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ପାଇଁ ଚିତ୍ରାଙ୍କନ ଓ ସଙ୍ଗୀତ ପ୍ରତିଯୋଗିତା   (24-Aug-2026)       ||      *ଶ୍ରାବଣ ଶେଷ ସୋମବାର ଅବସରରେ କେଲିଆ ଶୈବପୀଠ ରେ ବଲବୋମ ଭକ୍ତ ଙ୍କ ଭିଡ଼*   (24-Aug-2026)       ||      ସିଦ୍ଧାର୍ଥ ଡିଗ୍ରୀ କଲେଜରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ ଉଦଯାପିତ   (24-Aug-2026)       ||      ବଲାଙ୍ଗିର ସ୍ୱାଭିମାନ ମଂଚ ଗଠନ♦️ ନରସିଂହଙ୍କୁ ଭେଟି ବିଭିନ୍ନ ସମସ୍ୟା ଉପରେ କଲେ ଆଲୋଚନା♦️ ତୃଣମୁଳ ସ୍ତରର ସମସ୍ୟା ଲୋକଲୋଚନକୁ ଅଣାଯିବ   (24-Aug-2026)       ||      ଅଧ୍ୟକ୍ଷାଙ୍କୁ ମିଳିଲା ନିମନ୍ତ୍ରଣ,ବଲାଙ୍ଗୀର ପୌର ପରିଷଦକୁ ୧ କୋଟି ଟଙ୍କା ପୁରସ୍କାର   (24-Aug-2026)       ||      ତୁରେକେଲା ପଞ୍ଚାୟତ ସମିତି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି   (24-Aug-2026)       ||     

HOME   ଜିଲ୍ଲା

ବଲାଙ୍ଗିର ଏକ୍ସନ କମିଟି ପକ୍ଷରୁ ଲୋୟର୍ ଶୁକତେଲ ଜଳସେଚନର ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଆଲୋଚନା

01-Jul-2021



ବଲାଙ୍ଗିର (ପ୍ରେରଣା ଖବର) : ଗତକାଲି ସନ୍ଧ୍ୟାରେ ବଲାଙ୍ଗିର ଏକ୍ସନ କମିଟି କାର୍ଯ୍ୟାଳୟରେ କମିଟିର ଆବାହକ ଗୋପାଲଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଲୋୱେର ଶୁକତେଲ ଜଳସେଚନ ପ୍ରକଳ୍ପର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଆଲୋଚନା ହୋଇଥିଲା।ଲୋୱେର ସୁକତେଲ ଜଳସେଚନ ପ୍ରକଳ୍ପର ଅଗ୍ରଗତି ତଥା ବିସ୍ଥାପିତ ଭାଇ ଓ ଭଉଣୀ ମାନେ କିପରି ଉଚିତ କ୍ଷତିପୂରଣ ପାଇ ସମ୍ମାନର ସହ ବିସ୍ଥାପିତ ହେବେ ଏବଂ ବିସ୍ଥାପିତ ହେଲା ପରେ ଠିକ ଭାବରେ ଥଇଥାନ ହୋଇ ପାରିବେ, ତାକୁ ଅଗ୍ରାଧିକାର ଦେବା ପାଇଁ ପ୍ରଶାସନ ଓ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ବୈଠକରେ ସହମତି ପ୍ରକାଶ ପାଇଥିଲା।
     ଏଠାରେ ଉଲ୍ଲେଖଯୋଗ୍ୟ ଯେ ବଲାଙ୍ଗିର ଏକ୍ସନ କମିଟି ୨୦୦୯ ମସିହାରୁ ଲୋୱେର ସୁକତେଲ ପ୍ରକଳ୍ପକୁ "ବଲାଙ୍ଗିର ର ଜୀବନରେଖା" ଭାବେ ନାମିତ କରିବା ସଙ୍ଗେ ସଙ୍ଗେ ନିରବିଛିନ୍ନ ଭାବରେ ପ୍ରକଳ୍ପର ତ୍ୱରିତ। ନିର୍ମାଣ ତଥା ବିସ୍ଥାପିତ ମାନଙ୍କୁ ଉଚିତ କ୍ଷତିପୂରଣ ଦେବା ସହ ସଂମାନ ର ସହ ଥଇଥାନ କରିବା ଦାବିରେ ଆନ୍ଦୋଳନ କରିଆସୁଛି।
      ବିଭିନ୍ନ ସମୟରେ, ଯଥା ୨୦୧୨ ମସିହା ରେ ଦୀର୍ଘ ଦିନ ଧରି ଆମରଣ ଅନଶନ ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉଭୟ ପ୍ରକଳ୍ପ ନିର୍ମାଣ ତଥା ବିସ୍ଥାପିତଙ୍କ ଉଚିତ ଥଇଥାନ ଦାବି ରଖିବା ହେଉ କିମ୍ବା ୨୦୧୭ ମସିହାରେ ଓଡିଶା ରେ ପ୍ରଥମ ଥର ପାଇଁ ଜଳ ସତ୍ୟାଗ୍ରହ ମାଧ୍ୟମରେ ବିସ୍ଥାପିତ ମାନଙ୍କୁ ୨୦୧୩ ଆଇନ ଅନୁସାରେ କ୍ଷତିପୂରଣ ଦେବା ଦାବି ରଖିବା ହେଉ , ନିଜ ଆନ୍ଦୋଳନ ଜାରି ରଖିଛି  ୨୦୧୭ ମସିହାରେ କମିଟିର ଜଳ ସତ୍ୟାଗ୍ରହର ପ୍ରଭାବରେ ତତ୍କାଳୀନ ପ୍ରମୁଖ ଜଳସେଚନ ସଚିବ,ସମଗ୍ର ବୁଡ଼ିଅଞ୍ଚଳ ପାଇଁ,ଯେଉଁ ଗାଁ ମାନେ ଆଗରୁ ପାଉଣା ନେଇ ସାରିଛନ୍ତି ସେମାନଙ୍କୁ ୨୦୧୩ ଆଇନ ବଦଳ ରେ ex grasia ପାଉଣା ଦେବା ପାଇଁ  କମିଟି କୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ।ଯାହାକୁ ସରକାର ମାନି ନେଇଥିଲେ।ଏହା ବ୍ୟତୀତ କମିଟି ୨୦୧୭ ମସିହାରୁ ନିରବିଛିନ୍ନ ଭାବରେ ନିର୍ବାଚିତ ପ୍ରତିନିଧି ମାନଙ୍କ ସହ ଆଲୋଚନା ମାଧ୍ୟମରେ ପ୍ରକଳ୍ପ ନିର୍ମାଣ ତଥା ବିସ୍ଥାପିତଙ୍କ ଉଚିତ ଥଇଥାନ ଦାବିକୁ ରଖିବା ସହ ସରକାରଙ୍କୁ ଅଙ୍ଗୀକାରବଦ୍ଧ କରିବା ପ୍ରୟାସ ଜାରି ରଖିଛି।
      କମିଟି ବୈଠକରେ ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂଦେଓ, ମାନ୍ୟବର ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର,  ଲୋଇସିଂହା ବିଧାୟକ  ମୁକେଶ ମହଲିଙ୍ଗ ଏବଂ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କର ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରିବା ସଙ୍ଗେ ସଙ୍ଗେ ସରକାରଙ୍କ ଠାରେ ଲୋୱେର ସୁକତେଲ ଜଳସେଚନ ପ୍ରକଳ୍ପର ତ୍ୱରିତ ନିର୍ମାଣ ତଥା ବିସ୍ଥାପିତ ମାନଙ୍କ ଉଚିତ ଥଇଥାନ ଦାବିକୁ ଦୃଢ଼ ଭାବେ ଉପସ୍ଥାପନ କରଥିବାରୁ ତାଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ ଥିଲା।

        ବଲାଙ୍ଗିର ଏକ୍ସନ କମିଟି ସଦାସର୍ବଦା ବିସ୍ଥାପିତ ମାନଙ୍କ ସହିତ ରହିଛି ଏବଂ ଆଗକୁ ମଧ୍ୟ ରହିବ।ବୁଡି ଅଂଚଳ ଗ୍ରାମବାସୀ ଯେପରି ଭାବରେ ଆମକୁ ବିଶ୍ୱାସ କରି ପ୍ରକଳ୍ପ ସମର୍ଥନ ରେ ଆନ୍ଦୋଳନ କରିଥିଲେ ତାକୁ କମିଟି କେବେ ଭୁଲି ନାହିଁ କି ଭୁଲିବ ନାହିଁ।କୌଣସି ବିସ୍ଥାପିତ ପରିବାର ପ୍ରତି ଯେପରି କୌଣସି ଅନ୍ୟାୟ ନହୁଏ ଏବଂ ପ୍ରକଳ୍ପ ର ବିସ୍ଥାପିତ ଭାଇ ଏବଂ ଭଉଣୀ ମାନେ ଉଚିତ କ୍ଷତିପୂରଣ ପାଇବା ସଙ୍ଗେ ସଙ୍ଗେ ସଂମାନ ର ସହ ବିସ୍ଥାପିତ ହେବେ ଏବଂ ବିସ୍ଥାପିତ ହେବାପରେ ସମ୍ମାନର ସହ ଥଇଥାନ ହେବେ ତାକୁ ସରକାର ଏବଂ ପ୍ରଶାସନ ଅଗ୍ରାଧିକାର ଦେବାପାଇଁ କମିଟି ତରଫରୁ ଦୃଢ ଦାବୀ ରଖାଯାଇଛି।ଏହା ନହେଲେ କମିଟି ପୁନର୍ବାର ଆନ୍ଦୋଳନାତ୍ମକ ପଦକ୍ଷେପ ନେବାକୁ ବାଧ୍ୟ ହେବ ବୋଲି ଚେତାବନୀ ଦିଆଯାଇଛି ।
     ଏହି ବୈଠକରେ କମିଟି ର ଉପସଭାପତି ମୁନା ପଟ୍ଟନାୟକ,ବରିଷ୍ଟ ସଭ୍ୟ ଗିରୀଶ ସିଂହଦେଓ,ମଗନଲାଲ ଅଗ୍ରୱାଲ, ବିକ୍ରମାନନ୍ଦ ବହିଦାର ଯୁବ ସଂଯୋଜକ ରିଲୁ ରଥ, ଯୁବ ସଭାପତି ବିନୋଦ କାଳସାଇ, ଯୁବ ଉପସଭାପତି ସନ୍ତୋଷ ପଟ୍ଟନାୟକ,ରବି ଖମାରି,ସଞ୍ଜୟ ସାହୁ,ରାଜେନ୍ଦ୍ର ସେଠି ପ୍ରମୁଖ ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମାଁ ଦ୍ୱାରସେହ୍ନୀ ମନ୍ଦିର ଚୋରୀ କୁ ନେଇ ଅସନ୍ତୋଷର ତିବ୍ର ରୂପ , ଆଦିବାସୀ କଲ୍ୟାଣ ସଂଘ ଡାକରାରେ ବିଭିନ୍ନ ସଂଗଠନ ତରଫରୁ ସିନ୍ଧେକେଲା ଥାନା ଘେରାଉ।    26-Aug-2026
  ଜିଲ୍ଲା  
ଶ୍ରାବଣର ଶେଷ ସୋମବାରରେ ରାଣୀପୁର ଝରିଆଲ ଲୋକାରଣ୍ୟ ,୧୨ ଘଣ୍ଟା ପରେ ଧାଡ଼ି ଦର୍ଶନ ସରିଲା।   26-Aug-2026
  ଜିଲ୍ଲା  
ଖ୍ୟାତନାମା ମୂତ୍ରରୋଗ ବିଶେଷଜ୍ଞ ଡା. ଦତ୍ତ୍ୱେଶ୍ୱର ହୋତା ଙ୍କ ଚିକିତ୍ସା କେନ୍ଦ୍ର........ସିଭିଲ ସୋସାଇଟି ଦ୍ୱାରା ସ୍ୱାଗତ   25-Aug-2026
  ଜିଲ୍ଲା  
ନୂତନ କ୍ୟାଡରରେ ବଲାଙ୍ଗିରର ପ୍ରଥମ ଏଲ-ୱାନ ପଦୋନ୍ନତି କୁ ସ୍ୱାଗତ କଲା ବହୁମୁଖୀ ମହିଳା ସ୍ୱାସ୍ଥ୍ୟ କର୍ମୀ ସଂଘ   25-Aug-2026
  ଜିଲ୍ଲା  
*ସୋନପୁର ଠାରେ ଜିଲ୍ଲା ସ୍ତରୀୟ ବ୍ୟାଙ୍କ ପରାମର୍ଶ ଦାତା ସମିତି ବୈଠକ*-   25-Aug-2026
  ଜିଲ୍ଲା  
ସିଦ୍ଧାର୍ଥ କଲେଜ ପରିସରରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର   25-Aug-2026
  ଜିଲ୍ଲା  
ପଣ୍ଡାମୁଣ୍ଡା ଗାଁ ରେ ନକଲି ସାର ବେପାରୀ ଙ୍କ ପ୍ରାଦୁର୍ଭାବ♦️ ବ୍ଲକ କୃଷି ଅଧିକାରୀ ନିଦାବିଷ୍ଣୁ   25-Aug-2026
  ଜିଲ୍ଲା  
ବରପାଲି ଫାର୍ମାସ୍ୟୁଟିକାଲ କଲେଜରେ ଗୁରୁ ଭଗବାନ ସାହୁ ଜ୍ଞାନ ସାଗର ଉଦଘାଟିତ   25-Aug-2026
ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନା ଓ ମୂଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଚାଉଳ ବଣ୍ଟନ ପ୍ରକ୍ରିୟା ଅନିଅମିତତା   25-Aug-2026
  ଜିଲ୍ଲା  
ଲୁହୂରାମୁଣ୍ଡା ରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   24-Aug-2026
  ଜିଲ୍ଲା  
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   24-Aug-2026
  ଜିଲ୍ଲା  
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଚିନ୍ଦାଗୁଡ଼ା ଗ୍ରାମ ଠାରେ ଦାଦନ ଶ୍ରମିକ ମୁକ୍ତ ସଚେତନ ଶିବିର ଆୟୋଜିତ,   24-Aug-2026

You Might Also Like