-+91-9937148622 |
prerana_bgr@rediffmail.com |
Wednesday 26th August 2026 |
R.N.I. Regd No. ODIODI/2010/46693
Breaking News
01-Jul-2021
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ) : ଆଜି ବୌଦ୍ଧ ଜ଼ିଲ୍ଲା କଣ୍ଟାମlଳ ମନମୁଣ୍ଡା ଦମlମୁଣ୍ଡl ରାସ୍ତା ବୁଲାଣି ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ବ୍ୟକ୍ତିଙ୍କୁ ସେଇ ରାସ୍ତାରେ ସରକାରୀ କାର୍ଯ୍ୟ ଗସ୍ତରେ ଆସୁଥିବl କଣ୍ଟାମlଳ ବି ଡ଼ି ଓ ବନ୍ଦନା ଖଟୁଆ ମନମୁଣ୍ଡା ମେଡିକାଲକୁ ନିଜ ଗାଡିରେ ତୁରନ୍ତ ଚିକିତ୍ସା ପାଇଁ ପହଞ୍ଚାଇ ଥିଲେ l ମେଡିକାଲରେ ଆହତ ବ୍ୟକ୍ତିର ସମସ୍ତ ପ୍ରକାର ସହାୟତା ଓ ଚିକିତ୍ସା ବନ୍ଦୋବସ୍ତ କରି ଫେରିଥଲେ, ଯାହାକି ବଡ଼ ବଡ଼ିଆ ଅଫିସରଙ୍କ ପାଖରେ ଏଭଳି ସେବା ମନୋଭାବ ଖୁବ କ୍ଵଚିତ ଦେଖିବାକୁ ମିଳିଥାଏ l ବିଡିଓ ଶ୍ରୀମତୀ ଖଟୁଆଙ୍କ ଏହି ସହାୟତା ଓ ମହାନ କାର୍ଯ୍ୟକୁ ଜନସାଧାରଣ ପ୍ରଶଂସା କରିଛନ୍ତି l