-+91-9937148622 |
prerana_bgr@rediffmail.com |
Wednesday 26th August 2026 |
R.N.I. Regd No. ODIODI/2010/46693
Breaking News
01-Jul-2021
ଲୋଇସିଂହା, (ବିନୋଦ କୁମାର ଦୀପ): ବଲାଙ୍ଗୀର ଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ ଆଜି ଲୋଇସିଂହା ବ୍ଲକ ଅଞ୍ଚଳରେ ବିକ୍ଷୋଭ କରାଯାଇଛି। ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ ରୁଗୁଡ଼ିଖାଳ 26ନମ୍ବର ଜାତୀୟ ରାଜପଥଉପରେ ଧାନବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି ଏବଂ ବିକ୍ଷୋଭ କରିବା ସହ ରାଜ୍ୟ ସରକାରଙ୍କୁ
ଆଉ ୧୫ ଦିନ ମଧ୍ୟ ବଢ଼ାଯାଉ ଏବଂ କଟଣୀ, ଛଟଣୀ ବନ୍ଦ କରାଯାଉ ବୋଲି କହିଛନ୍ତି । ଆଜିର ଏହି ବିକ୍ଷୋଭରେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂଦେଓ, ବଲାଙ୍ଗିର ସାଂସଦ ସଙ୍ଗୀତା ସିଂଦେଓ, କଣ୍ଟାବାଞ୍ଜି ବିଧାୟକ ପ୍ରାର୍ଥୀ ଲକ୍ଷଣ ବାଗ୍ ଯାଦବ, ବଲାଙ୍ଗିର ଜିଲ୍ଲା ସଭାପତି ଶିବାଜୀ ମହାନ୍ତିଙ୍କ ସମେତ ବହୁ ଚାଷୀ ସାମିଲ ହୋଇଥିଲେ।