-+91-9937148622 |
prerana_bgr@rediffmail.com |
Wednesday 26th August 2026 |
R.N.I. Regd No. ODIODI/2010/46693
Breaking News
01-Jul-2021
କଣ୍ଟାବାଞ୍ଜି,(ଆନନ୍ଦ କୁମାର ମୋଟେ): ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳିର ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝିବା ସହ କରୋନା ବିଷୟରେ ସଚେତନ କରୁଛନ୍ତି । ବିଧାୟକ ଗୁରବାର ବଙ୍ଗୋମୁଣ୍ଡା ବ୍ଲକର କପିଲାଭଟା ପଂଚାୟତର ବିଭିନ୍ନ ଗାଁ ପହଂଚି ଲୋକଙ୍କ ବିଭିନ୍ନ ସମସ୍ୟା ଉପରେ ସମିକ୍ଷା କରିବା ସହ ଜନସାଧାଣଙ୍କ ସହ ଆଲୋଚନା କରିଥିଲେ । ଗାଁରେ ରହିଥିବା ସ୍କୁଲ ସମସ୍ୟା, ଓଭରହେଡ ଟ୍ୟାଙ୍କି, ଆଇଆଇ ଅଫିସ ତଥା ବୃଦ୍ଧ ବୃଦ୍ଧାଙ୍କୁ ଭତ୍ତା ସମସ୍ୟା ସମାଧାନ କରିବାକୁ ଲୋକଙ୍କୁ ପ୍ରତିଶୃତି ଦେଇଥିଲେ । ବର୍ତମାନ ସମୟରେ କରୋନା ମହାମାରି ରୁପ ଧାରଣ କରିଥିବା ବେଲେ ଲୋକେ କୋଭିଡ ନିୟମକୁ ଠିକ ଭାବେ ପାଳନ କରିବା ସହ ଟିକା ନେବାକୁ ସଚେତନ କରିଥିଲେ । ତେବେ ବିଧାୟକଙ୍କ ସହ ବଙ୍ଗୋମୁଣ୍ଡା ପୁର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବ୍ଲକ କଂଗ୍ରେସ ସଭାପତି ଗୁରୁଚରଣ ବେହେରା, ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷଙ୍କ ପ୍ରତିନିଧି ଭୋଲା ବେହେରା, ବଙ୍ଗୋମୁଣ୍ଡା ସରପଂଚ ସୁଶାନ୍ତ ଯୋଷି, ଭାଲୁମୁଣ୍ଡା ସରପଂଚ ଉପେନ୍ଦ୍ର ମେହେର, କପିଲାଭଟା ପଂଚାୟତ ଅଶୁର୍ଲା ଗାଁର ମଧୁ ସାହୁ ସହ ଅନ୍ୟ ମାନେ ଉପସ୍ଥିତ ଥିଲେ ।