-+91-9937148622 |
prerana_bgr@rediffmail.com |
Wednesday 11th March 2026 |
R.N.I. Regd No. ODIODI/2010/46693
Breaking News
16-Jun-2021
ପାଟନା :(ପ୍ରେରଣା ଖବର)
ଏକ ହତ୍ୟା ମାମଲାରେ ବିହାରର ଜିଲ୍ଲା କୋର୍ଟ ଆଜି ୧୦ ଜଣଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଆରାର ପ୍ରମୁଖ ବ୍ୟବସାୟୀ ଇମ୍ରାନ ଖାନ୍ଙ୍କୁ ୨୦୧୮ରେ ଦିବାଲୋକରେ ହତ୍ୟା କରାଯାଇଥିଲା। ଏହି ମାମଲାରେ କୋର୍ଟ ୨ ଭାଇଙ୍କ ସମେତ ୧୦ ଜଣଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଛନ୍ତି। ଦୁଇ ଭାଇ ଖୁରସିଦ, ଅବଦୁଲ୍ଲା ଏବଂ ଅନ୍ୟ ୮ ଜଣଙ୍କୁ ଦୋଷୀସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି। ସେମାନଙ୍କୁ ୨୬ ଲକ୍ଷ ଟଙ୍କାର ଜରିମାନା ମଧ୍ୟ କରିଛନ୍ତି। ୨୦୧୮ରେ ଇମ୍ରାନ ଖାନ୍ଙ୍କୁ ତାଙ୍କ ଦୋକାନ ଭିତରେ ହତ୍ୟା କରାଯାଇଥିଲା। ଖୁରସିଦ୍ର ଗ୍ୟାଙ୍ଗ୍ ଇମ୍ରାନ୍ଙ୍କଠାରୁ ୧୦ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ। ଇମ୍ରାନ୍ ଟଙ୍କା ନଦେବାରୁ ତାଙ୍କୁ ହତ୍ୟା କରାଯାଇଥିଲା ବୋଲି ଜଣାପଡ଼ିଛି।