-+91-9937148622 |

prerana_bgr@rediffmail.com |

  Saturday 31st October 2026 |

| | | |

R.N.I. Regd No. ODIODI/2010/46693

Breaking News

ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   (31-Oct-2026)       ||      ପଦୋନ୍ନତି ପାଇଲେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ; - ଶ୍ରମ ବିଭାଗ ର ଯୁଗ୍ମ ସଚିବ ଭାବେ ଯୋଗ ଦେବେ -   (31-Oct-2026)       ||      ବଡପୋଡ଼ାଗୁଡା ଗ୍ରାମପଞ୍ଚାୟତ ର ସମସ୍ତ ମଦକୋଠି ବନ୍ଦ ଦାବିନେଇଁ ତେଜିଲେ ମହିଳା   (31-Oct-2026)       ||      ବେହେରାଗୁଡ଼ା ଛତିଶଗଡ କୁ ସଂଯୋଗ ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନର ଦୃଷ୍ଟି କେବେ ?   (31-Oct-2026)       ||      ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   (30-Oct-2026)       ||      ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ    (30-Oct-2026)       ||      ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   (30-Oct-2026)       ||      ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   (30-Oct-2026)       ||      ୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   (30-Oct-2026)       ||      ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ    (30-Oct-2026)       ||      ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   (30-Oct-2026)       ||      ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    (29-Oct-2026)       ||      କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   (29-Oct-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   (29-Oct-2026)       ||      ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   (29-Oct-2026)       ||      ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   (29-Oct-2026)       ||      କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   (29-Oct-2026)       ||      ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   (29-Oct-2026)       ||      ବରଗଡ଼ ନଦୀପଡ଼ା ରେ ଗଜଲକ୍ଷ୍ମୀ ପୂଜା   (29-Oct-2026)       ||      ବଲାଙ୍ଗୀର ସହରର ରୁଗୁଡି ପଡା ଓ ନାଲଖଣ୍ଡି ପଡା ଠାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମ ରେ ପାଳିତ   (29-Oct-2026)       ||     

HOME   ଅପରାଧ

ମହାନଦୀ କୂଳ ହାଡିଆ ପଠା ରୁ ଧରାପଡ଼ିଲେ ୬ ଡକାୟତ ବନ୍ଧୁକ, ଗୁଳି, ଗାଡ଼ି ଓ ମୋବାଇଲ୍ ଫୋନ୍ ଜବତ

11-Jun-2021



କଟକ : ମହାନଦୀ କୂଳ ହାଡ଼ିଆ ପଠାରେ ଡକାୟତି ଷଡ଼ଯନ୍ତ୍ର କରୁଥିବା ଏକ ଗ୍ୟାଙ୍ଗ୍‌ର ୬ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ପୁଲିସ କାବୁ କରିଛି। ସେମାନଙ୍କ ନିକଟରୁ ବନ୍ଧୁକ, ଗୁଳି, ଗାଡ଼ି ଓ ମୋବାଇଲ୍ ଫୋନ୍ ଇତ୍ୟାଦି ଜବତ କରାଯାଇଛି। ପୁଲିସ ସହ ଧସ୍ତାଧସ୍ତ‌ିରେ ଧରା ପଡ଼ିଥିବା ଏହି ଅପରାଧୀମାନେ କଟକ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅପରାଧ ଘଟାଉଥିବା ପୁଲିସ ସୂଚନା ଦେଇଛି। ଧରା ପଡିଥିବା ଅଭିଯୁକ୍ତମାନେ ହେଲେ ଯାଜପୁର ମଙ୍ଗଳପୁରର ବିଟୁ ଓରଫ ବିଶ୍ଵଜିତ ଦାସ(୩୨), କଟକ ସଦରର ସଂଜୟ ସାମଲ(୩୦), ଜଗତପୁରର ଟିକିନା ଓରଫ ପ୍ରଶାନ୍ତ ବାରିକ(୪୧), ନିଆଳିର କଇଁ ଓରଫ ଶୁଭଦର୍ଶନ ଦାସ(୨୪), ଭଦ୍ରକ ଧୂଷୁରୀର ବୁଟୁ ନାୟକ(୩୫) ଓ ଜଗତସିଂହପୁର ରଘୁନାଥପୁରର ରାଜା ଓରଫ ରାଜେଶ ଖଟୁଆ (୩୫)।

ରାଜା ପୂରା ଗ୍ୟାଙ୍ଗକୁ ନିୟନ୍ତ୍ରଣ କରୁଥିବା ବେଳେ ଅନ୍ୟମାନେ ତାକୁ ସହଯୋଗ କରୁଥିଲେ। ରାଜା ଏଭଳି ଦୁଇ, ତିନିଟି ଗ୍ୟାଙ୍ଗକୁ ନିୟନ୍ତ୍ରଣ କରୁଥିବା ପୁଲିସ ଜାଣିବାକୁ ପାଇଛି। ପୁଲିସ ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ୯ ଏମ୍‌ଏମ୍‌ ପିସ୍ତଲ, ୭.୬୫ ଅଟୋ ପିସ୍ତଲ, ଦେଶୀ ସିକ୍ସର ରିଭଲଭର୍‌, ଦେଶୀ ରିଭଲଭର୍‌, ଦେଶୀ ସିଙ୍ଗଲ୍‌ ସର୍ଟ ପିସ୍ତଲ, ୩୦ଟି ଅଫୁଟା ଗୁଳି, ହୋଣ୍ଡା ଆକ୍ଟିଭା ସ୍କୁଟର, ୟାମା ଆର୍‌ ୧୫ ବାଇକ୍ ଓ ୬ଟି ମୋବାଇଲ ଫୋନ ଜବତ କରିଛି। ମହାନଦୀର ହାଡ଼ିଆ ପଠାରେ ଏହି ଅପରାଧ ଗ୍ୟାଙ୍ଗ୍‌ ଏକାଠି ହୋଇଥିବା ସଂପର୍କରେ ଖବର ପାଇ ମଙ୍ଗଳାବାଗ ଥାନା ପୁଲିସ ଆଇଆଇସି ଅମିତାଭ ମହାପାତ୍ରଙ୍କ ନେତୃତ୍ବରେ ସେଠାରେ ଅତର୍କିତ ଚଢ଼ଉ କରାଯାଇଥିଲା। ପୁଲିସ ଚାରି ପଟୁ ଘେରି ଯିବାରୁ ଏହି ଅପରାଧୀମାନେ ଆଉ ଖସି ଯାଇ ପାରିନଥିଲେ।

   ଜେରା ସମୟରେ ସେମାନେ ମଙ୍ଗଳାବାଗ ହାୱଡା ପେଟ୍ରୋଲ ପମ୍ପରେ ଡକାୟତି ଯୋଜନା କରୁଥିବା ସ୍ବୀକାର କରିଥିଲେ। ଏହି ଗ୍ୟାଙ୍ଗ୍‌ କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ଵର, କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ଜଗତସିଂହପୁର, ବ୍ରହ୍ମପୁର ଓ ଗଞ୍ଜାମ ଜିଲ୍ଲାରେ ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଅଛନ୍ତି। ଏହି ଗ୍ୟାଙ୍ଗର ବିଟୁ ଓରଫ ବିଶ୍ଵଜିତକୁ ୩ ଦିନ ରିମାଣ୍ଡ୍‌ରେ ଆଣିବାକୁ ପୁଲିସ ଆବେଦନ କରିଛି। ବିଟୁ ବିରୋଧରେ ଲକ ଥାନା ସମେତ ପାରାଦୀପ, ଆଳି, ବିଞ୍ଝାରପୁର ଥାନାରେ ସର୍ବାଧିକ ୧୩ଟି ଅପରାଧିକ ମାମଲା ରହିଛି। ରାଜା ବିରୋଧରେ ପାରାଦୀପ, ଡେରାବିଶ, ରଘୁନାଥପୁର ଓ କନ୍ଦରପୁର ଥାନାରେ ୬ଟି ମାମଲା, କଇଁନ ବିରୋଧରେ ଜଗତପୁର, କନ୍ଦରପୁର ଓ ନିଆଳିରେ ୪ଟି ଓ ଟିକିନା ବିରୋଧରେ ଜଗତପୁର, ସଦର ଓ ମଙ୍ଗଳାବାଗ ଥାନାରେ ୪ଟି ମାମଲା ରହିଛି।

   ଏମାନେ ମୁଖ୍ୟତଃ ବନ୍ଧୁକ କାରବାର, ଚୋରି, ଡକାୟତି ଓ ହତ୍ୟା ଉଦ୍ୟମ ଭଳି ସଙ୍ଗିନ୍‌ ଅପରାଧରେ ସଂପୃକ୍ତ ଅଛନ୍ତି। ଏହି ଗ୍ୟାଙ୍ଗକୁ ବନ୍ଧୁକ ଯୋଗାଉ ଥିବା ଅପରାଧୀଙ୍କୁ ପୁଲିସ ଧରିବାକୁ ଯୋଜନା ଚଳାଇଛି। କଟକ କମିସନରେଟ୍‌ ପୁଲିସ ଗଲା ୩ ମାସ ଭିତରେ ୩୦ଟି ବନ୍ଧୁକ ଓ ୨୫୦ରୁ ଅଧିକ ଗୁଳି ଜବତ କରିଛି। ଆଗକୁ ଏଭଳି ଗ୍ୟାଙ୍ଗ୍‌ ବିରୋଧରେ ଦମନ ଅଭିଯାନ ଜୋରଦାର ହେବ ବୋଲି ପୁଲିସ କମିସନର୍‌ ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। (ଦୀପକ କୁମାର ଷଡଙ୍ଗୀଙ୍କ ରିପୋର୍ଟ)


News Comment




Photo in News

Advertisment
Lastest News
  ଜିଲ୍ଲା  
ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   31-Oct-2026
  ଜିଲ୍ଲା  
ପଦୋନ୍ନତି ପାଇଲେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ; - ଶ୍ରମ ବିଭାଗ ର ଯୁଗ୍ମ ସଚିବ ଭାବେ ଯୋଗ ଦେବେ -   31-Oct-2026
  ଜିଲ୍ଲା  
ବଡପୋଡ଼ାଗୁଡା ଗ୍ରାମପଞ୍ଚାୟତ ର ସମସ୍ତ ମଦକୋଠି ବନ୍ଦ ଦାବିନେଇଁ ତେଜିଲେ ମହିଳା   31-Oct-2026
  ଜିଲ୍ଲା  
ବେହେରାଗୁଡ଼ା ଛତିଶଗଡ କୁ ସଂଯୋଗ ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନର ଦୃଷ୍ଟି କେବେ ?   31-Oct-2026
  ଜିଲ୍ଲା  
ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   30-Oct-2026
  ରାଜ୍ୟ  
ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ   30-Oct-2026
  ଜିଲ୍ଲା  
ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   30-Oct-2026
  ଜିଲ୍ଲା  
ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   30-Oct-2026
  ଜିଲ୍ଲା  
୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   30-Oct-2026
  ଜିଲ୍ଲା  
ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ   30-Oct-2026
  ଜିଲ୍ଲା  
ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   30-Oct-2026
  ମହାନଗର  
ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    29-Oct-2026

You Might Also Like