-+91-9937148622 |
prerana_bgr@rediffmail.com |
Saturday 31st October 2026 |
R.N.I. Regd No. ODIODI/2010/46693
Breaking News
31-Oct-2026
ସୁବର୍ଣ୍ଣପୁର( ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳୀନା ପ୍ରଧାନଙ୍କ ବଦଳି ହୋଇଛି ।ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ନଂ ୩୪୪୬୬/SCS ଅନୁଯାୟୀ, OAS (S) ଅଧିକାରୀ ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ, ସୁବର୍ଣ୍ଣପୁରଙ୍କୁ ବଦଳି କରି ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା (L & ESI) ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ଶ୍ରୀମତୀ ପ୍ରଧାନଙ୍କ କାର୍ଯ୍ୟକାଳ ମଧ୍ୟରେ ଜିଲ୍ଲାରେ ରାଜସ୍ୱ ପ୍ରଶାସନ, ଅଭିଯୋଗ ଶୁଣାଣି ଓ ଜନକଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥିଲେ । ସେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ, ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର, କ୍ରୀଡା ଓ ସାମାଜିକ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଜିଲ୍ଲାପାଳଙ୍କ ଯୁଗ୍ମ ଶୁଣାଣି ଶିବିରରେ ମଧ୍ୟ ସେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗର ସମାଧାନ ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଥିଲେ। ରାଜ୍ଯ ସରକାର ଙ୍କ ଜନ ଗଣନା କାର୍ଯ୍ୟ ରେ ଶ୍ରୀମତୀ ପ୍ରଧାନ ସହର ତଥା ଜିଲ୍ଲା ରେ ବିଭିନ୍ନ ଅଞ୍ଚଳ ରେ ଘର ଘର ବୁଲି ଲୋକ ଙ୍କୁ ବୁଝାଇ ସଚେତନ କରି ଏ କ୍ଷେତ୍ରରେ ଜିଲ୍ଲା ର ସଫଳତା ଓ କୃତିତ୍ୱ ହାସଲ କରିବାରେ ଉଲ୍ଲେଖନୀୟ ଭୂମିକା ରଖି ଥିଲେ l ସରକାରୀ ବେସରକାରୀ ଅନୁଷ୍ଠାନ ସହିତ ଜଡ଼ିତ ରହି ଶ୍ରୀମତି ପଧାନ ଜିଲ୍ଲା ରେ ଜଣେ ବେଶ ପରିଚିତ ପ୍ରଶାସିକା ଭାବେ କାର୍ଯ୍ୟ କରିଥିଲେ l ତାଙ୍କ ଶ୍ରଦ୍ଧା,ବ୍ୟବହାର, ମିଠା କଥା ଓ ଭଲ ପାଇବା ବି ସମସ୍ତ ଙ୍କ ପାଇଁ ଏକ ଆକର୍ଷଣ ଥିଲା l ରାଜ୍ୟ ସରକାରଙ୍କ ବଡ଼ ଧରଣର ପ୍ରଶାସନିକ ଅଦଳବଦଳର ଏହା ଏକ ଅଂଶ ହୋଇଥିବା ବେଳେ ତାଙ୍କ ସ୍ଥାନରେ ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବରେ ବୌଦ୍ଧ ଜିଲ୍ଲା ଏଡିଏମ ଅନିରୁଦ୍ଧ ପ୍ରଧାନ ନିଯୁକ୍ତ ହେବେ ବୋଲି ଜଣାପଡିଛି ।