-+91-9937148622 |
prerana_bgr@rediffmail.com |
Saturday 31st October 2026 |
R.N.I. Regd No. ODIODI/2010/46693
Breaking News
31-Oct-2026
କୋକସରା (ତ୍ରିନାଥ ବେଶ୍ରା)
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ର ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ବେ ଆଇନ୍ ଭାବରେ ଦେଶୀ ମଦକୋଠି ଛତୁ ଫୁଟିଲା ପରି ଖୋଲୁଥିବା ଦେଖିବାକୁ ମିଳୁଛି । ବଡପୋଡ଼ାଗୁଡା ପଞ୍ଚାୟତ ଅନ୍ତର୍ଗତ, ବଡପୋଡ଼ାଗୁଡା,ରଏନ ଗୁଡା, ଦାବ୍ରିଗୁଡ଼l, ସର୍ଗିଗୁଡା , ତଲାଗାଁ,ଗ୍ରାମ ର ମହିଳା ମାନେ ଏକତ୍ର ହୋଇ ପ୍ରତେକ ଗ୍ରାମର ମଦକୋଠି ଖୋଲିଥିବା ସ୍ଥାନ ମାନଙ୍କୁ ଯାଇ ପ୍ରତିବାଦ କରି ମଦ କୋଠି ବନ୍ଦ କରିବା ପାଇଁ ପ୍ରତେକ୍ ଗ୍ରାମର ମହିଳା ମାନେ ଏକତ୍ରିତ ହୋଇ ପ୍ଲେ କାର୍ଡ ଧରି ପ୍ରତେକ ଗାଁ କୁ ନିଶାମୁକ୍ତ କରିବା ପାଇଁ ଶ୍ଲୋଗାନ ଦେଇ ଗାଁ ପରିକ୍ରମା କରିଥିଲେ । ଏବଂ ମଦକୋଠି କୁ ଯାଇ ଆସନ୍ତା କାଲି ଠାରୁ ଗାଁ ରେ ମଦବିକ୍ରି ବନ୍ଦ କରିବା ପାଇଁ ଶାନ୍ତି ପୁର୍ଣ୍ଣ ଭାବରେ ବୁଝାଇ ଚେତାବନୀ ଦେଇଥିଲେ ।
ସେଠାରେ କୋଠି ମାଲିକ ମାନେ ମହିଳା ତଥା ଗ୍ରାମ ବାସୀ ମାନଙ୍କ କଥା ରଖିବା ଏବଂ ଆସନ୍ତା କାଲିଠାରୁ
ଆଉ ମଦ ବିକ୍ରି କରିବି ନାହିଁ ବୋଲି ଖୋଲାଖୋଲି ଭାବେ କହିଦେଇଥିଲେ । ପରେ ସମସ୍ତେ ଗାଁ କୁ ଫେରିଥିଲେ । ଏଥିରେ ମା ଲଙ୍କେଶ୍ୱରୀ ମହିଳା ସଂଗଠନ ସଭାନେତ୍ରୀ ଯମୁନା ମାଝୀ ସଂପାଦିକା ପ୍ରଭାତୀ ଦାସ, ପଦ୍ମା ମାଝୀ, ହେମା ମାଝୀ, ମଦନା ମାଝୀ, ଦମୟନ୍ତୀ ବାଗ, ଲକ୍ଷ୍ମୀ ବେମାଲ, ପ୍ରମୁଖ ମହିଳା ସଂଗଠନ ର ମହିଳା ମାନେ ଓ ପ୍ରତେକ ଗ୍ରାମର ମହିଳା ମାନେ ସାମିଲ ହୋଇଥିଲେ ।