-+91-9937148622 |
prerana_bgr@rediffmail.com |
Saturday 31st October 2026 |
R.N.I. Regd No. ODIODI/2010/46693
Breaking News
31-Oct-2026
ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର)
ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ଭୈରବ ମହାବିଦ୍ୟାଳୟ ପଡ଼ିଆ ଠାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣସମ୍ପଦ ମେଳା-୨୦୨୬ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଡାବୁଗାଁ ଲୋକପ୍ରିୟ ବିଧାୟକ ମନୋହର ରନ୍ଧାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରିବନଫିତା କାଟି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ lଏହି କର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପାରିଷଦ ଅଧକ୍ଷ ମୋତିରାମ ନାୟକ ଯୋଗ ଦେଇ କିପରି ଚାଷୀ ମତ୍ସ୍ୟ ଚାଷ କରି ଉପକୃତ ହେବେ, ସେନେଇ ଆଲୋଚନା କରିଥିଲେ l ଡାବୁଗାଁ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ସିନିଗୋ ମୁର୍ମୁଙ୍କ ସଭାପତିତ୍ବରେ ସ୍ୱାଗତ ଭାଷଣ ଦେବା ସହ ସରକାରଙ୍କ ବିଭିନ୍ନ ପ୍ରକଳ୍ପ ଓ ତାହାର ସୁବିଧା କିପରି ମିଳି ପାରିବ ସେନେଇ ଆଲୋଚନା କରି ଥିବା ସହିତ ଉକ୍ତ ମେଳାର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ଆଲୋଚନା ରଖିଥିଲେ । ସମ୍ମାନୀତ ଅତିଥି ଭାବେ ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ ଯୋଗ ଦେଇ ଚାଷ ଓ ଚାଷୀ ର ଲାଭ ବିଷୟରେ ଆଲେଚନା କରିଥିଲେ lଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ ପ୍ରକାଶ ମହାନ୍ତି(ଜୀବ କଲ୍ୟାଣ), ଡଃ ପ୍ରଶାନ୍ତ କୁମାର ସାମଲ (ରୋଗ ନିୟନ୍ତ୍ରଣ ) ଓ ଡ଼ଃ ମନୋରଞ୍ଜନ ନନ୍ଦ (ପ୍ରାଣୀ ଧନ ଉତ୍ପାଦନ) ଉକ୍ତ ମେଳା ମଞ୍ଚରେ ଯୋଗ ଦେଇଥିଲେ । କିପରି ଚାଷୀ ମାଛ ଚାଷ , କୁକୁଡ଼ା ଚାଷ , ବତକ ଚାଷ, ଛେଳି ଚାଷ ଓ ଘୁଷୁରୀ ଚାଷ କରି ଲାଭବାନ ହୋଇପାରିବେ ଏହି ମେଳାର ମୁଖ୍ୟ ଲକ୍ଷ ହୋଇଥିବା ଜଣାଯାଇଛି । ଅନ୍ୟ ସମ୍ମାନୀତ ଅତିଥି ମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ଡାବୁଗାଁ ଜୋନ- ୧ ଓ ଜୋନ -୨ ଜିଲା ପରିଷଦ ସଭ୍ୟ ଧନ ସିଂ ଭତ୍ରା ଓ ଗୁପ୍ତ ବିଶୋଇ, ବିଜେଡ଼ି ବ୍ଲକ ସଭାପତି ଶୁରେନ୍ଦ୍ର ମିଶ୍ର , ବରିଷ୍ଠ ନେତା ଏମ୍ ଆପ୍ପା ରାଓ , ବିଜେପିର ବରିଷ୍ଟ ନେତା ରାଜେନ୍ଦ୍ର ବିଶୋଇ ଯୋଗ ଦେଇଥିବା ବେଳେ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇ ସରକାରଙ୍କ ଯୋଜୋନାରେ କିପରି ଲାଭବାନ ହେବେ, ସେ ବିଷୟରେ ଆଲେଚନା କରିଥିଲେ । ନବରଙ୍ଗପୁର ଜିଲ୍ଲା ମତ୍ସ୍ୟ ଅଧିକାରୀ ବିଷ୍ଣୁ ଚନ୍ଦ୍ର କିଶାନ ଯୋଗ ଦେଇ ମତ୍ସ୍ୟ ଚାଷ କରି ଚାଷୀ କୀପରି ଲାଭବାନ ହୋଇପାରିବେ,ସେନେଇ ଆଲୋଚନା କରିଥିଲେ । ଅତିରିକ୍ତ ଜିଲ୍ଲା ପ୍ରାଣୀଧନ ଚିକିତ୍ସା ଅଧିକାରୀ ଡାଃ ପ୍ରକାଶ ମହାନ୍ତି(ଜୀବ କଲ୍ୟାଣ),ଡାଃ ପ୍ରଶାନ୍ତ କୁମାର ସାମଲ (ରୋଗ ନିୟନ୍ତ୍ରଣ),ଡାଃ ମନୋରଞ୍ଜନ ନନ୍ଦ (ପ୍ରାଣୀଧନ ଉତ୍ପାଦନ) ପ୍ରମୁଖ ଉପସ୍ଥିତ ଥିଲେ l ଡାବୁଗାଁ ବ୍ଳକ ୧୨ ଗୋଟି ଗ୍ରାମ ପଞ୍ଚାୟତରୁ ବହୁ ସଂଖ୍ୟାରେ ଚାଷୀ ଉପସ୍ଥିତ ରହିଥିଲେ l ଚାଷୀ ମାନଙ୍କ ନିମନ୍ତେ ବିଭିନ୍ନ ବିଭାଗର ୧୨ ଟି ଷ୍ଟଲ୍ ଖୋଲା ଯାଇ ଚାଷୀ ମାନଙ୍କୁ ବିଭିନ୍ନ ଯୋଜନାରେ ଲାଭବାନ ହେବା ନେଇ ଦିଗ ଦର୍ଶନ ଦିଆଯାଇଥିଲା।ସହକାରୀ ମତ୍ସ୍ୟ ଅଧିକାରୀ ରାଜେଶ ଦାସ ବାୟୋ ଫ୍ଳଗ୍ ସ୍କିମରେ(ଜୈବ ପୁଞ୍ଜ ମାଧ୍ୟମରେ) ମାଛ ଚାଷ କରି ଓଡ଼ିଶାରେ ପ୍ରଥମ ହୋଇଥିବା ଡାବୁଗାଁ ବ୍ଳକ ବିଷୟରେ କହିଥିଲେ।ଉକ୍ତ ମେଳା କାର୍ଯ୍ୟକ୍ରମକୁ ଭ୍ରାମ୍ୟମାଣ ପ୍ରାଣୀଧନ ଚିକିତ୍ସା ଅଧିକାରୀ ଡଃ ମାୟାଧର ସାହୁ ବେଶ ସୁନ୍ଦର ଭାବେ ପରିଚାଳନା କରିଥିଲେ । ପରେ ଭୈରବ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟର ଛାତ୍ରୀମାନେ ସମବେତ ନୃତ୍ୟ କରି ସମସ୍ତଙ୍କୁ ଆପ୍ୟାୟିତ କରିଥିଲେ l ଡାବୁଗାଁ ଗୋଷ୍ଟୀ ପ୍ରାଣୀଧନ ଚିକିତ୍ସାଳୟ ପରିସରରେ ଚାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଜିଲ୍ଳା ମୁଖ୍ୟ ପ୍ରାଣୀଧନ ଚିକିତ୍ସା ଅଧିକାରୀଙ୍କ ଦ୍ଵାରା ସମସ୍ତ ଅଧିକାରୀ ମାନଙ୍କ ସହଯୋଗରେ କରାଯାଇଥିଲା