-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
10-Jun-2021
ନୂଆପଡ଼ା (ପ୍ରେରଣା ଖବର) : କରୋନା ମହାମାରୀ ସମୟରେ ଅନେକ ଅନୁଷ୍ଠାନ ତଥା ବ୍ୟକ୍ତିବିଶେଷ ଅସହାୟ ଓ ଭୋକିଲା ମାନଙ୍କୁ ସାହାଯ୍ୟ ଓ ସହଯୋଗ ର ହାତ ବଢାଇଛନ୍ତି l ଏହି କ୍ରମରେ ନୂଆଁପଡ଼ା ଜିଲ୍ଲାର ଦୁଇ ଜଣ ଝିଅ ଏପରି ଅସହାୟ ଓ ଭୋକିଲା ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରି ନିଜର ଉଦାରତାର ପରିଚୟ ଦେଇଛନ୍ତି l ନୂଆପଡ଼ା ସହରର ମହିଳା କ୍ରିକେଟ ଖେଳାଳୀ ନିବେଦିତା ଜନ୍ ନାଏକ ଓ ସାମାଜ ସେବା ପ୍ରତି ରୁଚି ରଖିଥିବା ପ୍ରୀତି ପୀୟୂଷା ନାଗ ନିଜ ହାତରୁ ଖର୍ଚ୍ଚ କରି ସହରର ଗଳିକନ୍ଦିରେ ଥିବା ଭୋକିଲା ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରୁଛନ୍ତି l ଏଥି ସହିତ କରୋନା କବଳରୁ ସୁରକ୍ଷିତ ରହିବା ପାଇଁ ଲୋକଙ୍କୁ ମାସ୍କ ମଧ୍ଯ ବଣ୍ଟନ କରୁଛନ୍ତି l କରୋନା କାଳରେ ସମାଜ ପ୍ରତି ନିଜର ଉତ୍ତରଦାୟିତ୍ଵକୁ ପାଳନ କରିଥିବା ଏହି ଦୁଇ ଝିଅ ପ୍ରକୃତରେ ପ୍ରଶଂସାର ପାତ୍ରୀ l