-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
16-Sep-2026
ନବରଙ୍ଗପୁର (ପ୍ରିୟଦର୍ଶିନୀ ପାତ୍ର)
ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ଡାବୁଗାଁ ବ୍ଲକର ମେଦନ ଗ୍ରାମରେ ବାବା ଭଙ୍ଗାରମଙ୍କ ପରିବାର ପକ୍ଷରୁ ପାରମ୍ପରିକ ରୀତିନୀତିରେ ନୂଆଁଖାଇ ଭେଟଘାଟ ପାଳନ କରାଯାଇଛି।
ଆଜି ସକାଳୁ ପରିବାରର ମୁଖ୍ୟ ନୂଆ ଧାନର ନବାନ୍ନକୁ ଇଷ୍ଟଦେବୀଙ୍କୁ ଅର୍ପଣ କରି ପୂଜାର୍ଚ୍ଚନା କରିଥିଲେ। ଏହା ପରେ ପରିବାରର ସମସ୍ତ ସଦସ୍ୟ ଏକାଠି ହୋଇ ନୂଆ ଅନ୍ନ ଗ୍ରହଣ କରିଥିଲେ।ବଡ଼ ମାନଙ୍କୁ ନୂଆଁଖାଇ ଜୁହାର ଜଣାଇ ଆଶୀର୍ବାଦ ନେବା ସହ ସାନ ମାନଙ୍କୁ ସ୍ନେହ ଓ ଭଲ ପାଇବା ଦିଆଯାଇଥିଲା। ପରିବାର ପକ୍ଷରୁ ଗ୍ରାମର ସମସ୍ତଙ୍କୁ ନୂଆଁଖାଇ ଶୁଭେଚ୍ଛା ଜଣାଇଛନ୍ତି।ଏହି ଅବସରରେ ଭଙ୍ଗାରମ ପରିବାରର ସମସ୍ତ ସଦସ୍ୟ, ଗ୍ରାମବାସୀ ଓ ବନ୍ଧୁ ପରିଜନ ଉପସ୍ଥିତ ଥିଲେ। ସାଂସ୍କୃତିକ ନାଚ ଗୀତ ସହ ଦିନଟି ଆନନ୍ଦ ଉଲ୍ଲାସରେ ପାଳନ ହୋଇଥିଲା।