-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
17-Sep-2026
କଣ୍ଟାବାଞ୍ଜି(ପ୍ରେରଣା ଖବର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ କଣ୍ଟାବାଞ୍ଜି ହସ୍ପିଟାଲରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ହସ୍ପିଟାଲରେ ପହଞ୍ଚି ରୋଗୀମାନଙ୍କୁ ଫଳ ବଣ୍ଟନ କରିବା ସହ ସେମାନଙ୍କ ସ୍ୱାସ୍ଥ୍ୟ ଓ ଶୀଘ୍ର ଆରୋଗ୍ୟ କାମନା କରିଥିଲେ।
ଏହି ଅବସରରେ ବିଧାୟକ ବାଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରିଥିଲେ। କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ଉପସଭାପତି ଶିବାଜୀ ମହାନ୍ତି, କଣ୍ଟାବାଞ୍ଜି ନଗର ଯୁବ ସଭାପତି ପପ୍ପୁ ଯୁଏଡ, ରାଜେଶ ଅଗ୍ରୱାଲ, ଅଜୟ ଶର୍ମା, ପୁରୁନ ବାଗ, ଯୋଗେଶ ଖେତାନ ଓ ପ୍ରଦୀପ ବାଗଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।