-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
17-Sep-2026
ବଲାଙ୍ଗୀର (ପ୍ରେରଣା ଖବର): ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ତଥା ଏକତା ଓ ଭାତୃତ୍ୱ ଭବର ପ୍ରତୀକ ନୂଆଁଖାଇ ଆମ ସମସ୍ତଙ୍କୁ ପରଷ୍ପର ମଧ୍ୟରେ ଭାବର ବନ୍ଧନରେ ଯୋଡି ପାରିଛି । ଯିଏ ଯେଉଁଠି ଥାଉନା କାହିଁକି ଏହି ଦିନ ପରିବାରର ସମସ୍ତେ ଏକାଠି ବସି ନବାନ୍ନ ଭକ୍ଷଣ କରିବାର ଅନନ୍ୟ ପରମ୍ପରା ଆମକୁ ସାରା ବିଶ୍ୱରେ ପରିଚିତ କରାଇ ପାରିଛି। ନୂଆଁଖାଇ ପରେ ନୂଆଁଖାଇ ଭେଟଘାଟ୍ ପଶ୍ଚିମ ଓଡ଼ିଶାର ଭାଇଚାରାର ଅନ୍ୟ ଏକ ପ୍ରତୀକ ଅଟେ। ଏହିକ୍ରମରେ ବଲାଙ୍ଗୀର ରେ କାର୍ଯ୍ୟରତ ଓକିଲମାନଙ୍କ ଉଦ୍ୟମରେ ଆସନ୍ତା ସେପ୍ଟେମ୍ବର ୨୦ ତାରିଖରେ ସ୍ଥାନୀୟ କଦଳୀମୁଣ୍ଡା ନର୍ସରୀ ଠାରେ ଏକ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। କାର୍ଯ୍ୟକ୍ରମର ସଫଳ ଆୟୋଜନ ତଥା ଏହାକୁ କିପରି ଅଧିକ ଆକର୍ଷଣୀୟ କରାଯାଇ ପାରିବ ସେଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟୟରେ ପହଂଚିଛି। ଏ ପର୍ଯ୍ୟନ୍ତ ପ୍ରାୟ ୧୫୦ଜଣ ଓକିଲ ଏହି ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସହମତି ପ୍ରଦାନ କରିସାରିଛନ୍ତି।
ସୂଚନାଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ବଲାଙ୍ଗୀରର ଓକିଲ ମାନଙ୍କ ଆୟୋଜନରେ ଏପରି ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇ ସାରିଛି। ସେପ୍ଟେମ୍ବର ୨୦ତାରିଖର ଭେଟଘାଟ ଉତ୍ସବକୁ ସଫଳ କରିବା ସହ ଏଥିରେ ଓକିଲ ମନେ ବହୁ ସଂଖ୍ୟାରେ ଯୋଡି ହେବାକୁ ନିବେଦନ କରାଯାଇଛି।