-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
08-Jun-2021
ଭୁବନେଶ୍ୱର(ଶୁଭାଶିଷ ନାୟକ) : କରୋନା ସଂକ୍ରମଣ ଯୋଗୁ ରାଜ୍ୟରେ ମେ’ ୫ ତାରିଖରୁ ଲକ୍ଡାଇନ୍ ଘୋଷଣା କରାଯାଇଥିବା ବେଳେ ପରେ ଏହାକୁ ବୃଦ୍ଧି କରାଯାଇଥିଲା । ଜୁନ୍ ୧୭ ତାରିଖ ଲକଡାଉନ ଅବଧି ବୃଦ୍ଧି କରାଯାଇଥିବା ବେଳେ ବହୁ ଛୋଟ ବ୍ୟବସାୟୀ ପ୍ରଭାବିତ ହୋଇଛନ୍ତି । ବିଶେଷକରି ଉଠା ଦୋକାନୀମାନେ ମଧ୍ୟ କ୍ଷତିଗ୍ରସ୍ତ ହୋଇଛନ୍ତି । ବହୁ ଉଠା ଦୋକାନୀ ଏବେ ଦୁର୍ଦ୍ଧିନରେ ଅଛନ୍ତି । ଆଉ ଏହାକୁ ଦୃଷ୍ଟିରେ ରଖି ଉଠା ଦୋକାନୀଙ୍କ ପାଇଁ ପ୍ୟାକେଜ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର ।
ମୋଟ ୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ସହରାଞ୍ଚଳର ଉଠା ଦୋକାନୀଙ୍କ ପାଇଁ ଏହି ପ୍ୟାକେଜ୍ ଘୋଷଣା କରାଯାଇଛି । ଏ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଏହି ଅର୍ଥ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସରକାରଙ୍କ ଏହି ପ୍ୟାକେଜ୍ ଘୋଷଣା ଫଳରେ ରାଜ୍ୟର ୮୭ ହଜାର ୬୫୭ ଉଠା ଦୋକାନୀ ଉପକୃତ ହେବେ ବୋଲି କୁହାଯାଇଛି ।
ରାଜ୍ୟରେ କରୋନା ଗ୍ରାଫ୍ ଏବେ ତଳ ମୁହାଁ ହୋଇଛି । ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ତଳକୁ ଖସିଆସିଛି । ଏପରି ସ୍ଥଳେ ଲକଡାଉନ ଅବଧି ଆଉ ବୃଦ୍ଧି ହେବାର ଆଶଙ୍କା ନାହିଁ ବୋଲି କୁହାଯାଉଛି । ରାଜ୍ୟରେ ଏବେ ୪୦ ପ୍ରତିଶତରୁ ଅଧିକ ଆଇସିୟୁ ବେଡ ଫାଙ୍କା ରହିଥିବା ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି ।