-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||     

HOME   ଜିଲ୍ଲା

ଅବ୍ୟବସ୍ଥା ଘେରରେ କଂଟାବାଞ୍ଜି ଡାକ୍ତରଖାନା: ଘରୋଇ କ୍ଲିନିକମୁହାଁ କାର୍ଯ୍ୟରତ ଡାକ୍ତର, ରୋଗୀ ହନ୍ତସନ୍ତ

08-Jun-2021



କଣ୍ଟାବାଞ୍ଜି, (ଆନନ୍ଦ କୁମାର ମୋଟେ): ୧୯୩୯ ମସିହାରେ ସ୍ଥାପିତ ହୋଇଥିବା କଂଟାବାଞ୍ଜି ଡାକ୍ତରଖାନା ଅବ୍ୟବସ୍ଥା ଘେରରେ ଗତି କରୁଛି । ବ୍ରିଟିଶ ଅମଲରୁ ଏହି ଡାକ୍ତରଖାନା ଆରମ୍ଭ ହୋଇଥିଲା । ଏହି ଡାକ୍ତରଖାନା ଉପରେ ଆଦିବାସୀ ଓ ଦଳିତ ଅଧ୍ୟୁଷିତ ଅଂଚଳର ଅଧିବାସୀ ସହ ତୁରେକେଲା, ମୁରିବାହାଲ, ବଙ୍ଗୋମୁଣ୍ଡା ବ୍ଲକ ସହ ନୁଆପଡା ଜିଲ୍ଲାର ସୀମାନ୍ତ ଅଂଚଳରେ ରହୁଥିବା ଲୋକ ରୋଗୀ ସେବା ପାଇଁ ନିର୍ଭର କରିଥାନ୍ତି । ଏହି ଡାକ୍ତରଖାନାକୁ ସରକାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସହ ଏଫ୍‌ଆର୍‌ୟୁ ର ମାନ୍ୟତା ମିଲିଛି । ତେବେ ଆବଶ୍ୟକ ଡାକ୍ତର, କର୍ମଚାରୀ ଏବଂ ସରଞ୍ଜାମ ଅଭାବ ଯୋଗୁ ଏଠାକୁ ଆସୁଥିବା ରୋଗୀ ନାହିଁ ନଥିବା ଅସୁବିଧାର  ସମ୍ମୁଖୀନ ହେବାକୁ ପଡୁଛି । ଏହି ଡାକ୍ତରଖାନାରେ ବର୍ତମାନ ସମୟରେ ୧୦ ଟି ଡାକ୍ତର ଆବଶ୍ୟକ ଥିବା ବେଳେ ୬ଜଣ ଡାକ୍ତରରେ ଚାଲୁଛି ଡାକ୍ତରଖାନା । ଡାକ୍ତରଖାନାରେ ମେଡିକାଲ ଅଫିସର, ସର୍ଜରି ବିଶେଷଜ୍ଞ, ଶିଶୂ ରୋଗ ବିଶେଷଜ୍ଞ,  ସ୍ତ୍ରୀ ଓ ପ୍ରସୁତି ବିଶେଷଜ୍ଞ ଡାକ୍ତର ଖାଲି ରହିଥିବା ଦେଖାଯାଏ । ଏହା ସହ ଏଟେନଡେଣ୍ଟ ୩, ଜଣେ ରେଗୁଲାର ଲ୍ୟାବ ଟେକନିସିଆନ, ରକ୍ତ ଭଣ୍ଡାରରେ ୩ଟି ଟେକନିସିଆନ , ନିରାମୟ ପାଇଁ ୨ ଜଣ  ଫାର୍ମାସିଷ୍ଟ ପଦବି ଖାଲି ରହିଛି । ପ୍ରଶାସନ ପକ୍ଷରୁ ଡାକ୍ତରଖାନା ପରିସରରେ ଏକ ଅତ୍ୟାଧୁନିକ ଲ୍ୟାବ ତିଆରି ହୋଇଥିବା ବେଳେ ଲ୍ୟାବ ଟେକନିସିଆନ ଏବଂ ସରଞ୍ଜାମ ଅଭାବ ଯୋଗୁ ଲ୍ୟାବ ଠିକ ଭାବେ ଚାଲୁନାହିଁ । ଡାକ୍ତରଖାନାରେ ଥିବା ଲ୍ୟାବରେ କେବଳ କଫ ଏବଂ ମ୍ୟାଲେରିଆ ଯାଂଚ ଛଡା ଅନ୍ୟ କୌଣସି ଯାଂଚ କରିବାର ସୁବିଧା ନାହିଁ । ଅଲଟ୍ରାସାଉଣ୍ଡ ମେସିନ ଅଛି ହେଲେ ଟେକନିସିଆନ ନାହିଁ । ଏକ୍ସରେ ମ୍ୟାସିନ ଚଲେଇବା ପାଇଁ ଟେକନିସିଆନ ଅଛି ହେଲେ ମ୍ୟାସିନ ଠିକ ଭାବେ କାମ କରୁନାହିଁ । ଅନେକ ସମୟରେ ମ୍ୟାସିନ ବନ୍ଦ ଥିବା ଦେଖାଯାଏ ଯାହା ଫଳରେ ଏଠାକୁ ଆସୁଥିବା ଲୋକ ବାହାରେ ଏକ୍ସରେ କରି ଖର୍ଚ୍ଚାନ୍ତ ହେଉଛନ୍ତି ।  ଡାକ୍ତରଖାନା ପରିସରରେ ତିଆରି ହୋଇଥିବା ମାତୃ ଓ ଶିଶୁ ହସପିଟାଲର ଉଦଘାଟନ ହୋଇ ଆଜକୁ ୩ ବର୍ଷ ବିତିଯାଇଥିଲେ ସୁଦ୍ଧା ଏହି ହସପିଟାଲ କାର୍ଯ୍ୟକ୍ଷମ ହୋଇନାହିଁ । ଆନୁସାଙ୍ଗିକ ଅଭାବ ଯୋଗୁ ଏହି ହସପିଟାଲ କାର୍ଯ୍ୟକ୍ଷମ ହେଉନାହିଁ ବୋଲି ଜଣାଯାଇଛି । ଡାକ୍ତରଖାନା ଉନ୍ନତିକରଣ ପାଇଁ ରାଜ୍ୟ ସରକାର କୋଟି କୋଟି ଟଂକାର ଅନୁଦାନ ଦେଉଥିବା ବେଳେ ଠିକ ଭାବରେ ଅନୁଦାନ ଖର୍ଚ୍ଚ ହୋଇ ପାରୁନଥିବା ସବୁ ସମୟରେ ଅଭିଯୋଗ ହେଉଛି । ଅନ୍ୟ ପକ୍ଷରେ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ଘରୋଇ କ୍ଲିନିକ ମୁହାଁ ହେଉଥିବା ଅଭିଯୋଗ ହେଉଛି । ନିଜର ଡ୍ୟୂଟି ଠିକ ଭାବେ କାମ ନକରି ପ୍ରାୟ ସମୟରେ ଡାକ୍ତର କ୍ଲିନିକରେ ରହୁଛନ୍ତି । ଯାହା ଫଳରେ ରୋଗୀସେବା ବ୍ୟାଘାତ ହେଉଛି । ଡାକ୍ତର ମାନେ ନିଜର ଡ୍ୟୁଟି ଠିକ ଭାବେ କରିବେ ବୋଲି ରୋଗୀ କଲ୍ୟାଣ ସମିତି ପ୍ରଚେଷ୍ଟାରେ ବାୟୋମେଟ୍ରିକ ଲଗାଯାଇଛି । ଡାକ୍ତର ଡାକ୍ତରଖାନା ଆସିଲେ ଏବଂ ଡାକ୍ତରଖାନା ଛାଡିଲେ ନିଜ ଉପସ୍ଥାପନ ଦେବା କଥା କିନ୍ତୁ ଏହି ନିୟମକୁ ଡାକ୍ତର ମାନେ ବେଖାତିର କରୁଛନ୍ତି  ଯାହା ଫଳରେ  ବାୟୋମେଟ୍ରିକ ଖତ ଖାଉଛି । ରୋଗୀ କଲ୍ୟାଣ ସମିତିଙ୍କ ନିଷ୍ପତିକୁ ମଧ୍ୟ ଡାକ୍ତର ମାନେ ମାନୁ ନାହାନ୍ତି । ରୋଗୀ କଲ୍ୟାଣ ସମିତି ଡାକ୍ତରଖାନା ସମସ୍ୟା ଏବଂ ତାର ନିରାକରଣ ପାଇଁ ରହିଥାଏ । ହେଲେ କରୋନା ସମୟରେ ଗୋଟିଏ ଦୁଇଟି ବୈଠକ ପରେ ଆଜିଯାଏ କୌଣସି ବୈଠକ ଅନୁଷ୍ଠିତ ହୋଇନାହିଁ । ରୋଗୀ କଲ୍ୟାଣ ସମିତି ଡାକ୍ତରଖାନାରେ ନିଷ୍କ୍ରିୟ ହୋଇ ପଡି ରହିଛି । ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରିଙ୍କୁ ଡାକ୍ତରଖାନା ସମସ୍ୟାକୁ ନେଇ ଜନସାଧାରଣ ଅନେକ ସମୟରେ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ମଧ୍ୟ  ମୁଖ୍ୟ ଚିକିତ୍ସା ଅଧିକାରୀ ସମ୍ପୂର୍ଣ୍ଣ ଚୁପ୍ ।। କଂଟାବାଞ୍ଜି ଡାକ୍ତରଖାନାକୁ ଉପଖଣ୍ଡସ୍ତରିୟ ଡାକ୍ତରଖାନା ମାନ୍ୟତା ଦେବାକୁ ୨୦୧୭ ମସିହାରେ ପୁର୍ବତନ ବିଧାୟକ ଆୟୁବ ଖାଁ ସେହି ସମୟରେ ଥିବା ଜିଲ୍ଲାପାଳ, ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ ହେଲେ ଆଜିଯାଏ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇନାହାନ୍ତି । ଡାକ୍ତରଙ୍କ ଡ୍ୟୂଟି ଚାଟ ଡାକ୍ତରଙ୍କୁ ସୁହାଇଲା ଭଲି ତିଆରି କରାଯାଉଛି । ବଲାଙ୍ଗିର ଜିଲ୍ଲାପାଳ, ଉପଜିଲ୍ଲାପାଳ କଂଟାବାଞ୍ଜି ଡାକ୍ତରଖାନା ପରିଦର୍ଶନ କରୁଥିଲେ ମଧ୍ୟ ଡାକ୍ତର ମାନଙ୍କ ମନମୁଖୀ ଉପରେ ରୋକ ଲାଗୁନାହିଁ । କଂଟାବାଞ୍ଜି ଡାକ୍ତରଖାନା ଅବସ୍ଥା ସୁଧାର କରିବାକୁ ଓଡିଶା ମୁଖ୍ୟମନ୍ତ୍ରି, ସ୍ୱ୍ୟସ୍ଥାମନ୍ତ୍ରୀ ଓ ବଲାଙ୍ଗିର ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି । 

XXOXXOXXXXOXXXXXXX.OXXX XXCXXOX

ପ୍ରଭଜିତ ସିଂ ସାଲୁଜା: (ରୋଗୀ କଲ୍ୟାଣ ସମିତି ସଦସ୍ୟ) 

କିଛି ଡାକ୍ତର ମାନଙ୍କ ମନମୁଖୀ ଏବଂ କାର୍ଯ୍ୟରେ ଅବହେଲା ଯୋଗୁ ରୋଗୀ ସେବା ବ୍ୟାଘତ ହେଉଛି । ଆଉଟଡୋର ଏବଂ ରାତି ସମୟରେ ହୋମିଓପାଥିକ, ଦନ୍ତ ଚିକିତ୍ସିକଙ୍କୁ ଡ୍ୟୂଟି ଦେଉଥିବା ବେଳେ ବିଶେଷଜ୍ଞ  ଡାକ୍ତର ମାନେ ନିଜ ମନମୁଖୀ କାମ କରୁଛନ୍ତି ।
 

ରୋହନ ମହତ: (ସଭାପତି, ଯୁବ ଆମ୍ବେଦକର ସଂଘ)

ଡାକ୍ତରଖାନାରେ ଥିବା ଡାକ୍ତର ସବୁ ସମୟରେ ଘରୋଇ କ୍ଲିନିକରେ ଅଧିକ ସମୟ ଦେଉଛନ୍ତି । ଯାହା ଫଳରେ ଏ ଅଂଚଳର ଆଦିବାସି, ଦଳିତ ଗରିବ ଶ୍ରେଣିର ଲୋକ ମାନେ ଡାକ୍ତରଖାନାୁ ଚିକିତ୍ସା ପାଇଁ ଯାଇ ନିରାଶ ହୋଇ ଶେଷରେ ଘରୋଇ କ୍ଲିନକକୁ ଯାଇ ଖର୍ଚ୍ଚାନ୍ତ ହେଉଛ


News Comment




Photo in News

Advertisment
Lastest News
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026

You Might Also Like