-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||     

HOME   ରାଜ୍ୟ

ନବୀନଙ୍କ ନୂଆ ଅବତାର: କ୍ଷୟକ୍ଷତି ବାବଦରେ ଟଙ୍କା ମାଗିଲାନି ଓଡ଼ିଶା

29-May-2021



ଭୁବନେଶ୍ବର : ‘ମହାମାରୀ ସମୟରେ କେନ୍ଦ୍ର ସରକାରଙ୍କ ଉପରେ ଓଡ଼ିଶା ଅତିରିକ୍ତ ଚାପ ପକାଇବାକୁ ଚାହୁଁନାହିଁ। ଅତି ଭୀଷଣ ସାମୁଦ୍ରିକ ବାତ୍ୟା ‘ୟାସ୍’ ଦ୍ବାରା ହୋଇଥିବା କ୍ଷତିର ଭରଣା ରାଜ୍ୟ ସରକାର ନିଜ ସମ୍ବଳରେ କରିବେ।’

ବାତ୍ୟା କ୍ଷୟକ୍ଷତି ସ୍ଥିତି ଅନୁଧ୍ୟାନ ଲାଗି ଓଡ଼ିଶା ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶୁକ୍ରବାର ଦିନ ଏମିତି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତତ୍କାଳ କୌଣସି ଆର୍ଥିକ ସହଯୋଗ ମାଗିବା ବଦଳରେ ନବୀନ ଦାବି ରଖିଛନ୍ତି ଯେ ଓଡ଼ିଶା ପ୍ରତିବର୍ଷ ଯେଭଳି ପ୍ରାକୃତିକ ବିପର୍ଯ୍ୟୟ ଦ୍ବାରା କ୍ଷତିଗ୍ରସ୍ତ ହେଉଛି, ତା’ର ମୁକାବିଲା ପାଇଁ ଦୀର୍ଘମିଆଦୀ କାର୍ଯ୍ୟକ୍ରମ ହାତକୁ ନିଆଯିବା ଦରକାର। ବିପର୍ଯ୍ୟୟ ମୁକାବିଲା କରିବା ଭଳି ବିଦ୍ୟୁତ୍ ଭିତ୍ତିଭୂମି ଏବଂ ଝଡ଼ ତୋଫାନ ପ୍ରତିରୋଧକ ବନ୍ଧ ସହିତ ସ୍ଥାୟୀ ଉପକୂଳ ସୁରକ୍ଷାକୁ ଏବେ ଓଡ଼ିଶା ଗୁରୁତ୍ବ ଦେଉଛି।

  ଶୁକ୍ରବାର ପ୍ରଧାନମନ୍ତ୍ରୀ ଆକାଶମାର୍ଗରୁ ଓଡ଼ିଶାରେ ବାତ୍ୟା ପ୍ରଭାବିତ ଅ଼ଞ୍ଚଳ ବୁଲି ଦେଖିବା ପୂର୍ବରୁ ବିମାନବନ୍ଦରରେ ଏକ ସମୀକ୍ଷା ବୈଠକ ହୋଇଥିଲା।

‘. ତାଉ-ତେ’ ଠାରୁ ଆରମ୍ଭକରି ନିକଟରେ ଯେତେ ଯେତେ ବିପର୍ଯ୍ୟୟ ହୋଇଛି, ତା’ର କ୍ଷୟକ୍ଷତି ବାବଦରେ ରାଜ୍ୟମାନେ ହଜାର ହଜାର କୋଟି ଟଙ୍କାର ଦାବିପତ୍ର ପ୍ରଧାନମନ୍ତ୍ରୀଙ୍କୁ ଧରାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀପଟ୍ଟନାୟକଙ୍କର ଏଭଳି ଭିନ୍ନ ଆଭିମୁଖ୍ୟ ଆଜି ଉଭୟ ରାଜ୍ୟ ଓ ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। ନବୀନ ଏକ ନୂଆ ପରମ୍ପରା ଆରମ୍ଭ କରିଥିବା ମଧ୍ୟ କୁହାଯାଉଛି।

  ପୂର୍ବରୁ କୋଭିଡ୍ ମୁକାବିଲା କ୍ଷେତ୍ରରେ ମଧ୍ୟ ନବୀନ ଦୁଇ ଦୁଇଥର ଏଭଳି ପଦକ୍ଷେପ ନେଇଥିଲେ। ଅତି ପ୍ରଭାବିତ ରାଜ୍ୟକୁ ଟିକା ଦେବା କ୍ଷେତ୍ରରେ ପ୍ରାଥମିକତା ଓ ନିଅଣ୍ଟିଆ ରାଜ୍ୟକୁ ଅକ୍ସିଜେନ୍ ଯୋଗାଣ କ୍ଷେତ୍ରରେ (ଏପିରିକି ବାତ୍ୟା ସମୟରେ ବି) ଉଦ୍ୟମ ତାଙ୍କୁ ଭିନ୍ନସ୍ତରକୁ ନେଇଯାଇଥିଲା। ଠିକ୍ ଏମିତି ସମୟରେ ଆଜି ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ତାଙ୍କର ପ୍ରସ୍ତାବ ଓ ଆଚରଣ ପୁଣିଥରେ ପ୍ରମାଣିତ କରିଛି ଯେ ସେ ଅନ୍ୟମାନଙ୍କ ଠାରୁ ସ୍ବତନ୍ତ୍ର।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରେ ମୁଖ୍ୟମନ୍ତ୍ରୀ ତିନିଟି ଟ୍ବିଟ୍‌ରେ ନିଜ ଆଭିମୁଖ୍ୟ ରଖିଥିଲେ। ସେ କହିଥିଲେ, ‘ବାତ୍ୟା ପରବର୍ତ୍ତୀ ସ୍ଥିତିର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ପରିଦର୍ଶନରେ ଆସିଥିବାରୁ ଧନ୍ୟବାଦ ଜଣାଉଛି। ବାତ୍ୟା ଦ୍ୱାରା ହୋଇଥିବା ବ୍ୟାପକ କ୍ଷତି ଓ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ବାତ୍ୟା ପୂର୍ବ ଏବଂ ପରବର୍ତ୍ତୀ ପଦକ୍ଷେପଗୁଡ଼ିକ ବିଷୟରେ ତାଙ୍କୁ ଜଣାଇଲି। ଦେଶରେ ବର୍ତ୍ତମାନ କୋଭିଡ୍-୧୯ ମହାମାରୀ ଉଗ୍ରରୂପ ଧାରଣ କରିଛି। ଏହି ସମୟରେ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି ନ କରିବା ପାଇଁ କୌଣସି ତତ୍‌କ୍ଷଣାତ୍ ଆର୍ଥିକ ସହାୟତା ଦାବି କରାଯାଇନାହିଁ। ଆମେ ନିଜସ୍ୱ ସମ୍ବଳରେ ବାତ୍ୟା ‘ୟାସ୍’ ଘଟାଇଥିବା ବିପର୍ଯ୍ୟୟର ମୁକାବିଲା କରିବୁ। ପ୍ରତିବର୍ଷ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିବାରୁ ଓଡ଼ିଶାକୁ ବିପର୍ଯ୍ୟୟ ନିରୋଧୀ ଭାବେ ପ୍ରସ୍ତୁତ କରିବା ପାଇଁ ଦୀର୍ଘମିଆଦୀ ସହାୟତା ପ୍ରଦାନ କରିବାକୁ ଦାବି କରିଛି। ସୁଦୃଢ଼ ବିଦ୍ୟୁତ ଭିତ୍ତିଭୂମି ବିକାଶ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳର ସୁରକ୍ଷା ପାଇଁ ବାତ୍ୟା ନିରୋଧୀ ବନ୍ଧ ନିର୍ମାଣ ପାଇଁ ଦାବି କରାଯାଇଛି।’

ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟରୁ ଏକାଧିକ ସଙ୍କେତ ମିଳୁଛି। ପ୍ରଥମ କଥାଟି ହେଲା, ୧୯୯୯ ମହାବାତ୍ୟା ପରବର୍ତ୍ତୀ ପରିସ୍ଥିତିରେ କ୍ଷମତାକୁ ଆସିଥିବା ସରକାର ଏବେ ସଙ୍କେତ ଦେବାକୁ ଚାହିଁଛନ୍ତି – ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଓଡ଼ିଶାର ପାରଦର୍ଶିତା କାରଣରୁ କ୍ଷୟକ୍ଷତିକୁ ସୀମିତ କରାଯାଇପାରିଛି, ଯାହାକୁ ଭରଣା କରିବାକୁ ରାଜ୍ୟ ସମର୍ଥ ବା ରାଜ୍ୟର ଅର୍ଥନୀତି ସଶକ୍ତ। ରାଜ୍ୟ ଏ କ୍ଷେତ୍ରରେ ଅନ୍ୟ କାହା ଉପରେ ନିର୍ଭରଶୀଳ ହେବାକୁ ଚାହୁଁନାହିଁ। ଦ୍ବିତୀୟତଃ, କେନ୍ଦ୍ର ସରକାରଙ୍କ ଉପରେ ଥିବା କରୋନା ଚାପରେ ଅତିରିକ୍ତ ବୋଝ ନ ପକାଇ ରାଜ୍ୟ କେନ୍ଦ୍ର ସହିତ ସବୁଥିରେ ସମଭାଗୀ ହେବାକୁ ଚାହେଁ। ଏହାଦ୍ବାରା କେନ୍ଦ୍ର-ରାଜ୍ୟ ମଧ୍ୟରେ ସଂପର୍କର ଉଦାହରଣ ରଖିଛନ୍ତି ନବୀନ।

ତୃତୀୟତଃ, ବିପର୍ଯ୍ୟୟ ସହିତ ରାଜନୀତି ସବୁବେଳେ ଯୋଡ଼ି ହୋଇରହିଥାଏ। ଯଦି ବିପର୍ଯ୍ୟୟ ସମୟରେ ଦାବି ମୁତାବକ ରାଜ୍ୟକୁ ଅନୁରୂପ ଅର୍ଥ ବା ସହାୟତା ନ ମିଳେ, ତେବେ କେନ୍ଦ୍ର ସହିତ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୁଏ। ସମ୍ଭବତଃ ପାଞ୍ଚ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ବା ଅନୁଭବୀ ନବୀନ ଏଭଳି ରାଜନୀତି ଠାରୁ ଯଥାସମ୍ଭବ ଦୂରେଇ ରହିବାକୁ ଚାହିଁଛନ୍ତି।

ପ୍ରପେସର ଜୟନ୍ତ ମହାପାତ୍ର ଟ୍ବିଟ୍ କରି କହିଛନ୍ତି ଯେ ଭାରତ କୋଭିଡ୍‌ ସହିତ ଲଢେଇ କରୁଥିବା ପରିପ୍ରେକ୍ଷୀରେ ଓଡ଼ିଶା ପ୍ରଧାନମନ୍ତ୍ରୀଙ୍କୁ ବାତ୍ୟା କ୍ଷତି ମାଗିନାହିଁ। ଏହାଦ୍ବାରା ମୁଖ୍ୟମନ୍ତ୍ରୀ ପୁଣିଥରେ ପ୍ରମାଣିତ କରିଛନ୍ତି ଯେ ସେ ଜଣେ ଷ୍ଟେଟ୍‌ସମ୍ୟାନ୍। ରାଜନୀତି ତାଙ୍କ ପାଇଁ ପ୍ରାଥମିକତା ନୁହେଁ। (ଦୀପକ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ)


News Comment




Photo in News

Advertisment
Lastest News
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026
  ଜିଲ୍ଲା  
ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   19-Sep-2026
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026

You Might Also Like