-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||     

HOME   ଜିଲ୍ଲା

ଗଞ୍ଜେଇ ଚାଲାଣକାରୀ ଥାନାରୁ ଚମ୍ପଟ୍ ମାମଲା, 24 ଘଣ୍ଟା ପରେ ବି ପୋଲିସର ହାତ ଖାଲି

29-May-2021



କଣ୍ଟାମାଳ ଅକୃର ସାହୁ): ଗତକାଲି ସକାଳେ ପ୍ରେସ୍ ଓ ଦୂରଦର୍ଶନ ଲେଖା ଥିବା ସହ ସୁନ୍ଦରଗଡ ଜିଲ୍ଲା ପ୍ରଶାସନର ଗାଡି ପାସ୍ ଲାଗିଥିବା ଗଂଜେଇ ଭର୍ତ୍ତି ଗାଡିକୁ କଣ୍ଟାମାଲ ପୋଲିସ୍ ଜବତ୍ କରିଥିଲା l ଗାଡିର ଡ୍ରାଇଭର ତଥା ଚାଲାଣକାରୀକୁ ମଧ୍ୟ ଥାନାକୁ ଆଣି ଅଟକ ରଖିଥିଲା l ଅପରାନ୍ହ ପ୍ରାୟ 2 ଘଣ୍ଟା ସମୟରେ ଗଂଜେଇ ଚାଲାଣକାରୀ ହାତକଡ଼ିରୁ ହାତ ଗଳାଇ ଥାନାରୁ ଚମ୍ପଟ୍ ମାରିଥିବା କଣ୍ଟାମାଲ ଥାନା ଅଧିକାରୀ ଅଶ୍ୱିନୀ ଭିତିରିଆ ଆଜି ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କହିଛନ୍ତି l ଗତକାଲି ଆସାମୀ ଫେରାର ମାରିବା ପରେ ପୋଲିସ୍ ତାକୁ ଧରିବା ପାଇଁ ସବୁ ଆଡେ ପଇଁତରା ମାରିଥିଲେ ବି ଫେରାର ଆସାମୀର କୌଣସି ଟେର ପାଇନଥିଲା l ବର୍ତ୍ତମାନ 24 ଘଣ୍ଟାରୁ ଅଧିକ ସମୟ ହୋଇ ଯାଇଥିଲେ ମଧ୍ୟ ପୋଲିସର ହାତ ଖାଲି l କେବଳ ଅନ୍ଧାରରେ ବାଡି ବୁଲାଇବା ସାର ହୋଇଛି | ଆଜି ବିଭିନ୍ନ ସମ୍ବାଦ ପତ୍ର ଓ ବୈଦ୍ୟୁତିକ ଗଣ ମାଧ୍ୟମରେ ଗଂଜେଇ ଜବତ୍ ଓ ଆସାମୀ ଫେରାର ସମ୍ପର୍କରେ ଭିନ୍ନ ଭିନ୍ନ ରିପୋର୍ଟ ପ୍ରକାଶ ପାଇଛି l କିଏ ଲେଖିଛି କଣ୍ଟାମାଲ ଷ୍ଟେଟ୍ ବ୍ୟାଙ୍କ ନିକଟରୁ ଗାଡି ଗଂଜେଇ ଜବତ୍ ହୋଇଛି ତ କିଏ ଘଣ୍ଟାପଡା ତ ଆଉ କିଏ ଡୁମାଲ୍ ପାଲି ନିକଟରୁ ଜବତ୍ ହୋଇଥିବା ଲେଖିଛନ୍ତି l ସେହିପରି ଗାଡିରୁ କେତେ କିଲୋଗ୍ରାମ ଗଂଜେଇ ଧରାଗଲା ତାକୁ ନେଇ ମଧ୍ୟ ଭିନ୍ନ ଭିନ୍ନ ତଥ୍ୟ ପ୍ରକାଶିତ ହୋଇଛି | କିଏ 25 ପାକେଟ୍, କିଏ 20 ପାକେଟ୍ ତ କିଏ 40 ରୁ 50 କିଲୋଗ୍ରାମ ଗଂଜେଇ ଥିବା ପ୍ରକାଶ କରିଛନ୍ତି l ଥାନା ଅଧିକାରୀ ଶ୍ରୀ ଭିତିରିଆ 20 କିଲୋଗ୍ରାମ ଗଂଜେଇ ଥିବା ଆଜି ସୂଚନା ଦେଇଛନ୍ତି l ଜନସାଧାରଣରେ ପ୍ରଶ୍ନ ଉଠୁଛି ଜବତ ଗଂଜେଇ ଓଜନ ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ହୋଇଥାଏ କିନ୍ତୁ ଏଠାରେ ପୋଲିସ ତାହା କରିଛି କି ? ପୁର୍ବାନ୍ହରେ ଗାଡି ଓ ଗଂଜେଇ ଜବତ୍ ହୋଇଥିବା ବେଳେ ଅନଲାଇନ ରେ ପୋଲିସ୍ କେଉଁ ସମୟରେ ମାମଲା ରୁଜୁ କରିଛି ? ଏତେ ବଡ ଗାଡ଼ିରେ 20 କିଲୋଗ୍ରାମ ଗଂଜେଇ ଥିଲା ନା ଅଧିକ ଥିଲା ? ଥାନା ଅଧିକାରୀ ଶ୍ରୀ ଭିତିରିଆ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଗତକାଲି ସନ୍ଧ୍ୟାରେ ଘଟଣା ସମ୍ପର୍କରେ କାହିଁକି ଭିନ୍ନ ଭିନ୍ନ ବୟାନ ଦେଉଥିଲେ ? ଜଣେ ଆସାମୀକୁ ହାଜତ ମଧ୍ୟରେ ନ ରଖି ଅତିଥି ଭଳି ବାହାରେ କାହିଁକି ରଖା ଯାଇଥିଲା ?ହାତକଡ଼ିରୁ ଆସାମୀ କିଭଳି ହାତ ଗଳାଇ ପାରିବାରେ ସକ୍ଷମ ହୋଇ ପାରିଲା? ପୋଲିସର ଜାଣତରେ ଏ ସବୁ ଗଡ଼ବଡ଼ ହୋଇ ନାହିଁ ତ ବୋଲି ଜନସାଧାରଣରେ ସନ୍ଦେହ ସୃଷ୍ଟି କରୁଛି | ଆରକ୍ଷୀ ଅଧୀକ୍ଷକ ଏ ଦିଗରେ ତଦନ୍ତ କରାଗଲେ ଆସାମୀ ଫେରାର ମାରିବା ମାମଲାର ସବୁ ଗୁମର ଖୋଲିବ ବୋଲି ଜନସାଧାରଣରେ ଦାବି ହେଉଛି |


News Comment




Photo in News

Advertisment
Lastest News
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026
  ଜିଲ୍ଲା  
ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   19-Sep-2026
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026

You Might Also Like