-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
27-May-2021
ଟିଟିଲାଗଡ(ପ୍ରେରଣା ଖବର): ନିଜ ସାଙ୍ଗ ମାନେ ଘରୁ ଡାକି ନେଇ ମିଳିତ ଭାବେ ହତ୍ୟା କରି ନଦୀରେ ଫିଙ୍ଗି ଦେଇଥିବା ଘଟଣା ଟିଟିଲାଗଡ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି l ଟିଟିଲାଗଡ଼ ଉପଖଣ୍ଡ ଥାନା ଅଧିକାରୀ ରଞ୍ଜନ ବାରିହାଙ୍କ ନେତୃତ୍ୱରେ ଶବ ଉଦ୍ଧାର କରିବା ପରେ ହତ୍ୟାର ବିଭିନ୍ନ ଦିଗକୁ ନେଇ ଏବେ ନାନା କଲ୍ପନା ଜଲ୍ପନା ପ୍ରକାଶ ପାଇଛି ।
ସୂଚନା ଅନୁଯାୟୀ ପଡୋଶୀ କଳାହାଣ୍ଡି ଜିଲ୍ଲାକୁ ଲାଗି ରହିଥିବା ବିନେକେଲା ପଞ୍ଚାୟତ ଅନ୍ତର୍ଗତ ଗୋଏଡ଼ାବରି ଦେଇ ଯାଇଥିବା ତେଲ ନଦୀ କୂଳରୁ ଜଣେ ଯୁବକଙ୍କ ଗଳିତ ଶବ ଭାସିବା ଦେଖି ଗ୍ରାମବାସୀ ଟିଟିଲାଗଡ ପୋଲିସକୁ ସୂଚନା ଦେଇଥିଲେ । ଟିଟିଲାଗଡ ଥାନା ଅଧିକାରୀ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଘଟଣା ସ୍ଥଳରେ ପହଞ୍ଚି ସବିଶେଷ ତଦନ୍ତ କରି ଉକ୍ତ ମୃତ ଗଳିତ ଯୁବକ କଳାହାଣ୍ଡି ଜିଲ୍ଲା ସନ୍ନିକଟ ମଧିଗୁଡା ଗ୍ରାମର ଜିତୁ ରଣା ବୋଲି ଜଣାପଡିଥିଲା । ଜିତୁକୁ ତାର ସାଙ୍ଗ ମାନେ ଘରୁ ଯୋଜନାବଦ୍ଧ ଭାବେ ଡାକିନେଇ ଭୋଜି କରିବା ସହ ମାଦ ପିଆଇ ହତ୍ୟା କରି ଦେଇଛନ୍ତି ବୋଲି ମୃତକଙ୍କ ପିତା ରାଜେନ୍ଦ୍ର ରଣା ଆମ ନିକଟରେ ଅଭିଯୋଗ କରିଛନ୍ତି । ଉକ୍ତ ଅଭିଯୋଗକୁ ଭିତ୍ତି କରି ଟିଟିଲାଗଡ ପୋଲିସ ସବ ବ୍ୟବଚ୍ଛେଦ କରିବାକୁ ପଠେଇ ଥିବା ବେଳେ ହତ୍ୟା ଘଟଣାର ପ୍ରକୃତ କାରଣ କଣ ସେ ନେଇ ସାଧାରଣରେ ନା ନା ପ୍ରକାର ଚର୍ଚ୍ଚା ହେଉଛି l ମୃତ ଯୁବକ ଜିତୁକୁ ହତ୍ୟା କରି ଏକ ବସ୍ତାରେ ଭର୍ତ୍ତି କରି ତେଲ ନଦୀରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉ ଥିବା ବେଳେ ଦୁର୍ଗନ୍ଧ ହେବାରୁ ନିକଟସ୍ଥ ଲୋକେ ସନ୍ଦେହ କରି ଏ ନେଇ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ପ୍ରକୃତ ସତ୍ୟାସତ୍ୟ ଉନ୍ମୋଚିତ କରିବା ନେଇ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି ।