-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
27-May-2021
କଣ୍ଟାବାଞ୍ଜି (ପ୍ରେରଣା ଖବର) ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ଯୋଗୁଁ ସାରା ରାଜ୍ୟରେ ତାଲାବନ୍ଦ ହୋଇଛି।ଲୋକମାନେ କାମଧନ୍ଦା କରିବାକୁ ଘରୁ ବାହାରି ନପାରିବାରୁ ଭୋକ ଉପାସରେ ଦିନ କାଟୁଛନ୍ତି।ସେହିପରି ଅବସ୍ଥା ଜୀବଜନ୍ତୁଙ୍କର ମଧ୍ୟ ଦେଖିବାକୁ ମିଳୁଛି।ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଦର୍ଶନୀୟ ସ୍ଥାନ ହେଉଛି ହରିଶଙ୍କର।ଏଠାକୁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ଆସିଥାନ୍ତି ବୁଲିବାକୁ।ଏଠାରେ ଥିବା ମାଙ୍କଡ଼ ମାନଙ୍କୁ ଶ୍ରଦ୍ଧାଳୁମାନେ ଫଳ,ଚଣା,ବାଦାମ, ନଡ଼ିଆ, ବିସ୍କୁଟ, ଚୁଡା ଆଦି ଖାଇବା ଜିନିଷ ଦେଇଥାନ୍ତି।ମାଙ୍କଡମାନେ ସେଗୁଡିକ ଖାଇବା ସହିତ ଜଙ୍ଗଲି ଫଳମୂଳ ଖାଇ ପେଟ ପୁରାଇଥାନ୍ତି।ବର୍ତ୍ତମାନ ତାଲାବନ୍ଦ ଯୋଗୁଁ ଦର୍ଶକ ମାନେ ହରିଶଙ୍କର ଆସୂନାହାନ୍ତି ଯାହା ଫଳରେ ମାଙ୍କଡମାନେ ଖାଇବାକୁ ପାଉନାହାନ୍ତି।ମାଙ୍କଡମାନେ ଭୋକ ଉପାସରେ ପଡିରହିଛନ୍ତି ବୋଲି ସୋସିଆଲ ମିଡିଆରେ ଖବରପାଇ ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶ ମାଙ୍କଡମାନଙ୍କ ପାଇଁ ଖାଇବା ଯୋଗାଡ କରିବାରେ ଲାଗିଥିଲେ।କିଛି ଶୁଭେଚ୍ଛୁ ଅଜୟ ମାରୁତି ଗେସ ଏଜେନ୍ସି, ଶୈଳେନ୍ଦ୍ର ଜୈନ,ନବଲ ଶର୍ମା, ଦୀପକ ରାଇସମିଲଙ୍କୁ ଯୋଗାଯୋଗ କରି ତାଙ୍କରି ଆର୍ଥିକ ସହାୟତାରେ ତରଭୁଜ,କାକୁଡ଼ି, ବାଇଗଣ, ବିସ୍କୁଟ, କଦଳୀ ଆଦି ଖାଇବା ଜିନିଷ ଧରି ହରିଶଙ୍କର ଯାଇ ଖାଇବାକୁ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ପ୍ରେମରାଜ ପାଣିଗ୍ରାହୀ, ଥମିର ଛତ୍ରିଆ, ପ୍ରକାଶ ସେଲମା,ବିବେକାନନ୍ଦ ରାଏ ମାଙ୍କଡମାନଙ୍କୁ ଖାଦ୍ୟ ଦେବାରେ ସହଯୋଗ କରିଥିଲେ।ମାଙ୍କଡମାନଙ୍କୁ ଖାଦ୍ୟ ଯୋଗାଇଦେବାକୁ ବଦାନ୍ୟ ବ୍ୟକ୍ତିମାନଙ୍କୁ ସୋସିଆଲ ମିଡିଆରେ ଶ୍ରୀ ଦାଶ ଅନୁରୋଧ କରିଥିଲେ।