-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
26-May-2021
ଭୁବନେଶ୍ବର(ଶୁଭାଶିଷ ନାୟକ) : ବାତ୍ୟା ‘ୟାସ୍’ର ପରବର୍ତ୍ତୀ କ୍ଷୟକ୍ଷତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟା ପ୍ରଭାବିତ ଗ୍ରାମବାସୀଙ୍କୁ ୭ ଦିନର ରିଲିଫ୍ ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ବାତ୍ୟା ପ୍ରଭାବିତ ଜିଲ୍ଲାର ୧୨୮ଟି ଗାଁ ଜଳବନ୍ଦୀ ହୋଇ ରହିଛି । ତେଣୁ ଏହି ୧୨୮ଟି ଗାଁର ସମସ୍ତ ପରିବାରକୁ ୭ ଦିନ ଲାଗି ରିଲିଫ୍ ଯୋଗାଇ ଦେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।
ସେହିପରି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ପ୍ରମୁଖ ରାସ୍ତା ଗୁଡିକୁ ୨୪ ଘଣ୍ଟା ମଧ୍ୟରେ ସ୍ବାଭାବିକ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ବାତ୍ୟା ପ୍ରଭାବିତ ଜିଲ୍ଲାରେ ୮୦ ପ୍ରତିଶତ ବିଦ୍ୟୁତ୍ ସରବରାହ ୨୪ ଘଣ୍ଟାରେ ଯୋଗାଇ ଦିଆଯିବ । ତେବେ ବାତ୍ୟାର ସଫଳ ମୁକାବିଲା ଲାଗି ପଞ୍ଚାୟତିରାଜ ପ୍ରତନିଧି, ଜିଲ୍ଲା ପ୍ରଶାସନ, ପୋଲିସ ଓ ସ୍ବାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।