-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ରାଜ୍ୟ

କରୋନା କାଳରେ ଘରୋଇ ହସ୍ପିଟାଲ‌ରେ ଶୋ‌ଷଣ; ବେଆଇନ ଭାବେ ଚାଲିଛି ଶତାଧିକ ଡାକ୍ତରଖାନା! ପୂର୍ବତନ ବିଧାୟକ ପ୍ରଶ୍ନ ଉଠା‌ଇବା ପରେ ବି ପ୍ରଶାସନ ଚୁପ୍‌

25-May-2021



କଟକ(ଦୀପକ କୁମାର ଷଡଙ୍ଗୀ) : କରୋନା କାଳରେ କଷଣ ଦେଉଛନ୍ତି ଘରୋଇ ମେଡିକାଲ। କରୋନା ମହାମାରୀକୁ ସୁ‌ଯୋଗ ଭାବି ‌ରୋଗୀଙ୍କଠାରୁ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। କରୋନା ବେଳେ ବି ଦଲାଲି କରି ଅର୍ଥ ‌ରୋଜଗାର କରିବାର ବାଟ ବାଛିଛନ୍ତି କିଛି ଘରୋଇ ମେଡିକାଲ। ଗତକାଲି ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ତାଙ୍କ ପୁଅର ଚିକିତ୍ସା କରୁଥିବା କଟକ-ପାରାଦୀପ ରୋଡ୍‌ସ୍ଥିତ ଘରୋଇ ଚିକିତ୍ସାଳୟର ଚିକିତ୍ସା ଅବ୍ୟବସ୍ଥାକୁ ନେଇ ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ୍‌ରେ ଉଲ୍ଲେଖ କରିଥିଲେ। ସୁବିଧା ନ ଥାଇ ବି ହସ୍ପିଟାଲର ବ୍ୟୟବହୁଳ ଚିକିତ୍ସାକୁ ନେଇ ଉଲ୍ଲେଖ କରିଥିଲେ। ମେଡିକାଲରେ ଚିକିତ୍ସାଧୀନ ଅନ୍ୟ ରୋଗୀଙ୍କ ସମସ୍ୟା କଥା ବି ଲେଖିଥିଲେ। ଶଯ୍ୟାଟିଏ ନ ପାଇବାରୁ ସେ ବାଧ୍ୟ ହୋଇ ଏହି ମେଡିକାଲକୁ ଯାଇଥିଲେ। ତେବେ ଶ୍ରୀ ନନ୍ଦଙ୍କ ଏହି ଟୁଇଟ୍‌ ପରେ ଏକ ସମ୍ବେଦନଶୀଳ ତଥା ବିବାଦୀୟ ତଥ୍ୟ ସାମ୍ନାକୁ ଆସିଛି।

ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଖାତାରେ ଉକ୍ତ ମେଡିକାଲର ନାଁ ନାହିଁ। ଅର୍ଥାତ ଉକ୍ତ ମେଡିକାଲ୍‌ର ଲାଇସେନ୍‌ସ ନାହିଁ ଓ ତାହା ଏକ ବେଆଇନ ମେଡିକାଲ ବୋଲି ଜଣାପଡ଼ିଛି। ମେଡିକାଲ ପାଇଁ ହସ୍ପିଟାଲ କର୍ତୃପକ୍ଷ କରିଥିବା ଆବେଦନକୁ ଖାରଜ କରି ଦିଆଯାଇଛି। ତେବେ ଲାଇସେନ୍ସ ନ ଥିବା ଓ ମେଡିକା‌ଲ ଖୋଲିବାକୁ ଅନୁମତି ନ ଥିବା ଉକ୍ତ ହସ୍ପିଟାଲ କିଭଳି ଚାଲିଛି ତାକୁ ନେଇ ଏବେ ବଡ଼ ପ୍ରଶ୍ନ ଉଭା ହୋଇଛି। ପାଖାପାଖି ୫୦ରୁ ଅଧିକ ଶଯ୍ୟା ବିଶିଷ୍ଟ ଏହି ମେଡିକାଲ କିନ୍ତୁ ବେଧଡ଼କରେ ଚାଲିଛି। କେବଳ ସେତିକି ନୁହେଁ, ଏହି ମେଡିକାଲରେ ଆଇସିୟୁ ବେଡ୍‌ ବି ରହିଛି, ସବୁ ଉଚ୍ଚତର ଚିକିତ୍ସା ମିଳୁଛି ବୋଲି ଉଲ୍ଲେଖ ରହିଛି। କଟକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ କୌଣସି ପଦକ୍ଷେପ ନିଆଯାଇ ନାହିଁ। ପ୍ରତିଦିନ ଏଠାରେ ରୋଗୀମାନେ ଶୋଷଣର ଶିକାର ହେଉଛନ୍ତି। ଆମ୍ବୁଲାନସ ଚାଳକ ଏହି ମେଡିକାଲ୍‌ ପାଇଁ ଦଲାଲିର ମୁଖ୍ୟ ସୂତ୍ରଧର ସାଜିଛନ୍ତି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଉନ୍ନତ ଘରୋଇ ମେଡିକାଲ ସେବା ପାଇଁ କଟକକୁ ଆସି ରୋଗୀ ଶୋଷଣର ଶିକାର ହେଉଛନ୍ତି।

କଟକରେ ଏହିଭଳି ଶତାଧିକ ମେଡିକାଲ ଏଭଳି ଚାଲିଛି। କିଏ ଆବେଦନ କରି ଏହାକୁ ସ୍ବୀକୃତିପତ୍ର ଭାବେ ଧରି‌ ନେଇ ମେଡିକାଲ ଚଲାଉଛି ତ’ ଆଉ କାହାର ନାକଚ୍‌ ହେଲା ପରେ ବି ସେ ମେଡିକାଲ ଚଳାଇଛନ୍ତି। ଜଣେ ଜଣେ ଡାକ୍ତରଙ୍କ ନାମକୁ ଏକାଧିକ ମେଡିକାଲ ବ୍ୟବହାର କରୁଛନ୍ତି। କଟକ ଜିଲ୍ଲାର ସବୁ ‌‘ପେରିଫେରି’ ଡାକ୍ତରଙ୍କୁ ନେଇ ସହରରେ ଶତାଧିକ ମେଡିକାଲ ଚାଲିଛି। ଉକ୍ତ ଡାକ୍ତରମାନେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଛାଡି କଟକରେ ଘରୋଇ ମେଡିକାଲ ଖୋଲିଛନ୍ତି। କାହାର ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ‌ାହିଁ ତ’ ଆଉ କାହାର ଭିତ୍ତିଭୂମି। ତଥ୍ୟ ମୁତାବକ, କଟକରେ ୪୧୫ଟି ଘରୋଇ ମେଡିକାଲ, ନର୍ସିଂହୋମ ରହିଛି। ମାତ୍ର ସେଥିରୁ ଅର୍ଦ୍ଧାଧିକଙ୍କର ଲାଇସେନ୍ସ୍‌ ନବୀକରଣ ହୋଇ ନାହିଁ। ସରକାରଙ୍କ ନିୟମାବଳୀ ବା ସର୍ତ୍ତ ପୂରଣ କରୁ ନ ଥିବାରୁ ଏମାନଙ୍କୁ ଲାଇସେନସ ଦିଆଯାଉ ନାହିଁ। ମାତ୍ର ମେଡିକାଲ ଚାଲିଛି। ସହରରେ ଏଭଳି ହସ୍‌ପିଟାଲ୍‌ରେ ଚିକିତ୍ସା ଚାଲିଥିବା ନେଇ ସିଡିଏମ୍‌ଓ ଡାକ୍ତର ସତ୍ୟବ୍ରତ ଛୋଟରାୟଙ୍କୁ ପଚାରିବାରେ ସେ ଏହାକୁ ସ୍ବୀକାର କରିଛନ୍ତି। ତେବେ, ଆଇନଗତ କଟକଣା ଥିବାରୁ ସେମାନଙ୍କ ଉପରେ ବର୍ତ୍ତମାନ ସମୟରେ ପଦକ୍ଷେପ ନିଆଯାଇ ପାରୁ ନାହିଁ ବୋଲି ସେ କହିଛନ୍ତି। କିନ୍ତୁ ପୂର୍ବତନ ବିଧାୟକ ଟୁଇଟ୍ କରିଥିବା ହସ୍‌ପିଟାଲ୍‌ ଏହି ତାଲିକାରେ ଅଛି କି’ ନାହିଁ ସେ ସମ୍ପର୍କରେ ସେ କହିପାରିବେ ନାହିଁ ବୋଲି କହିଛନ୍ତି। 


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like