-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ରାଜ୍ୟ

ବିଭିନ୍ନ ସମସ୍ୟା ଓ ଦାବି ନେଇ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ୧୦ ଦଫା ଦାବିପତ୍ର ପ୍ରଦାନ କଲା ରାଜ୍ୟ ୱେବ ମିଡ଼ିଆ ସଂଘ, ରାଜ୍ୟ ୱେବ ମିଡ଼ିଆ ସଂଘକୁ ସମର୍ଥନ କଲା ଉତ୍କଳ ସାମ୍ବାଦିକ ସଂଘ ଓ ଓଡ଼ିଶା ୟୁନିୟନ ଅଫ୍‌ ୱାର୍କିଂ ଜର୍ଣ୍ଣାଲିଷ୍ଟ(ଓୟୁଜେ)

25-May-2021



ଭୁବନେଶ୍ବର (ପ୍ରେରଣା ଖବର): ଦିନକୁ ଦିନ ରାଜ୍ୟରେ କାର୍ଯ୍ୟରତ ୱେବ୍‌ ମିଡ଼ିଆ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ବଢ଼ି ଚାଲିଛି। ୱେବ୍‌ ମିଡ଼ିଆ ମାଲିକ ଓ ସାମ୍ବାଦିକମାନେ ନିଜ ଜୀବନକୁ ବାଜି ଲଗାଇ ବୃତିଗତ ଭା‌ବେ ଦିନ ରାତିକୁ ଏକ କରି ସମ୍ବାଦ ପରିବେଷଣ କରୁଛନ୍ତି କିନ୍ତୁ ଖବରକାଗଜ ଓ ଟିଭି ସାମ୍ବାଦିକମାନଙ୍କ ପରି ସମ୍ମାନ,ସୁରକ୍ଷା ଓ ଅଧିକାର ମିଳୁ ନାହିଁ। ଯେତେ‌ ପ୍ରତିବାଦ କଲେ ମଧ୍ୟ ରାଜ୍ୟ ଓ କେନ୍ଦ୍ର ସରକାର ଏହା ଉପରେ ଗୁରୁତ୍ବ ଦେଉ ନାହାନ୍ତି।

ନିକଟରେ କନ୍ଧମାଳ ଜିଲ୍ଲା ଖବର ଓଡିଶା ଟୁଡେର ବ୍ୟୁରୋ ଚିଫ୍ ଅ‌‌ଶୋକ କୁମାର ମିଶ୍ରଙ୍କୁ ଫୁଲବାଣୀ ଟାଉନ ଥାନା ଏସ୍‌ଆଇ ଦୀପକ ସାମନ୍ତସିଂହାର ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିବାର ଭିଡ଼ିଓ ଭାଇରାଲ ହୋଇଥିଲା ଏବଂ ଘଟଣାର ଗୋଟିଏ ଦିନ ପରେ ମଧ୍ୟ କିଛି ଦୁବୁର୍ତ ତାଙ୍କୁ ଆକ୍ରମଣ କରିଥିଲେ। ଜିଲ୍ଲା ସଂଘ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନେଇ ଦାବିପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ କିଛି ପଦକ୍ଷେପ ନିଆଗଲା ନାହିଁ। 

ସେହିପରି ଅନ୍ୟ ଏକ ୟୁଟୁବ ଚ୍ୟାନେଲ ’ଟିଏନଓ’ ମୁଖ୍ୟମନ୍ତ୍ରୀ ଆଉ ନାହାନ୍ତି ବୋଲି ଏକ ମିଥ୍ୟା ଖବର ପରିବେଷଣ କରିଥିଲା ଏ ନେଇ ମଧ୍ୟ କିଛି ପଦକ୍ଷେପ ନିଆଗଲା ନାହିଁ। କିଛି ୱେବ୍‌ ମିଡ଼ିଆ ବାଲାଙ୍କ ପାଇଁ ପୁରା ୱେବ୍‌ ମିଡ଼ିଆ ସମ୍ପୂର୍ଣ୍ଣ ବଦନାମ ହେଉଛି। ଦୋଷୀକୁ ଦଣ୍ଡ ମିଳିବା ନିହାତି ଦରକାର। କିନ୍ତୁ ରାଜ୍ୟର କିଛି ୱେବ୍‌ ମିଡ଼ିଆଙ୍କ ଖଳ ପ୍ରକୃତି ଓ ବିଶୃଙ୍ଖଳିତ ଆଚରଣ ପାଇଁ ରାଜ୍ୟବ୍ୟାପୀ ୱେବ୍‌ ମିଡ଼ିଆର ଗୁରୁତ୍ବ ହ୍ରାସ ପାଉଛି। ଯେଉଁ ୱେବ ମିଡ଼ିଆ ବଂନ୍ଧୁମାନେ ଭୂଲ କରିବେ, ସମ୍ପୃକ୍ତ ସଂସ୍ଥା ଓ ସାମ୍ବାଦିକଙ୍କ ଉପରେ ଟିଭି ଓ ଖବରକାଗଜ ସଂସ୍ଥା ଖବର ପରିବେଷଣ କରୁ। ଅନ୍ୟଥା କାର୍ଯ୍ୟରତ ୱେବ ମିଡିଆଙ୍କୁ ବଦନାମ କରା ନ ଯାଉ।

  ତେଣୁ ରାଜ୍ୟ ସରକାର ୱେବ୍‌ ମିଡ଼ିଆଙ୍କ କ୍ଷେତ୍ରରେ ବୈମାତୃକ ମନୋଭାବ ପୋଷଣ କରୁଥିବାରୁ ସେମାନଙ୍କ ସମ୍ମାନ,ସୁରକ୍ଷା ଓ ଅଧିକାର ଆଦି ୧୦ଦଫା ସମ୍ବଳିତ ଦାବିକୁ ନେଇ ମାଷ୍ଟର କ୍ୟାଂଟିନ୍‌ ଠାରେ ଏକ ପ୍ରତିବାଦ ସଭା କରାଯାଇଥିଲା ଏବଂ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୧୦ ଦଫା ଦାବିପତ୍ର ପ୍ରଦାନ କରିଥିଲେ ା

ନୂତନ ଭାବେ ଗଠନ କରାଯାଇଥିବା ୱେବ୍‌ ମିଡ଼ିଆ ସଂଘକୁ ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର ଓ ଓୟୁଜେର ସଭାପତି ଭାଗବତ ତ୍ରିପାଠୀ ରାଜ୍ୟ ୱେବ ମିଡିଆ ସଂଘକୁ ସମର୍ଥନ କରିବା ସହ ସଂଘର ସଭାପତି ପୂର୍ଣ୍ଣଚନ୍ଦ୍ର ଦାଶଙ୍କୁ ଶୁଭେଛା ଓ କୃତଜ୍ଞତା ଜ୍ଞାପନ କରିଥିଲେ ଏବଂ ସମସ୍ତ ପ୍ରକାର କ୍ଷେତ୍ରରେ ସହାୟତା ପ୍ରଦାନ କରିବ ବୋଲି ଘୋଷଣା କରିଥିଲେ।

ଖବରକାଗଜ,ଟିଭି ଓ ୱେବ୍‌ ମିଡ଼ିଆ ବନ୍ଧୁମାନଙ୍କ ଭିତରେ କିପରି ଉତମ ସମ୍ପର୍କ ରହିବ ଏବଂ ୱେବ୍‌ ମିଡ଼ିଆଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାର କିପରି ମାନ୍ୟତା ଓ ସ୍ବିକୃତି ଦେବେ , ସେ ନେଇ ଉଦ୍ୟମ ଜାରି କରିବେ ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ନାମରେ ମିଥ୍ୟା ଖବର ପରିବେଷଣ, ଫୁଲବାଣୀ ସାମ୍ବାଦିକଙ୍କ ଉପରେ ପୁଲିସର ଦୁର୍ବ୍ୟବହାରକୁ ନେଇ ସଂଘ ଦୃଢ଼ ନିନ୍ଦା କରିଥିଲା।

ୱେବ ସାମ୍ବାଦିକ ମାନଙ୍କ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଗାଇଡ ଲାଇନ ଆଣନ୍ତୁ, ସାମ୍ବାଦିକଙ୍କ ଚିହ୍ନଟ ପ୍ରକ୍ରିୟା କରନ୍ତୁ। ସେମାନଙ୍କୁ ସ୍ୱାସ୍ଥ୍ୟ ବୀମା ଯୋଗାଇ ଦିଅନ୍ତୁ। ଫୁଲବାଣୀ ଟାଉନ ଥାନା ଏଏସଆଇଙ୍କୁ ନିଲମ୍ବନ କରାଯାଉ, ମିଥ୍ୟା ଖବର ପରିବେଷଣ କରୁଥିବା ଚ୍ୟାନେଲ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏହିଭଳି ବିଭିନ୍ନ ଦାବି କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଂଘର ସମସ୍ତ କର୍ମକର୍ତାଙ୍କ ସହ ରାଜ୍ୟର ବିଭିନ୍ନ ୱେବ୍‌ ମିଡ଼ିଆ ମାଲିକ ଓ ସାମ୍ବାଦିକମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like