-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
20-May-2021
ଭୁବନେଶ୍ୱର,(ଶୁଭାଶିଷ ନାୟକ): କରୋନା ମହାମାରୀ ସମୟରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଟ୍ରେସିଂ,ଟେଷ୍ଟିଂ ଓ ଟ୍ରିଟମେଂଟ୍କୁ ଗୁରୁତ୍ୱ ଦେଇ ଆସୁଛନ୍ତି । ତେଣୁ ଦଳ, ମତ ନିର୍ବିଶେଷରେ ଓଡ଼ିଶାର ସମସ୍ତ ଭାଇ ଭଉଣୀ ଓ ଗୁରୁଜନ ମାନଙ୍କୁ ଟେଷ୍ଟିଂ ଅଭିଯାନରେ ସାମିଲ ହୋଇ ଏହାକୁ ଜନଆନେ୍ଦାଳନରେ ପରିଣତ କରିବା ପାଇଁ ଏକ ଭିଡ଼ିଓ ବାର୍ତା ମାଧ୍ୟମରେ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଶ୍ରୀ ପ୍ରଧାନ ବାର୍ତାରେ କହିଛନ୍ତି ଯେ ଦେଶ ଏବଂ ରାଜ୍ୟ କରୋନାର ଦ୍ୱିତୀୟ ଲହର ଦ୍ୱାରା ପ୍ରଭାବିତ ହୋଇଥିବା ବେଳେ ଓଡ଼ିଆ ଲୋକମାନେ ଚିନ୍ତାରେ ଅଛନ୍ତି । କରୋନାକୁ ନିୟନ୍ତ୍ରଣରେ ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟେଷ୍ଟିଂ ବଢ଼ାଇବା, ଟ୍ରେସିଂ କରିବା ଏବଂ ଟ୍ରିଟମେଂଟ୍ କରିବା ଉପରେ ରଣନୀତି ପ୍ରସ୍ତୁତି କରିବା ପାଇଁ ପରାମର୍ଶ ଦେଇଛନ୍ତି ।
ଗଣତନ୍ତ୍ରରେ ଶାସନ ସମ୍ଭାଳିବା ପାଇଁ ବହୁମତର ଆବଶ୍ୟକତା ଥାଏ । କିନ୍ତୁ ଯେତେବେଳେ ଜାତୀୟ ବିପତି ହୁଏ ସଂକଟ ଆସେ ସେତେବେଳେ ‘କ୍ରାଇସିସ୍ ମ୍ୟାନେଜମେଂଟ୍ କମିଟି’ ଗଠନ ହେବାର ଆବଶ୍ୟକତା ଥାଏ ଏବଂ ସର୍ବମତ ପ୍ରାଥମିକତା ଦେବାର ଆବଶ୍ୟକତା ଥାଏ । ଆମ ରାଜ୍ୟରେ ସମସ୍ତଙ୍କ ଦାୟିତ୍ୱ ଟେଷ୍ଟିଂକୁ ଜନଆନେ୍ଦାଳନରେ ପରିଣତ କରିବାର । ଜନଆନେ୍ଦାଳନ ଏବଂ ଜନଭାଗିଦାରୀ ଓଡ଼ିଶା ପାଇଁ ବଡ଼ ଆବଶ୍ୟକତା ରହିଛି ।