-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
20-May-2021
ବରଗଡ଼ (ମୁକୁନ୍ଦ ଦାସ) : ଆଜି ଗୁରୁବାର ଦିନ ନିଷ୍ଠା ପରିବାର ତରଫ ରୁ ଝାରଖଣ୍ଡର ଜଣେ ବ୍ୟକ୍ତିଙ୍କ ଶବଦାହ କରାଯାଇଛି। ଗତ ତାରିଖ ଦିନ ଅତି ଦୟନିୟ ଅବସ୍ଥାରେ ବରଗଡ ରେଲୱେ ଷ୍ଟେସନ ପଡାରୁ ଉଦ୍ଧାର ହୋଇଥିଲେ l ଏହି ବ୍ୟକ୍ତିଙ୍କ ନାମ ପ୍ରମୋଦ ମାଝୀ ଓ ବୟସ ପାଖାପାଖି ୫୦ବର୍ଷ ହେବ ବୋଲି ଜଣାପଡିଛି । ନିଷ୍ଠା ପରିବାର ତାଙ୍କ ର ସେବା ଯତ୍ନ କରି ନିଜର ସାମାଜିକ ଦାୟିତ୍ଵକୁ ପ୍ରତିପାଦନ କରିଛି ।ଗତକାଲି ଏହି ଅସହାୟ ବ୍ଯକ୍ତିଙ୍କର ମୃତ୍ୟୁ ହୋଇଗଲା। ପଡା ର କିଛି ଲୋକଙ୍କ କହିବା ମୁତାବକ ପ୍ରମୋଦଙ୍କ ଗାଁ ର ନାମ ଭୁଲି,ଦେବଜୋର, ନାଲା, ଝାରଖଣ୍ଡ ହୋଇଥିବା ବେଳେ ତାଙ୍କ ପୁତୁରା ଅଂଜନ ମାଜି ଙ୍କ ସହ ନିଷ୍ଠା ପରିବାରର ସଦସ୍ୟ ମାନେ ଯୋଗାଯୋଗ କରିଥିଲେ । ସେ ଖବରପାଇ ଅତ୍ୟନ୍ତ ଦୁଃଖିତ ହେବା ସହ ତାଙ୍କ ର ଆଉ କେହି ନଥିବା କହିଥିଲେ ଓ ଲକଡାଉନ ପାଇଁ ଆସିବା ସମ୍ଭବପର ହେଉନାହିଁ ବୋଲି କହିଥିଲେ l ତାଙ୍କ ଶବଦାହ କରିବା ପାଇଁ ନିଷ୍ଠା ପରିବାର କୁ ଅନୁରୋଧ କରିଥିଲେ । ଏ ନେଇ ସବିଶେଷ ତଥ୍ୟ ଓ କାଗଜପତ୍ର ଭଟଲି ପୋଲିସ କୁ ଦେଇ ଆଜି ନିଷ୍ଠା ପରିବାର ତାଙ୍କର ଶବଦାହ କରିଥିଲା । ଏହି ଶବଦାହରେ ନିଷ୍ଠାର ଉପଦେଷ୍ଟା ବିଦ୍ୟାଧର ଭୋଇ, ରାଜେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l