-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
12-May-2021
ନୟାଗଡ଼(ପ୍ରଦୀପ କୁମାର ପଣ୍ଡା): ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧୀନ କୋଟଗଡ଼ ଘାଟିରେ ପୁଣି ଡକାୟତି l 3 ଡକାୟତଙ୍କ ଦ୍ୱାରା ଶିକାର ହେଲେ ଦମ୍ପତି l ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ଅଧୀନ ଚମ୍ପାଇଲ ସାନବାଡ଼ ଗ୍ରାମର ସୁରେଶ କୁମାର ଜେନା ଏବଂ ତାଙ୍କ ପତ୍ନୀ ମାମିନା ଜେନା ଏକ ବାଇକ ଯୋଗେ ରାଜସୁନାଖଳାରୁ ରଣପୁର ଅଭିମୁଖେ ଯାଉଥିଲେ l ସକାଳୁ ଯାଉଥିବାରୁ ଏହାର ସୁଯୋଗ ନେଇ ଡକାୟତମାନେ ପିଛା କରିଥିଲେ l ରାଜସୁନାଖଳା ଫାଣ୍ଡି ଅଧୀନ କୋଟଗଡ଼ ନିଛାଟିଆ ଘାଟି ରାସ୍ତାରେ ଦମ୍ପତିଙ୍କୁ ଆକ୍ରମଣ କରି ବନ୍ଧୁକ ଦେଖାଇ ମାମିନାଙ୍କ ଠାରୁ 9 ହଜାର ଟଙ୍କା ଥିବା ଏକ ଭ୍ୟାନିଟି, ଦେଢ଼ ଭରି ର ଏକ ଚେନ ଏବଂ ଏକ ମୋବଇଲ ନେଇଯାଇଛନ୍ତି ଡକାୟତମାନେ l ଦମ୍ପତି ଡକାୟତଙ୍କୁ କାବୁ କରିବାକୁ ଚେଷ୍ଟା କଲା ବେଳେ ଡକାୟତମାନେ ବନ୍ଧୁକରେ ସୁରେଶଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ l ସୁରେଶଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିବାରୁ ସେ ସ୍ଥାନୀୟ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି l ପତ୍ନୀ ମଧ୍ୟ ଆହତ ହୋଇଥିବାରୁ ଚିକିତ୍ସିତ ହେଉଛନ୍ତି l ଏ ନେଇ ରାଜସୁନାଖଳା ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଛନ୍ତି ଦମ୍ପତି l