-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
11-May-2021
ଆସିକା (ଦୀପକ ଗୌଡ): ଆସିକା ବ୍ଲକ ଅନ୍ତଗତ ନଳବାଣ୍ଟା ଗ୍ରାମରେ ଗତକାଲି ସନ୍ଧ୍ୟା ୭ ଟା ସମୟରେ ଅମର ସାହୁ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସେହି ଗାଁର ବୁଲା ସ୍ବାଇଁଙ୍କୁ ଖଣ୍ଡା ସାହାଯ୍ୟରେ ଆକ୍ରମଣ କରିଥିଲେ। ଫଳରେ ବୁଲା ସ୍ବାଇଁଙ୍କ ଗୁରୁତର ଆହତ ହୋଇ ପ୍ରଥମେ ଆସିକା ଉପଖଣ୍ଡ ମେଡିକାଲ କୁ ନିଆଯାଇଥିଲା ଗୁରୁତର ଥିବା କାରଣ ରୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ରେଫର୍ କରାଯାଇଥିଲା | ବୁଲାଙ୍କ ଅବସ୍ଥା ସ୍ଥିର ରହିଥିବା ଜଣାପଡିଛି। ଆସିକା ଥାନାରେ ୨୭୮/୨୧ ଅନୁଯାୟୀ ମକଦ୍ଦମା ରୁଜୁ କରି ଅଭିଯୁକ୍ତ ଅମର ସାହୁ କୁ ଗିରଫ କରିଛି ଆସିକା ପୋଲିସ୍ ।