-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
11-May-2021
ନୂଆଦିଲ୍ଲୀ: (ପ୍ରେରଣା ଖବର ବ୍ୟୁରୋ): ଦେଶରେ ମହାମାରୀ କରୋନା ବ୍ୟାପିବାରେ ଲାଗିଛି। ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକ ଗୁରୁତର ହେଉଛନ୍ତି। ଲୋକମାନେ ନିଜର ପ୍ରିୟଜନମାନଙ୍କ ଜୀବନ ରକ୍ଷା କରିବା ପାଇଁ ଶଯ୍ୟା, ଅକ୍ସିଜେନ୍ ଏବଂ ଆଇସିୟୁ ଆଦିର ସନ୍ଧାନରେ ବୁଲୁଛନ୍ତି। ଏଭଳି ସମୟରେ କିଛି ସ୍ଥାନରୁ ଅବହେଳା ଖବର ସାମ୍ନାକୁ ଆସୁଛି। କିଛିଦିନ ତଳେ ନାଶିକର ଏକ ଡାକ୍ତରଖାନାରେ ଅମ୍ଳଜାନ ଟ୍ୟାଙ୍କ୍ ଲିକ୍ ହେବା ପରେ ୨୪ ରୋଗୀଙ୍କ ପ୍ରାଣହାନୀ ଘଟିଥିଲା। ସେହିଭଳି ମଙ୍ଗଳବାର ଗୋଆର ଏକ ଡାକ୍ତରଖାନାରେ ଅକ୍ସିଜେନ୍ ଟ୍ୟାଙ୍କ୍ ଲିକ୍ ହୋଇଛି।
ଦକ୍ଷିଣ ଗୋଆର ଏକ ଡାକ୍ତରଖାନାରେ ଏଭଳି ଅବହେଳା ଦେଖିବାକୁ ମିଳିଛି। ଅକ୍ସିଜେନ ପରିବହନ କରୁଥିବା ଏକ ଟ୍ୟାଙ୍କ୍ରୁ ଗ୍ୟାସ୍ ଲିକ୍ ହୋଇଥିଲା। ଧିରେ ଧିରେ ଏହା ଦ୍ରୁତ ଭାବେ ବଢ଼ିବାରେ ଲାଗିଥିଲା। ତେବେ ଏଥିରେ କାହାରି କ୍ଷୟକ୍ଷତି ହୋଇ ନ ଥିବା କୁହାଯାଉଛି। ଗୋଟିଏ ପଟେ ଦେଶରେ ଅକ୍ସିଜେନ୍ ଆବଶ୍ୟକତା ବୃଦ୍ଧି ପାଉଥିବା ବେଳେ ଏହି ଅବହେଳା ଗ୍ରହଣୀୟ ନୁହେଁ ବୋଲି ଅନେକ ମତ ରଖୁଛନ୍ତି।
ପ୍ରକାଶ ଯେ, ଏହା ପୂର୍ବରୁ ଏପ୍ରିଲରେ ମହାରାଷ୍ଟ୍ରର ନାସିକରେ ଅକ୍ସିଜେନ୍କୁ ନେଇ ଅବହେଳା ଦେଖିବାକୁ ମିଳିଥିଲା। ଏଠାର ଜାକିର ହୁସେନ ଡାକ୍ତରଖାନାରେ ଅକ୍ସିଜେନ୍ ଟ୍ୟାଙ୍କ ଲିକ୍ ହେବାରୁ ପାଖାପାଖି ୩୦ ମିନିଟ୍ ପାଇଁ ଅକ୍ସିଜେନ ଯୋଗାଣ ବନ୍ଦ ରହିଥିଲା। ଏହି ସମୟରେ ଭେଣ୍ଟିଲେଟରରେ ଥିବା ୨୪ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିଲା।