-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
12-May-2021
ଭୁବନେଶ୍ୱର,(ଶୁଭାଶିଷ ନାୟକ): ସପ୍ତାହାନ୍ତ ସଟଡାଉନ ଲକଡାଉନ ଜାରୀ ହୋଇଥିଲେ ମଧ୍ୟ ରାଜଧାନୀରେ ସବୁ କିଛି ମିଳୁଛି । ଲକଡାଉନ ସେ ୍ୱ ଦୋକାନ ବଜାରରେ ଗହଳୀ ଦେଖିବାକୁ ମିଳିଛି । ଲୋକମାନେ ମାସ୍କ ପିନ୍ଧୁଥିଲେ ମଧ୍ୟ ସାମାଜିକ ଦୂରତାର ଖୋଲା ଉଲଙ୍ଘନ କରୁଛନ୍ତି । ସକାଳ ୬ଟାରୁ ଦିନ ୧୨ ଟା ପଯର୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବା ପାଇଁ ରାଜ୍ୟ ସରକାର ନିୟମ କୋହଳ କରିଥିବା ବେଳେ ଲୋକମାନେ ଏହାର ଫାଇଦା ନେଉଛନ୍ତି । କେହି କେହି ସାଡେ ୧୨ଟା ଯାଏ ଦୋକାନ ଖୋଲୁଛନ୍ତି ପୁଲିସ ଯାଞ୍ଚ କରୁ ନଥିବାରୁ ଏଭଳି ସମସ୍ୟା ଦେଖିବାକୁୁ ମିଳୁଛି । ଖାଇବା ଦୋକାନ ନାଁ ବଡ ବଡ ରେଷ୍ଟୁରାଣ୍ଟ ମଦ ବିକ୍ରି କରୁଥିବା ଦେଖିବାକୁ ମିଳିଛି ।
କିଛି ଲୋକ କୋଭିଡ ନିୟମ ଭଙ୍ଗ କରୁଥିବାବେଳେ ସଚେତନ ନାଗରିକ ଗହଳି କମାଇବାକୁ ସାମାଜିକ ଗଣମାଧ୍ୟମରେ ଅନୁରୋଧ କରୁଛନ୍ତି । ଗହଳି ସମ୍ପର୍କରେ ପୁରୁଣା ଭୁବନେଶ୍ୱରର ଜଣେ ସଚେତନ ନାଗରିକ ଦୁଷ୍ମନ୍ତ କୁମାର ବେହେରା ଡିସିପି ଓ ସିପିଙ୍କୁ ଟ୍ୱିଟଯୋଗେ ଜଣାଇଛନ୍ତି । ସେ ଟ୍ୱିଟରରେ ଲେଖିଛନ୍ତି ଯେ, ନାଁ କୁ ଖାଲି ଲକଡାଉନ/ ସଟଡାଉନ । ମୋବାଇଲ ଦୋକାନ , କପଡା ଦୋକାନ, ଅଳଙ୍କାର ଦୋକାନ , ଲେଡିଜ କର୍ଣ୍ଣର, କ୍ଷୀର ବିକିବା ନାଁରେ • ଦୋକାନ ଖୋଲା ରହିଛି । ସେହିପରି ଜଳଖିଅ। ଦୋକାନ, ଅଣ୍ଡା ବିକିବା ନାଁ ରେ ପାନ ଦୋକାନ ଖୋଲା ରହିଥିବା ସେ ଟ୍ୱିଟ ମାଧ୍ୟମରେ ଜଣାଇଛନ୍ତି । ଏଥିସହ ଦୁଷ୍ମନ୍ତ ପୋଲିସ ମୁଖ୍ୟଙ୍କୁ ଅନୁରୋଧ କରିଛନ୍ତି ଯେ, ସୋମବାରଠାରୁ ଶୁକ୍ରବାର ପଯର୍ୟନ୍ତ ଲିଙ୍ଗରାଜ ମନ୍ଦିର ନିକଟ ବଢେ଼ଇବାଙ୍କ ଛକରେ ପୋଲିସ ଫୋର୍ସ ମୁତୟନ କରନ୍ତୁ । ଏ ହି ଅ ଳରେ ସବୁ ଦୋକାନ ସକାଳ ୬ରୁ ଦିନ ୧୨ଯାଏ ଖୋଲା ରହୁଥିବାରୁ ଲୋକମାନେ ଚଳପ୍ରଚଳ କରି ଗହଳି କରୁଛନ୍ତି । ଲକଡାଉନର ମୂଲ୍ୟ କିଛି ରହୁ ନାହିଁ ବୋଲି ସେ ଟ୍ୱିଟ ମାଧ୍ୟମରେ ଦର୍ଶାଇଛନ୍ତି ।