-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
06-May-2021
ଭୁବନେଶ୍ୱର(ପ୍ରେରଣା ଖବର ବ୍ୟୁରୋ) ଲକଡାଉନ ସତ୍ତ୍ବେ କରୋନା ଲମ୍ବ ଡିଆଁ ମାରିଛି। ରାଜ୍ୟରେ କରୋନା ସଂକ୍ରମଣ ଦୃତ ଗତିରେ ବଢ଼ୁଥିବା ବେଳେ ଆଜି ଦ୍ୱିତୀୟ ଥର ପାଇଁ ଦୈନିକ ପଜିଟିଭ ସଂଖ୍ୟା ୧୦ ହଜାର ପାର ହୋଇଛି। ଗତ ୨୪ ଘଣ୍ଟାରେ ୧୦,୫୨୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସଂକ୍ରମିତଙ୍କ ମଧ୍ୟରେ ୫୯୪୫ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ଓ ୪୫୭୬ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୭୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।
ସେହିପରି ଅନୁଗୁଳରୁ ୩୮୮, ବାଲେଶ୍ୱରରୁ ୯୭, ବରଗଡ଼ରୁ ୫୪୩, ଭଦ୍ରକରୁ ୧୫୮, ବଲାଙ୍ଗିରରୁ ୩୧୪, ବୌଦ୍ଧରୁ ୨୫୦, କଟକରୁ ୯୬୩, ଦେବଗଡ଼ରୁ ୮୮, ଢ଼େଙ୍କାନାଳରୁ ୮୮, ଗଜପତିରୁ ୧୧୩, ଗଞ୍ଜାମରୁ ୧୯୬, ଜଗତସିଂହପୁରରୁ ୨୧୭, ଯାଜପୁରରୁ ୩୭୩, ଝାରସୁଗୁଡ଼ାରୁ ୩୧୪, କଳାହାଣ୍ଡିରୁ ୫୭୧, କନ୍ଧମାଳରୁ ୭୨, କେନ୍ଦ୍ରାପଡ଼ାରୁ ୧୨୧, କେନ୍ଦୁଝରରୁ ୧୯୪, କୋରାପୁଟରୁ ୧୮୨, ମାଲକାନଗିରିରୁ ୮୩, ମୟୂରଭଞ୍ଜରୁ ୨୮୮, ନବରଙ୍ଗପୁରରୁ ୪୦୪, ନୟାଗଡ଼ରୁ ୨୨୪, ନୂଆପଡ଼ାରୁ ୩୦୪, ପୁରୀରୁ ୩୧୯, ରାୟଗଡ଼ାରୁ ୧୪୦, ସମ୍ବଲପୁରରୁ ୪୬୦, ସୋନପୁରରୁ ୧୧୨, ସୁନ୍ଦରଗଡ଼ରୁ ୧୧୮୬ ଓ ଷ୍ଟେଟପୁଲରୁ ୨୮୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏଥିସହିତ ରାଜ୍ୟରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୫ ଲକ୍ଷ ୧୬୨ରେ ପହଞ୍ଚିଛି। ସେଥିରୁ ୪ ଲକ୍ଷ ୧୬ ହଜାର ୪୦୩ ଜଣ ସୁସ୍ଥ ହୋଇଛନ୍ତି ଓ ୮୧ ହଜାର ୮୫୮ ଜଣ ଚିକିତ୍ସାଧୀନ ଅଛନ୍ତି।