-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
02-May-2021
ଭୁବନେଶ୍ୱର(ପ୍ରେରଣା ଖବର) : ରବିବାର ସାମ୍ବାଦିକମାନଙ୍କୁ କୋଭିଡ ଯୋଦ୍ଧାଭାବେ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକମାନଙ୍କୁ କୋଭିଡ ସମ୍ମୁଖ ଯୋଦ୍ଧାଭାବେ ଘୋଷଣା କରିଛନ୍ତି । ଏହି ଘୋଷଣା ଦ୍ୱାରା ରାଜ୍ୟର ୬୯୪୪ ଜଣ ସାମ୍ବାଦିକ ଉପକୃତ ହେବେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଘୋଷଣାବେଳେ ସାମ୍ବାଦିକମାନଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ସାମ୍ବାଦିକମାନେ ରାଜ୍ୟକୁ ଅନବରତ ସେବା ଯୋଗାଉଛନ୍ତି । କରୋନା ସତ୍ତ୍ୱେ ସାମ୍ବାଦିକମାନେ ରାଜ୍ୟବାସୀଙ୍କ ପାଖରେ ଖବର ପହଞ୍ଚାଉଛନ୍ତି । ଲୋକଙ୍କ ପାଖରେ କରୋନା ସଚେତନତା ସମ୍ପର୍କିତ ଖବର ପହଞ୍ଚାଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି