-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
01-May-2021
ନୂଆଦିଲ୍ଲୀ/ଭୁବନେଶ୍ୱର(ପ୍ରେରଣା ଖବର ବ୍ୟୁରୋ): କୋଭିଡ୍-୧୯ ମହାମାରୀକୁ ଦୃଢ଼ତାର ସହ ଲଢ଼ିବା ଦିଗରେ ଇସ୍ପାତ୍ ଶିଳ୍ପର ଭୂମିକା ଏବଂ ଯୋଗଦାନ ଉପରେ ଶୁକ୍ରବାର ସରକାରୀ ଏବଂ ଘରୋଇ ଇସ୍ପାତ୍ ଶିଳ୍ପର ମୁଖ୍ୟ ଓ ଅଧିକାରୀମାନଙ୍କ ସହ ଏକାଧିକ ବୈଠକ କରି ବିସ୍ତୃତ ଭାବେ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଇସ୍ପାତ୍ ଉଦ୍ୟୋଗ ଦେଶରେ ୧୦ ହଜାର ଅକ୍ସିଜେନ ସଂଯୁକ୍ତ ଶଯ୍ୟା ପ୍ରତିଷ୍ଠା କରୁଛନ୍ତି ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି । ଇସ୍ପାତ୍ ରାଷ୍ଟ୍ରାୟତ ଉଦ୍ୟୋଗ ସେଲ୍, ରାଷ୍ଟ୍ରୀୟ ଇସ୍ପାତ୍ ନିଗମ ଲିମିଟେଡ୍(ଆରଆଇଏନଏଲ), ନ୍ୟାସନାଲ ମିନେରାଲ ଡ଼େଭଲପମେଣ୍ଟ କର୍ପୋରେସନ(ଏନଏମଡସି), ମୋଏଲ ଦ୍ୱାରା କୋଭିଡ୍ ସଂକ୍ରମିତ ରୋଗୀଙ୍କ ପାଇଁ ୫ ହଜାର ଅକ୍ସିଜେନ୍ ସଂଯୁକ୍ତ ଶଯ୍ୟା ପ୍ରତିଷ୍ଠା କରାଯାଉଛି । ଅନୁରୂପ ଭାବରେ ଟାଟା ଷ୍ଟିଲ, ଆର୍ସେଲର ମିତଲ ନିପ୍ପନ ଷ୍ଟିଲ, ଜେଏସଡବ୍ଲୁ ଷ୍ଟିଲ, ଜିନ୍ଦଲ ଷ୍ଟିଲ୍ ଦ୍ୱାରା ଗ୍ୟାସ ଅକ୍ସିଜେନ ସଂଯୁକ୍ତ ୫ ହଜାର ଶଯ୍ୟା ଏପରି ମୋଟ ୧୦ ହଜାର ଶଯ୍ୟା ପ୍ରତିଷ୍ଠା ହେବ ବୋଲି ଏହି ବୈଠକ ପରେ ଶ୍ରୀ ପ୍ରଧାନ କହିଛନ୍ତି । ଷ୍ଟିଲ ପ୍ଲାଣ୍ଟରୁ ମେଡ଼ିକାଲ ଅକ୍ସିଜେନ ଯୋଗାଣକୁ ବଢ଼ାଇବା ତଥା ପ୍ଲାଣ୍ଟରୁ ହସ୍ପିଟାଲ ଗୁଡ଼ିକୁ ସିଧାସଳଖ ଅକ୍ସିଜେନ ଯୋଗାଇ ଦେବା ପାଇଁ ସବୁପ୍ରକାର ପଦକ୍ଷେପ ନେବାକୁ ସରକାରୀ ଏବଂ ଘରୋଇ ଇସ୍ପାତ୍ ଶିଳ୍ପର ମୁଖ୍ୟ ଓ ଅଧିକାରୀ ମାନଙ୍କୁ ପରାମର୍ଶ ଦେବା ସହ ସ୍ୱାସ୍ଥ୍ୟସେବା ଭିତିଭୂମିକୁ ସୁଦୃଢ଼ କରିବା ପାଇଁ ଅକ୍ସିଜେନ ସଂଯୁକ୍ତ ଶଯ୍ୟା ସହ ବୃହତ କୋଭିଡ୍ କେୟାର ସୁବିଧା ନିର୍ମାଣ କରିବା ପାଇଁ ଆହ୍ୱାନ କରିଛନ୍ତି ।