-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
01-May-2021
ଗଞ୍ଜାମ (ଉମା ମହାରଣା): କୋରୋନାକୁ ନେଇ ଏବେ ସବୁଠେ ଚାଲିଛି ନାଇଟ କର୍ଫ୍ୟୁ । ହେଲେ ଏହାରି ଭିତରେ ଗତକାଲି ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ର ସୋରଡା ଥାନା ସମ୍ମୁଖରେ ମୃତ ଦେହ ରଖି ନ୍ୟାୟ ଦାବି କରିଥିଲେ ପରିବାର ଲୋକେ । ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ଯେ ସହରର ଅନିଲ ମୁନି ନାମକ ଜଣେ ବ୍ୟକ୍ତି ଏକ ମାମଲା ଗଲା ତିନି ଦିନ ହେବ ଥାନା ରେ ଅଟକ ରହିବା ପରେ ଅାଜି ପରିବାର କୁ ହସ୍ତାନ୍ତର କରାଯାଇଥିଲା । ହେଲେ ଅନିଲ ମୁନି ଘର କୁ ଯିବାର କିଛି ସମୟ ପରେ ତାର ମୃତ୍ୟୁ ହୋଇଯାଇଥିବା ପରିବାର ଲୋକେ କହିଥିବା ବେଳେ ପୋଲିସର ଅତ୍ୟଧିକ ମାଡରେ ତାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଯାହାର ପ୍ରତିବାଦରେ ଶତାଧିକ ଉତ୍ତ୍ୟକ୍ତ ଲୋକେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମୃତ ଦେହକୁ ଏକ ଟଲିରେ ଧରି ଥାନା ଘେରାଉ କରିଥିଲେ । ଏପଟେ ଜିଲ୍ଲା ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଅାରମ୍ବ କରାଯାଇଥିବା ସୂଚନା ମିଳିଛି .