-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
01-May-2021
ତରଭା ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ପୁଆ ଗ୍ରାମ ପଞ୍ଚାୟତ ର ଟକtର୍ଲା ଗ୍ରାମ ର ଜଣେ ବୃଦ୍ଧା ଙ୍କୁ ମାହେଶ୍ୱରୀ ସଂଗଠନ ପକ୍ଷରୁ ଆଜି ସାହାଯ୍ୟ ର ହାତ ବଢେଇଥିଲେ । ତରଭା ଠାରୁ ଟକର୍ଲା ଦୂରତା ୧୬ କିମି । ବୃଦ୍ଧା ଜଣକ ହେଲେ ପରଦେଶୀ ଦୀପ (୮୨) ଭତ୍ତା ୫୦୦ ଟଙ୍କା ରୁ ୭୦୦ ଟଙ୍କା ପାଇବା ପାଇଁ ତାଙ୍କ ବାର୍ଦ୍ଧକ୍ୟ ଭତ୍ତା ସମ୍ବନ୍ଧୀୟ କାଗଜପତ୍ର ନିମନ୍ତେ ସେ ଭୋର ସକାଳ ୪ ରୁ ଘର ଲୋକଙ୍କୁ ନଜଣାଇ ତରଭା ବ୍ଲକ କାର୍ଯ୍ୟାଳୟ କୁ ଚାଲି ଚାଲି ଆସିଥିଲେ ଆଜି କୋଭିଡ କଟକଣା ଯୋଗୁଁ ତରଭା ଅଞ୍ଚଳ ସଟଡାଉନ ଥିବା ରୁ ଘରକୁ ଫେରିଥିଲେ କିନ୍ତୁ ଖରା ର ପ୍ରବାହ ଯୋଗୁଁ ଦୀର୍ଘ ସମୟ ଧରି ତରଭା ହାଟପଦା ରେ ଥିବା ଷ୍ଟଲ୍ ରେ ବସିଥିବା ର ମାହେଶ୍ୱରୀ ସଂଗଠନ ଦେଖିବାକୁ ପାଇଥିଲେ ତାଙ୍କୁ କିଛି ଖାଦ୍ୟ ଖାଇବାକୁ ଦେଇଥିଲେ କିନ୍ତୁ ବୃଦ୍ଧା ଜଣକ ନଖାଇ ତାଙ୍କ ଘରକୁ ଯିବା ପାଇଁ ବ୍ୟାକୁଳ ହେଉଥିଲା ଯାହା ଫଳରେ ମାହେଶ୍ୱରୀ ସଂଗଠନ ର ସଦସ୍ୟମାନେ ବାଇକ ଯୋଗେ ଘରକୁ ପହଞ୍ଚାଦେଇଥିଲେ । ବୃଦ୍ଧା ଜଣକ ସଂଗଠନ କୁ ଧନ୍ୟବାଦ ଜଣାଇଥିଲେ । ମାହେଶ୍ଵରୀ ହାତ ସଦା ପ୍ରସାରିତ ।