-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
01-May-2021
ଭୁବନେଶ୍ୱର:(ଶୁଭାଶିଷ ନାୟକ) ସାରା ବିଶ୍ୱରେ କୋଭିଡିର ଦ୍ୱିତୀୟ ଲହରୀ ସାଧାରଣ ଜନ ଜୀବନକୁ ବ୍ୟତିବ୍ୟସ୍ତ କରି ମୃତ୍ୟୁର ବିଭୀଷିକା ଜାରି ରଖିଛି । ଏଥିରେ ରାଜ୍ୟ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ଓ ଉଦ୍ଭିଦ ଉଦ୍ୟାନ ବଟାନିକଲ ଗାର୍ଡେନ ମଧ୍ୟ ପ୍ରଭାବିତ ହେଇଛି । କୋଭିଡିର ଦ୍ୱିତୀୟ ଲହରୀରେ ନନ୍ଦନକାନନରେ ଥିବା ଜୀବଜନ୍ତୁଙ୍କ ସଂକ୍ରମଣ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଏହି ଦୁଇ ଅନୁଷ୍ଠାନକୁ ସରକାର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିବା ଉପନିର୍ଦେଶକ ବିମଳ ଆଚାର୍ଯ୍ୟ ସୂଚନା ଦେଇଛନ୍ତି । ସରକାରଙ୍କ ନିଷ୍ପତ୍ତିକ୍ରମେ ମେ ୧ ତାରିଖ ରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି ଦୁଇ ଅନୁଷ୍ଠାନ ବନ୍ଦ ରହିବ । ଗତ ବର୍ଷ ମଧ୍ୟ କରୋନା ହେତୁ ଏହି ଅନୁଷ୍ଠାନ ଦୁଇ ପ୍ରାୟ ୮ ମାସ କାଳ ବନ୍ଦ ରହିଥିଲା ।