-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
01-May-2021
ବଲାଙ୍ଗିର,(ପ୍ରେରଣା ଖବର)- ଆଜି ବଲାଙ୍ଗୀର ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ନ୍ୟାୟାଧୀଶ ଲୋକନାଥ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଦେବାଶିଷ ଦାସ ଓ ଅତିରିକ୍ତ ଜିଲ୍ଲା ଶ୍ରମ ଅଧିକାରୀ କୁମାରୀ ପିନାମାଣି ସୋରେନଙ୍କ ମିଳିତ ଉଦ୍ୟମକ୍ରମେ ଆନ୍ତର୍ଜାତିକ ଶ୍ରମ ଦିବସ ଅନ୍ଲାଇନ୍ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାଧିକରଣର ସଚିବ ଶ୍ରୀ ଦାସ ଶ୍ରମିକ ଦିବସର ତାତ୍ପର୍ଯ୍ୟ,ମହତ୍ତ୍ୱ ଓ ଉ୍ଦ୍ଦେଶ୍ୟ ସଂପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିବା ସହ ପ୍ରତ୍ୟେକ ଶ୍ରମିକ ମାନଙ୍କ ମାନବୀୟ ଅଧିକାର ଓ ବିଭିନ୍ନ ଶ୍ରମିକ ଆଇନ ସଂପର୍କରେ ଆଲୋଚନା କରିଥିଲେ । ଏଥିସହ ଶିଶୁ ଶ୍ରମିକ ନିରୋଧ ସଂପର୍କରେ ମଧ୍ୟ ଜନସାଧାରଣଙ୍କୁ ବୁଝାଇ ଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ପ୍ରଚଳିତ ବିଭିନ୍ନ ଜନାଭିମୁଖୀ ଆଇନ ସେବା ସହିତ ପ୍ରବାସୀ ଶ୍ରମିକ ମାନଙ୍କ ପାଇଁ ପ୍ରଚଳିତ ହେଲ୍ପ ଲାଇନ୍ ସଂପର୍କରେ ତଥ୍ୟ ପ୍ରଦାନ କରିଥିଲେ । ଅତିରିକ୍ତ ଶ୍ରମ ଅଧିକାରୀ ଶ୍ରମିକ ମାନଙ୍କ ପାଇଁ ଲାଗୁ ହୋଇଥିବା ବିଭିନ୍ନ ସରକାରୀ ଯୋଜନା ଉପରେ ଆଲୋକପାତ କରିଥିଲେ । ଅତିରିକ୍ତ ଶ୍ରମ ଅଧିକାରୀଙ୍କ ଜରିଆରେ ଉପସ୍ଥିତ ବ୍ୟକ୍ତିବିିଶେଷଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ତଥା ସମସ୍ୟାର ସମାଧନର ବାଟ ଦେଖାଇଥି ଲେ ପ୍ରାଧିକରଣ ସଚିବ । କରୋନା ମହାମାରୀ ଠାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ କୋଭିଡ଼ ଗାଇଡଲାଇନ୍ର ପାଳନ ଉପରେ ଉପସ୍ଥିତ ଶ୍ରମିକ ଭାଇ ମାନଙ୍କୁ ବୁଝାଇଥିଲେ ।