-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
30-Apr-2021
ବଲାଙ୍ଗିର,(ସନ୍ତୋଷ କୁମାର ଠାକୁର): କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ମହାମହୀମ ରାଜ୍ୟପାଳ ଗଣେଶୀଲାଲ । ଆଜି ମଧ୍ୟହ୍ନରେ ରାଜ୍ୟପାଳ ଗଣେଶୀଲାଲ ଶ୍ରୀ ମିଶ୍ରଙ୍କୁ ଫୋନ କରି କରୋନା ଚିକିତ୍ସା ପରେ ସ୍ୱାସ୍ଥ୍ୟବସ୍ଥା କିପରି ରହିଛି ବୋଲି ପଚାରି ବୁଝିଥିଲେ । ଶ୍ରୀ ମିଶ୍ରଙ୍କ ରକ୍ତଚାପ, ମଧୂମେହ ଅବସ୍ଥା ବୁଝିବା ସଂଗେସଂଗେ କରୋନାର ଅନ୍ୟ କୌଣସି ଲକ୍ଷଣ ଦେଖାଯାଉଛି କି ବୋଲି ସେ ପଚାରିଥିଲେ । ଉତ୍ତରେ ଶ୍ରୀ ମିଶ୍ର ଏବେ କୌଣସି ଲକ୍ଷଣ ନଥିବା ବେଳେ, ସଂପୂର୍ଣ୍ଣ ସୁସ୍ଥ ଅନୁଭବ କରୁଛନ୍ତି ବୋଲି କହିଥିଲେ । ତେବେ ଡାକ୍ତରଙ୍କ ପରାମର୍ଶ କ୍ରମେ ଆଗାମୀ କିଛି ଦିନ ପାଇଁ ସଙ୍ଗରୋଧ ଥିବା ଜଣାଇ ଥିଲେ । ଏହା ସହ ତାଙ୍କର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିବାରୁ ରାଜ୍ୟପାଳଙ୍କୁ ଶ୍ରୀ ମିଶ୍ର ଧନ୍ୟବାଦ ଜ୍ଞାପନ କରିଥିଲେ । ଏଠାରେ ପ୍ରକାଶ ଥାଉ କି ଗତ ଏପ୍ରିଲ ୨୦ ତାରିଖରେ ଶ୍ରୀ ମିଶ୍ର ବଲାଙ୍ଗିରରେ ନିଜ କରୋନା ପରୀକ୍ଷା କରିବା ପରେ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା । ୨୧ ତାରିଖରେ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରକାନାରେ ଭର୍ତ୍ତି କରି ଚିକିତ୍ସା ଆରମ୍ଭ କରାଯାଇଥିଲା । ଗତକାଲି ଶ୍ରୀ ମିଶ୍ର ସ୍ୱସ୍ଥ ଥିବା କହି ଡାକ୍ତର ତାଙ୍କୁ ଘରକୁ ଯବା ସହ ସଂଗରୋଧରେ ରହିବା ପାଇଁ ପରାମର୍ଶ ଦେଇଥିଲେ । ଏବେ ଶ୍ରୀ ମିଶ୍ର ନିଜ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ସଂଗରୋଧରେ ଅଛନ୍ତି ।