-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
20-Oct-2020
ଭୁବନେଶ୍ବର, ପାର୍ବଣକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ପକ୍ଷରୁ ସାରା ଦେଶରେ ସ୍ବତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି। ସେଥିମଧ୍ୟରୁ ପୂର୍ବତଟ ରେଳପଥର ବିଭିନ୍ନ ଷ୍ଟେସନ୍ରୁ କେତେକ ଟ୍ରେନ୍ ଛାଡ଼ିବାକୁ ଥିବା ବେଳେ ଆଉ କିଛି ଟ୍ରେନ୍ ପୂର୍ବତଟ ରେଳପଥ ମଧ୍ୟ ଦେଇ ଯିବ। ପୁରୀ ଓ ଭୁବନେଶ୍ବରରୁ ୮ଟି ଟ୍ରେନ୍ ଚଳାଚଳ କରିବାକୁ ଥିବା ବେଳେ ବିଶାଖାପାଟଣାରୁ ୭ଟି ଓ ସମ୍ବଲପୁରରୁ ୩ଟି ଟ୍ରେନ୍ ଚଳାଚଳ କରିବ। ଏହାବ୍ୟତୀତ ୮ଟି ଟ୍ରେନ୍ ପୂର୍ବତଟ ରେଳପଥ ମଧ୍ୟ ଦେଇ ଚଳାଚଳ କରିବ ବୋଲି ସୂଚନା ମିଳିଛି।
ବିଶାଖାପାଟଣାରୁ ନିଜାମୁଦ୍ଦିନ୍, ଚେନ୍ନାଇ, ଏଲ୍ଟିଟି, ଗାନ୍ଧିଧାମ, କୁଡ଼ାପ୍ପାକୁ ସ୍ବତନ୍ତ୍ର ଟ୍ରେନ୍ ସହ ବିଶାଖାପାଟଣା-ବିଜୟୱାଡା ଡବଲ୍ ଡେକ୍ର ସ୍ପେସାଲ ଟ୍ରେନ୍ ଚାଲିବ। ସେହିପରି ପୁରୀରୁ ପାଟଣା, ହାୱଡା, ଜୟନଗର, ସୁରତ, ଏଲ୍ଟିଟି, ଚେନ୍ନାଇ, ବଡବିଲ୍ ଓ ପାରାଦୀପ, ଭୁବନେଶ୍ବରରୁ ନୂଆଦିଲ୍ଲୀ, ଏଲ୍ଟିଟି, ତିରୁପତି, ଚେନ୍ନାଇ, ବେଙ୍ଗାଲୁରୁ, ବାଙ୍ଗିରିପୋଷି, ପୁଡୁଚେରୀ ଓ ରାମେଶ୍ବରମ୍, ସମ୍ବଲପୁରରୁ ହାୱଡା, ପୁରୀ ଓ ମଣ୍ଡୁଆଢ଼ିକୁ ସ୍ବତନ୍ତ୍ର ଟ୍ରେନ୍ ଚାଲିବ।