-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
20-Oct-2020
ବଲାଙ୍ଗୀର,(ସନ୍ତୋଷ ଠାକୁର) ବଲାଙ୍ଗୀରର ବିଶିଷ୍ଟ ସମାଜସେବୀ ତଥା ଶ୍ରମିକ ନେତା ବର୍ତ୍ତମାନ ଅସ୍ଥି ମଜ୍ୱା କର୍କଟ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି । କିଛି ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଗୁରୁତର ଅବନତି ଘଟିଥିଲା । ରବିବାର ରାତିରେ ତାଙ୍କୁ ନନ୍ଇନଭେନସିଭ ଭେଣ୍ଟିଲେଟରରେ ରଖାଯିବା ଫଳରେ ପୂର୍ବ ଅପେକ୍ଷା ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିଛି । ସଂପୂର୍ଣ୍ଣ ବିପଦମୁକ୍ତ ହୋଇନଥିଲେ ମଧ୍ୟ ତାଙ୍କ ସ୍ୱସ୍ଥ୍ୟବସ୍ଥାରେ ସୁଧାର ଆସିବା ଏକ ଶୁଭ ସୂଚନା ବୋଲି କୁହାଯାଇଛି । ତେବେ ଡାକ୍ତରୀ ଟିମ୍ଙ୍କ ଉଦ୍ୟମ ବଳରେ ଶ୍ରୀ ନାୟକଙ୍କ ସ୍ୱାସ୍ଥ୍ୟବସ୍ଥାରେ ବର୍ତ୍ତମାନ ଉନ୍ନତି ଘଟିଛି । ବଲାଙ୍ଗୀରର ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ତରଫରୁ ଶ୍ରୀ ନାୟକଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି । ପବିତ୍ର ନବରାତ୍ରୀ ସମୟରେ ଆଜି ବଲାଙ୍ଗୀର ଏକ୍ସନ କମିଟି ପକ୍ଷରୁ ଶ୍ରୀ ନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ସ୍ଥାନୀୟ ପାଟଣେଶ୍ୱରୀ ମନ୍ଦିର ଠାରେ ଦୀପ ପ୍ରଜ୍ୱଳନ ଓ ଭଜନ କରାଯାଇଥିଲା । ଏଥିରେ ବଲାଙ୍ଗୀର ଏକ୍ସନ କମିଟିର ସଭାପତି ଗୋପାଲଜୀ ପାଣିଗ୍ରାହୀଙ୍କ ସମେତ ବଲାଙ୍ଗୀର ୟୁଥ ଏକ୍ସନ କମିଟିର ରିଲୁ ରଥ, ବିନୋଦ କାଲସାଏ, ରବି ଖମାରୀ, ସନ୍ତୋଷ ପଟ୍ଟନାୟକ, ବଲାଙ୍ଗୀର ଏକ୍ସନ କମିଟି, ମହିଳା ଶାଖାର ସାଗରିକା ଗୁରୁ, ସୌଦାମିନୀ ମିଶ୍ର ପ୍ରମୁଖ ମାଁ ପାଟଣେଶ୍ୱରୀଙ୍କ ଠାରେ ଦୀପ ପ୍ରଜ୍ୱଳନ କରି ସମାଜସେବୀ ଲଳିତ ନାୟକଙ୍କ ସୁସ୍ଥ, ଦୀର୍ଘ ଓ ନିରାମୟ ଜୀବନ କାମନା କରିଥିଲେ ।