-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
27-Mar-2021
ଝାରସୁଗୁଡା(ପ୍ରେରଣା ଖବର) : ଦେଶର ଅନ୍ୟ ରାଜ୍ୟ ପରି ଗତ କିଛି ଦିନ ହେବ ଓଡିଶାରେ ମଧ୍ୟ କରୋନା ସଂକ୍ରମଣ ବଢିବାରେ ଲାଗିଛି। ନୂଆପଡାର ଗୋଟିଏ ଗାଁରୁ ଏକକାଳୀନ ୨୯ ସଂକ୍ରମିତ ଚିହ୍ନଟ ପରେ ଶନିବାର ଝାରସୁଗୁଡ଼ା ଇଂଜିନିୟରିଂ ସ୍କୁଲର ୨୧ ଛାତ୍ର ଓ ଅଧ୍ୟାପକ କରୋନା ପଜିଟିବ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୮ ଛାତ୍ର-ଛାତ୍ରୀ ଓ ୧୩ ଅଧ୍ୟାପକ ସାମିଲ।
ସ୍କୁଲ ଅନୁଧ୍ୟାନ ପାଇଁ ଝାରସୁଗୁଡ଼ା ତହସିଲଦାର ଓ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଯାଇଛନ୍ତି। ସମସ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯିବା ବୋଲି ସୂଚନା ମିଳିଛି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଡାକ୍ତରୀ ଦଳଙ୍କୁ ଇଂଜିନିୟରିଂ ସ୍କୁଲକୁ ପଠାଯାଇଛି। ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ସମ୍ଭାବନା ରହିଛି।
ଏହା ପୂର୍ବରୁ ଭୁବନେଶ୍ଵରର ଏକ୍ସଆଇଏମଡିରେ ଏକକାଳୀନ ୪୯ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ। ବିଶେଷ କରି ରାଜ୍ୟରେ ଖୋର୍ଦ୍ଧା, କଟକ ଏବଂ ନୂଆପଡା ଜିଲ୍ଲା ଚିନ୍ତା କାରଣ ପାଲଟିଛି। ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୨୧୦ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହି ପରି ନୂଆପଡାରୁ ୨୩ ଏବଂ କଟକରୁ ୧୯ ଜଣ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୩୯୯୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୧୪୫୦ ଜଣ ଆକ୍ଟିଭ୍ କେସ୍ ରହିଥିବା ବେଳେ ୩୩୬୪୮୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ସୁଦ୍ଧା ରାଜ୍ୟରେ ୮୯୨୦୪୭୧ ସାମ୍ପୁଲ ଟେଷ୍ଟ୍ ହୋଇଛି।