-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
27-Mar-2021
ଉଲୁଣ୍ଡା(ଗୌର ଚନ୍ଦ୍ର ପରିଛା)- ମାଟୁପାଲି ଠାରେ ମେଗା ପ୍ରୋଜେକ୍ଟରୁ ଜଲସେଚନ ପାଇଁ ଖୋଲାଯାଇଥିବା ଗର୍ତରୁ ଏକ ବଳଦକୁ ଉଦ୍ଧାର କରାଯାଇଛି । ପ୍ରକାଶ ଯେ ଉଲୁଣ୍ଡା ଅଂଚଲକୁ ଜଲସେଚନ କରିବା ପାଇଁ ଗର୍ତ ଖୋଲି ପାଇପ ପୋତାକାମ ଚାଲିଛି । ମାତ୍ର ଠିକାଦାର ଗର୍ତ ଖୋଲି ବିଲମ୍ବରେ ପାଇପ ପୋତୁ ଥିବାରୁ ବିଭିନ୍ନ ସମୟରେ ଗାଇ ଗୋରୂ ଫସି ଯାଉଛନ୍ତି । ଏହି କ୍ରମରେ ଆଜି ମାଟୁପାଲି ଠାରେ ଜଲସେଚନ ପାଇଁ ଖୋଲାଯାଇଥିବା ଗର୍ତରେ ଏକ ବଳଦ ଫସି ଯାଇ ବାହାରି ପାରିନଥିଲା । ବଲଦଟି ଚିକ୍ତାର କରୁଥିବା କିଛି ଲୋକ ଦେଖିବାକୁ ପାଇଥିଲେ । ଉକ୍ତ ଗ୍ରାମର ନିଧି ମୁନା, ମୁକୁନ୍ଦ ଛୁଟି, ଜୟ ସୁରୁଜାଲ, ଦାସରଥି ସିଂ, ଗୋବିନ୍ଦ ସିଂ, ରବି ମୁନା ଏବ ନକୁଲ ଘଟନା ସ୍ଥଳକୁ ଯାଇ ଦୁଇ ଘଂଟା ଧରି ପରିଶ୍ରମ କଲାପରେ ବଳଦକୁ ଶୁରକ୍ଷୀତ ଭାବରେ ଉଦ୍ଧାର କରିଥିଲେ ।