-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
27-Sep-2026
ସୁବର୍ଣ୍ଣପୁର( ମନୋରଞ୍ଜନ ତ୍ରିପାଠୀ )
୬୫ତମ ସାହାଣୀ , କପ୍ ଫୁଟବଲ ଲିଗ୍ ପଞ୍ଚମ ଦିବସର ପ୍ରଥମ ମ୍ୟାଚ୍ କଟକ ଓ ପୁରୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। କଟକ ଦଳ ୧୩ -୦ ଗୋଲରେ ବିଜୟୀ ହୋଇଥିବା ବେଳେ ହାଟ୍ରିକ ଗୋଲ ସ୍କୋର କରିଥିବା ୧୦ନମ୍ବର ଜର୍ସି ଦୀନବନ୍ଧୁ ଦାସ (କଟକ)ମେନ୍ ଅପ ଦି ମ୍ୟାଚ ଭାବେ ପୁରସ୍କାର ହୋଇଥିଲେ। ସେହିପରି କଟକ ର ୧୯ ନମ୍ୱର ଜର୍ସି ପିଣ୍ଟୁ ଶାନ୍ତା ମଧ୍ୟ ହା ଟ୍ରିକ ଗୋଲ ସ୍କୋର କରି ଥିଲେ l ଆଜିର ଏହି ଖେଳ କୁ ମୂଖ୍ୟ ଅତିଥି ଭାବେ ବୀରମହାରାଜପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଇଂ ରଘୁନାଥ ଜଗଦଲା, ସମ୍ମାନିତ ଅତିଥି ଭାବେ ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଷ୍ଟେଟ ବ୍ୟାଙ୍କ ର ଚିପ୍ ମେନେଜର ଲକ୍ଷ୍ମଣ ମାଝୀ, ଦିଲ୍ଲୀ ବିଜୟା ବ୍ୟାଙ୍କ ପ୍ରାକ୍ତନ ଏଜିଏମ ପିତାମ୍ବର ସାମନ୍ତରାୟ ଯୋଗଦେଇ ଖେଳ ଉଦଘାଟନ କରିଥିଲେ। ଅଶ୍ବିନୀ କୁମାର ସାହୁ ମୂଖ୍ୟ ରେଫରି ଓ ନିତେଶ ମାଝୀ, ଅନିଲ୍ ଭୋଇ,ସୁମିତ ମହାଲିଙ୍ଗ , ଖେଳ ପରିଚାଳନା କରିଥିଲେ। ମ୍ୟାଚ କମିଶନର ଭାବେ ନବିନ ନାଏକ ଖେଳ ପରିଚାଳନା କରିଥିଲେ। ଫାଓ ର ଅଫିସିଆଲ୍ ଭାବରେ ଅମରେନ୍ଦ୍ର ସିଂ ଓ ରମେଶ ଚନ୍ଦ୍ର ମଲ୍ଲିକ, ପଡ଼ିଆ ରେ ଉପସ୍ଥିତ ରହି ନିଜ ଦାୟିତ୍ଵ ବହନ କରିଥିଲେ। କଟକ ଦଳର ୧୮ନମ୍ବର ଜାରସି ବିଜୟ ବେହେରା ୬.ମି ରେ ୧୩ ନମ୍ବର ଜର୍ସି ବାବୁଲୁ ସିଂ ୮୯.ମି ଓ ୮ନମ୍ବର ଜର୍ସି କ୍ରିଷ୍ଣା ବେହେରା ଗୋଟାଏ ଲେଖାଏଁ ଗୋଲ ସ୍କୋର କରି ଥିଲେ। ।୭ ନମ୍ବର ଜାରସି ଗଣେଶ ସେଠୀ ଦୁଇଟି ଗୋଲ ସ୍କୋର କରିଥିଲେ l ସେହିପରି ଗଞ୍ଜାମ ଓ ନୟାଗଡ଼ ଦଳ ର ଆଜିର ଦ୍ୱିତୀୟ ମ୍ୟାଚ୍ ଅମୀମାଂସିତ ରହିଥିଲା ଉଭୟ ଦଳ କୁ ଗୋଟାଏ ଲେଖାଏଁ ପଏଣ୍ଟ ଦିଆ ଯାଇଛି l ଉକ୍ତ ମ୍ୟାଚ୍ କୂ ଜିତେନ୍ଦ୍ର ଥନା ପତି, ରତ୍ନା କର ସୋରେନ୍, ଧନେଶ୍ୱର ସର୍ଦ୍ଦାର, ଚତୁର୍ଥ ରେଫରି ଭାବେ ସୁମିତ୍ ମହାଲିଂ ମ୍ୟାଚ୍ ପରିଚାଳନା କରିଥିଲେ l ଏହି ମ୍ୟାଚ୍ ର ମ୍ୟାନ ଅଫ ଦି ମ୍ୟାଚ ଭାବେ ନୟାଗଡ଼ ଦଳ ର ଗୋଲ କିପର ଅନୁପମ ବରାଡ଼ ପୁରଷ୍କୃତ ହୋଇଥିଲେ l ସଭା କୁ କ୍ରୀଡ଼ା ସଂଘ ଉପ ସଭାପତି ଚିତ୍ତ ରଞ୍ଜନ ତରା ସିଆ ପରିଚାଳନା କରିଥିବା ବେଳେ ମନୋରଞ୍ଜନ ତ୍ରିପାଠୀ, ସଞ୍ଜୟ ସାହୁ, ଓ ଦିଗାମ୍ବର ଶତପଥୀ ଖେଳ ର ଧାରା ବିବରଣୀ ପ୍ରଦାନ କରିଥିଲେ l ବିକାଶ ପଣ୍ତା ଧନ୍ଯବାଦ ଅର୍ପଣ କରିଥିଲେ l କ୍ରୀଡା ସଂଘ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l