-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
27-Sep-2026
ଲୋଇସିଂହା, (ବିନୋଦ ଦୀପ) ଲୋଇସିଂହା ପଂଚାୟତ ସମିତି ତରଫରୁ ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ କେଉଁଟିପାଳି ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷୟପାଣି ଉଡ୍ଡୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ଏ. ଇ. ଇ ସିଦ୍ଧାର୍ଥ ପାଢ଼ୀ, ଏପିଓ ଶ୍ରୀମତୀ ସ୍ୱାଇଁ, କନିଷ୍ଠ ଯନ୍ତ୍ରୀ ଯୁଧିଷ୍ଠିର ମେହେର, ସ୍କୁଲ ର ପ୍ରଧାନ ଶିକ୍ଷକ ଶାନ୍ତିଲାଲ ନନ୍ଦ, ଗାଁ ସାଥୀ ଅରୁନ୍ଧତୀ ସାହୁ, ନାଏବ ସରପଞ୍ଚ ଉପେନ୍ଦ୍ର କୁମାର, ଏସଏମସି ସଭାପତି ବାହାଦୁର ନନ୍ଦ, ଡିଏମସି ଶଶୀଭୂଷଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l ରମାକାନ୍ତ ବିଶ୍ୱାଳ ସରପଞ୍ଚ ହୀରାପୁର, ଲକ୍ଷ୍ମୀ ପଧାନ ସରପଞ୍ଚ ବୁଢ଼ୀପଦର, ଝାରମୁଣ୍ଡା ସରପଞ୍ଚ ଙ୍କ ପ୍ରତିନିଧି ଆନନ୍ଦ ମେହେର ଙ୍କୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଭଲ କରିଥିବାରୁ ମାନପତ୍ର ପ୍ରଦାନ କରାଗଲା l ଏହାସହ ବିଧାୟକ ତଥା ମନ୍ତ୍ରୀ ଙ୍କ ଲୋଇସିଂହା ପ୍ରତିନିଧି ଗୌରାଙ୍ଗ ନାଏକ, ସାଂସଦ ଙ୍କ ଲୋଇସିଂହା ପ୍ରତିନିଧି ବାଳକୃଷ୍ଣ ଧରୁଆ ବକ୍ତୃତା ପ୍ରଦାନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଲୋଇସିଂହା ମଣ୍ଡଳ ସଭାପତି ସରୋଜ ସାହୁ, ବିଜେପି କାର୍ଯ୍ୟକର୍ତ୍ତା ସମେତ ଗ୍ରାମବାସୀ ବୃନ୍ଦ ଯୋଗ ଦେଇଥିଲେ l ଶେଷରେ ସହକାରୀ ବରିଷ୍ଠ ଶିକ୍ଷକ ହିମାଂଶୁ ଶେଖର ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ l